ସଂଜୟ କପୁରଙ୍କ ଉତ୍ତରାଧିକାରୀଙ୍କୁ ମିଳିବ ୩୦,୦୦୦ କୋଟି ଟଙ୍କାର ସମ୍ପତ୍ତି, କରିସ୍କାଙ୍କ ସନ୍ତାନଙ୍କୁ ମିଳିବ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ତଥା ବିଲିୟନେୟାର ବ୍ୟବସାୟୀ ସଂଜୟ କପୁରଙ୍କ ଗତ ଜୁନ ୧୨ରେ ଲଣ୍ଡନରେ ଅକାଳ ମୃତ୍ୟୁ ଘଟିଥିଲା। ସେ ଗାର୍ଡସ ପୋଲୋ କ୍ଲବରେ ପୋଲୋ ଖେଳୁଥିବା ସମୟରେ ଅସୁସ୍ଥ ହୋଇ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ସୂଚନା ଅନୁଯାୟୀ, ଖେଳ ଚାଲିଥିବା ସମୟରେ ଏକ ମହୁମାଛି ତାଙ୍କ ଗଳାରେ ପଶି ଯାଇଥିବା ଯୋଗୁଁ ଆଲର୍ଜିଜନିତ ସମସ୍ୟା (ଆନାଫାଇଲାକ୍ଟିକ ସକ) ହେତୁ ତାଙ୍କର ମୃତ୍ୟୁ ହୋଇଥିଲା। ସଂଜୟ କପୁର ଥିଲେ ଅଟୋ ପାର୍ଟସ କମ୍ପାନୀ ସୋନା କମଷ୍ଟାରର ଅଧ୍ୟକ୍ଷ, ଯାହାର ବଜାର ମୂଲ୍ୟ ପ୍ରାୟ ୩୧,୦୦୦ କୋଟି ଟଙ୍କା (୪ ବିଲିୟନ ଡଲାର)। ତେବେ ତାଙ୍କ ମୃତ୍ୟୁ ପରେ ତାଙ୍କ ୩୦,୦୦୦ କୋଟି ଟଙ୍କାର ସମ୍ପତ୍ତିର ଉତ୍ତରାଧିକାରୀ ନେଇ ଚର୍ଚ୍ଚା ଜୋର ଧରିଛି।

ସଂଜୟ କପୁର ଓ କରିସ୍ମା କପୁର ୨୦୦୩ ମସିହାରେ ବିବାହ କରିଥିଲେ ଏବଂ ୨୦୧୬ ମସିହାରେ ସେମାନେ ବିବାହ ବିଚ୍ଛେଦ କରିଥିଲେ। ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି ଝିଅ ସମୈରା (୨୦ ବର୍ଷ) ଏବଂ ପୁତ୍ର କିଆନ (୧୪ ବର୍ଷ)। ରିପୋର୍ଟ ଅନୁଯାୟୀ, ବିବାହ ବିଚ୍ଛେଦ ସମୟରେ ସଂଜୟ ତାଙ୍କ ଦୁଇ ସନ୍ତାନଙ୍କ ପାଇଁ ୧୪ କୋଟି ଟଙ୍କାର ବଣ୍ଡ କିଣିଥିଲେ, ଯାହାକି ପ୍ରତି ମାସରେ ସୁଧ ଭାବେ ୧୦ ଲକ୍ଷ ଟଙ୍କା ଆୟ କରିବ। ଏହା ସହିତ, କରିସ୍ମାଙ୍କୁ ସଂଜୟଙ୍କ ପିତାଙ୍କ ନାମରେ ଥିବା ମୁମ୍ବାଇର ଏକ ଘର ମଧ୍ୟ ପ୍ରଦାନ କରାଯାଇଥିଲା। ସୂଚନା ଅନୁସାରେ, କରିସ୍ମା ଏହି ସମ୍ପତ୍ତି ବିବାଦରେ ସାମିଲ ନାହାନ୍ତି ଏବଂ ତାଙ୍କର ଏକମାତ୍ର ଚିନ୍ତା ହେଉଛି ତାଙ୍କ ସନ୍ତାନଙ୍କ ଭବିଷ୍ୟତ। ତେବେ ସମୈରା ଓ କିଆନ ତାଙ୍କ ପିତାଙ୍କ ସମ୍ପତ୍ତିର ଆଇନଗତ ଉତ୍ତରାଧିକାରୀ ବୋଲି କୁହାଯାଉଛି।

ସଂଜୟଙ୍କ ମୃତ୍ୟୁ ପରେ ତାଙ୍କ ମାଆ ରାନୀ କପୁର ଦାବି କରିଛନ୍ତି ଯେ ସେ ସୋନା ଗ୍ରୁପରେ ସର୍ବାଧିକ ଅଂଶଧନ ରଖିଛନ୍ତି ଏବଂ ସେ ହିଁ ସମ୍ପତ୍ତିର ଆଇନଗତ ଉତ୍ତରାଧିକାରୀ। ସେ ଅଭିଯୋଗ କରିଛନ୍ତି ଯେ କେତେକ ବ୍ୟକ୍ତି ପରିବାରର ଉତ୍ତରାଧିକାର ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ, ସଂଜୟଙ୍କ ତୃତୀୟ ପତ୍ନୀ ପ୍ରିୟା ସଚଦେବ କପୁରଙ୍କୁ ସୋନା କମଷ୍ଟାରର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେ ନିଜ ନାମ ପ୍ରିୟା ସଚଦେବ କପୁରରୁ ପରିବର୍ତ୍ତନ କରି ପ୍ରିୟା ସଂଜୟ କପୁର ରଖିଛନ୍ତି। ଏହି ବିବାଦ ମଧ୍ୟରେ କରିସ୍ମା ନିକଟସ୍ଥ ସୂତ୍ର ସ୍ପଷ୍ଟ କରିଛନ୍ତି ଯେ କରିସ୍ମା ଏହି ସମ୍ପତ୍ତି ବିବାଦରେ ଜଡିତ ନାହାନ୍ତି ଏବଂ ତାଙ୍କ ସନ୍ତାନମାନେ ସେମାନଙ୍କ ଅଧିକାରରେ ଥିବା ଅଂଶ ପାଇବେ।

ସଂଜୟ କପୁରଙ୍କର ତିନୋଟି ବିବାହରୁ ତିନି ସନ୍ତାନ ଅଛନ୍ତି। କରିସ୍ମାଙ୍କଠାରୁ ସମୈରା ଓ କିଆନ ଏବଂ ତାଙ୍କ ତୃତୀୟ ପତ୍ନୀ ପ୍ରିୟା ସଚଦେବଙ୍କଠାରୁ ଆଜାରିୟାସ (୬ ବର୍ଷ)। ରିପୋର୍ଟ ଅନୁଯାୟୀ, ସଂଜୟଙ୍କ ସମ୍ପତ୍ତିର ପରିଚାଳନା ବର୍ତ୍ତମାନ ପ୍ରିୟା ସଚଦେବ କପୁରଙ୍କ ହାତରେ ରହିଛି। ତେବେ, ସମ୍ପତ୍ତିର ବଣ୍ଟନ ନେଇ ଆଇନଗତ ପ୍ରକ୍ରିୟା ଏବଂ ଉଇଲର ବିବରଣୀ ଉପରେ ର୍ନିଭର କରୁଛି, ଯାହା ଆଗାମୀ ସପ୍ତାହରେ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri