୧ ଟଙ୍କାରେ ୩୦ ଦିନ ଯାଏ ୨ ଜିବି ଡାଟା, ଅସୀମିତ ମାଗଣା କଲିଂ…ଏହି ଟେଲିକମ୍‌ କମ୍ପାନୀ ଆଣିଲା ଜବରଦସ୍ତ ଅଫର…

ନୂଆଦିଲ୍ଲୀ,୧।୮: ସରକାରୀ ଟେଲିକମ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ (BSNL) ଜିଓ, ଭୋଡାଫୋନ୍‌ ଓ ଏୟାରଟେଲ ଭଳି ବେସରକାରୀ କମ୍ପାନୀଙ୍କୁ ଟକ୍କର ଦେବା ପାଇଁ ସ୍ବାଧୀନତା ଦିବସ ପୂର୍ବରୁ ଏକ ଆକର୍ଷଣୀୟ ପ୍ଲାନ ‘ଆଜାଦୀ କା ପ୍ଲାନ’ ଆରମ୍ଭ କରିଛି। ମାତ୍ର ୧ ଟଙ୍କାରେ ଲଞ୍ଚ ହୋଇଥିବା ଏହି ପ୍ଲାନରେ ଗ୍ରାହକମାନେ ହାଇ-ସ୍ପିଡ୍‌ ଡାଟା, ଅସୀମିତ କଲିଂ, ଏସ୍‌ଏମ୍‌ଏସ୍‌ ଏବଂ ମାଗଣା ସିମ୍‌ର ସୁବିଧା ପାଇପାରିବେ। ଏହି ପ୍ଲାନ BSNL ସେବା ଅନୁଭବ କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ଉତ୍ତମ ସୁଯୋଗ ଆଣିଦେଇଛି।
ବିଏସ୍‌ଏନ୍‌ଏଲ୍‌ X ପ୍ଲାଟଫର୍ମରେ ଏହି ପ୍ଲାନ୍‌ ବିଷୟରେ ସୂଚନା ଦେଇ କହିଛି, ମାତ୍ର ୧ ଟଙ୍କାରେ ଆଜାଦୀ କା ପ୍ଲାନରେ ବିଏସ୍‌ଏନ୍‌ଏଲ୍‌ ସହିତ ପ୍ରକୃତ ଡିଜିଟାଲ ସ୍ବାଧୀନତା ଅନୁଭବ କରନ୍ତୁ।
୧ ଟଙ୍କା ପ୍ଲାନ ନେଇ ସୂଚନା:
ଡାଟା: ପ୍ରତିଦିନ ୨ ଜିବି ହାଇ-ସ୍ପିଡ ଡାଟା
କଲିଂ: ଅସୀମିତ ଭଏସ କଲିଂ
ଏସ୍‌ଏମ୍‌ଏସ୍‌: ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌
ବୈଧତା: ୩୦ ଦିନ
ଅଫର ଅବଧି: ୧ ଅଗଷ୍ଟ ୨୦୨୫ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ
ଏହି ଅଫର କେବଳ ଅଗଷ୍ଟ ମାସ ପାଇଁ ବୈଧ। ତେଣୁ, ୩୧ ଅଗଷ୍ଟ ମଧ୍ୟରେ ଏହି ପ୍ଲାନ ନେବାକୁ ଚାହୁଁଥିବା ଗ୍ରାହକମାନେ ତୁରନ୍ତ ନିକଟସ୍ଥ ବିଏସ୍‌ଏନ୍‌ଏଲ୍‌ ଗ୍ରାହକ ସେବା କେନ୍ଦ୍ର କିମ୍ବା ରିଟେଲରଙ୍କ ନିକଟକୁ ଯାଇ ଏହାର ଲାଭ ଉଠାଇ ପାରିବେ।
ବର୍ତ୍ତମାନ ପର୍ଯ୍ୟନ୍ତ ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଭଳି ବେସରକାରୀ କମ୍ପାନୀଗୁଡ଼ିକ ଏପରି କୌଣସି ଅଫର ଆରମ୍ଭ କରିନାହାନ୍ତି। ତେବେ ବିଏସ୍‌ଏନ୍‌ଏଲ୍‌ର ଏହି ଆକର୍ଷଣୀୟ ପ୍ଲାନକୁ ଦେଖି ଏହି କମ୍ପାନୀଗୁଡ଼ିକ ମଧ୍ୟ ଶୀଘ୍ର ସମାନ ଧରଣର ଅଫର ଆଣିପାରନ୍ତି।

ଟ୍ରାଇ ତଥ୍ୟ ଅନୁଯାୟୀ, ୩୦ ଜୁନ ୨୦୨୫ ସୁଦ୍ଧା ବିଏସଏନଏଲ ୩,୦୫,୭୬୬ ଓ ୱାୟାରଲେସ ଗ୍ରାହକ ହରାଇଛି, ଯାହା ଫଳରେ ଏହାର ମୋଟ ଗ୍ରାହକ ସଂଖ୍ୟା ୯,୦୪,୬୪,୨୪୪କୁ ଖସି ଆସିଛି। ଏଥିରୁ ୨,୯୮,୨୨,୪୦୭ ଗ୍ରାମାଞ୍ଚଳର ଗ୍ରାହକ। ଏହି ନୂଆ ପ୍ଲାନ ବିଏସ୍‌ଏନ୍‌ଏଲ୍‌କୁ ନୂଆ ଗ୍ରାହକ ଆକର୍ଷଣ କରିବାରେ ସାହାଯ୍ୟ କରିପାରେ ବୋଲି ଆଶା କରାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri