ହତ୍ୟା ଉଦ୍ୟମ ପୂର୍ବରୁ ଅଭିଯୁକ୍ତଙ୍କୁ ଧରାଇଦେଲା ୧୧୨, ବନ୍ଧା ହେଲେ ଡେଲାଙ୍ଗର ୫

ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଗୁରୁବାର ରାତିରେ ଏକ ବଡ଼ ଧରଣର ଅଘଟଣ ରୋକିବାରେ ସକ୍ଷମ ହୋଇଛି। ଏହି ମାମଲାରେ ଭଞ୍ଜନଗର ପୋଲିସ ଶନିବାର ପୁରୀ ଜିଲା ଡେଲାଙ୍ଗ ଥାନା ଅଞ୍ଚଳର ୫ ଜଣକୁ ଗିରଫ କରିଛି। ସେମାନେ ହେଲେ ସୁଡ଼ଙ୍ଗଇ ଗ୍ରାମର ସନ୍ତୋଷ ପରିଡ଼ା, ଶକ୍ତିକାନ୍ତ ପରିଡ଼ା, ସୁରେଶ ପରିଡ଼ା, ତରବାଇ ଗ୍ରାମର ସୁମନ୍ତ ଭଟ୍ଟ ଓ ଗଣ୍ଡାପଦ ଗ୍ରାମର ଆଶୁତୋଷ ବାରିକ। ସେମାନଙ୍କଠାରୁ ପୋଲିସ ଗୋଟିଏ କାର୍‌, ଗୋଟିଏ ମାଉଜର, ଗୋଟିଏ ଛୁରି, ୩ଟି ଜୀବନ୍ତ ଗୁଳି, ଗୋଟିଏ କେଟ୍ରିଜ୍‌ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ, ଡେଲାଙ୍ଗ ଥାନା ଅନ୍ତର୍ଗତ ଗଣ୍ଡାପଡ଼ ଗ୍ରାମର ସୋମନାଥ ପଣ୍ଡା ବୋଲଗଡ଼ରେ ଏକ କମ୍ପାନୀରେ କାମ କରୁଥିଲେ। ଏହି ସମୟରେ ତାଙ୍କରି ଗ୍ରାମର ଆଶୁତୋଷ ବାରିକଙ୍କୁ ଆଣି ସେଠୀ ନିଯୁକ୍ତି ଦେଲେ। ଏହାପରେ ସୋମନାଥଙ୍କ ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରାକୁ ବଦଳି ହୋଇଯାଇଥିଲା। ଏହି ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିଲା। ଗତ ଗୁରୁବାର ରାତିରେ ଆଶୁତୋଷ ସମସ୍ୟାର ସମାଧାନ କରିବା ପାଇଁ ସୋମନାଥଙ୍କୁ ଭଞ୍ଜନଗର ଥାନା ଜାମପଲ୍ଲୀ ମନ୍ଦିର ନିକଟକୁ ଡାକିଥିଲେ। କିନ୍ତୁ ଆଶୁତୋଷ ୫ ଜଣଙ୍କୁ ଧରି ଆସିଥିଲେ କିଛି ଅଘଟଣ ଘଟାଇବା ପାଇଁ। ସୋମନାଥ ସେଠାକୁ ଯିବା ପରେ କାର୍‌ ଗାଡ଼ିରୁ ୬ ଜଣ ଓହ୍ଲାଇ ସୋମନାଥଙ୍କୁ ମାଡ଼ ମାରିଥିଲେ। ଏନେଇ ପଥଚାରୀମାନେ ଦେଖି ୧୧୨କୁ ଫୋନ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ କିଛି ମିନିଟ୍‌ ମଧ୍ୟରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସୋମନାଥଙ୍କୁ ଉଦ୍ଧାର କରିବା ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଏହି ମାମଲାରେ ଆଉ ଜଣେ ଫେରାର ହୋଇଯାଇଛନ୍ତି। ୧୧୨ ଫୋନ୍‌ ସୂଚନା ପାଇ ପୋଲିସ ଏକ ବଡ଼ଧରଣର ଗଣ୍ଡଗୋଳକୁ ରୋକିବାରେ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri