ଅସହାୟ ଜେଜେମା’ଙ୍କୁ ନାତୁଣୀଙ୍କ ଭବିଷ୍ୟତ ଚିନ୍ତା

ନୂଆପଡ଼ା,୨୮।୭ (ମକାରୁ ବେମାଲ):ପରିଣତ ବୟସରେ ଘରେ ବସି ଖାଇବା ଦିନରେ ପେଟ ପାଇଁ ମୁଠାଏ ଦାନା ଯୋଗାଡ କରିବା ପାଇଁ ଅନ୍ୟ ଦ୍ୱାର ଯାଇ ଭିକ୍ଷାବୃତ୍ତି କରିବାକୁ ପଡିଛି। ବୟସ ଅନୁପାତରେ ନିଜକୁ ସମ୍ଭାଳିବା କଷ୍ଟ, ସେଥିରେ ସାତ ବର୍ଷର ନାତୁଣୀ ବୋଝ। ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ନୂଆପଡା ଜିଲା କେନ୍ଦୁବାହାରା ପଞ୍ଚାୟତ ସୀମାନ୍ତ ସନବାହାଲି ଗାଁରେ। କେନ୍ଦୁବାହାରା ପଞ୍ଚାୟତ ସନବାହାଲି ଗାଁର ଉର୍ମିଳା ମିର୍ଦ୍ଧା (୬୦)ଙ୍କ ସ୍ବାମୀ ଆରପାରିକୁ ଚାଲିଯିବା ପରେ ପୁଅ କାର୍ତ୍ତିକ ମିର୍ଦ୍ଧାଙ୍କୁ ସାଙ୍ଗରେ ଧରି ଖୁସିରେ ଜୀବନ ଅତିବାହିତ କରୁଥିଲେ। ୨୦୧୬ରେ ପୁଅ କାର୍ତ୍ତିକଙ୍କୁ ବିବାହ କରି ବୋହୂ ବାସନ୍ତି ମିର୍ଦ୍ଧା ଓ ଉର୍ମିଳାଙ୍କ ପରିବାର ସୁଖଶାନ୍ତିରେ ଚାଲିଥିଲା। କାର୍ତ୍ତିକ ଓ ବାସନ୍ତିଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତା ନାମ ପାୟଲ। ଜେଜେମା (ଆଈ) ଉର୍ମିଳା ନାତୁଣୀଙ୍କୁ ଧରି ବହୁତ ଆନନ୍ଦିତ ହୋଇ ଗେଲ କରୁଥିଲେ। ବିବାହ କରଜ ବା ଉଧାର ପରିଶୋଧ କରିବା ଓ ପରିବାର ପ୍ରତିପୋଷଣ ପାଇଁ ସ୍ବାମୀ ସ୍ତ୍ରୀ ବିଚାର କଲେ। ଦାଦନ ସର୍ଦ୍ଧାରଙ୍କଠାରୁ କିଛି ଟଙ୍କା ଅଗ୍ରୀମ ଆଣି କିଛି ବିବାହ କରଜ ମହାଜନକୁ ଦେଇଦେଲେ। ୨୦୧୮ ମସିହାରେ ପାୟଲ ଦେଢବର୍ଷର ହୋଇଥିଲା। ତାଙ୍କୁ ଜେଜେ ମା’ଙ୍କଠାରେ ଛାଡି କାର୍ତ୍ତିକ ଓ ବାସନ୍ତି ଆନ୍ଧ୍ରପ୍ରଦେଶକୁ ଇଟା ତିଆରି କରିବାକୁ ଯାଇଥିଲେ। ସେଠାରେ ଇଟା ତିଆର କାମ କରିବା ସମୟରେ ସ୍ବାମୀଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଗଲା ବୋଲି ବାସନ୍ତି ଗାଁକୁ ଫେରି ଆସିଥିଲେ। ଯେତେବେଳେ ମୃତଦେହ ଗାଁରେ ପହଞ୍ଚତ୍ଲା ପରେ ପରିବାର ଓ ଗାଁ ଲୋକେ ସନ୍ଦେହ କରି ନୂଆପଡ଼ା ଥାନାରେ ହତ୍ୟା ଅଭିଯୋଗ କଲେ। ନୂଆପଡ଼ା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡିଲା ଯେ, ସ୍ବାମୀଙ୍କ ହତ୍ୟାକାରୀ ଖୋଦ ସ୍ତ୍ରୀ ବାସନ୍ତି। ପରକୀୟା ପ୍ରୀତିରୁ ସ୍ବାମୀଙ୍କୁ ହତ୍ୟା କରିଛନ୍ତି ବୋଲି ବାସନ୍ତି ନିଜେ ମଧ୍ୟ ସ୍ବୀକାର କରିଥିଲେ। ନୂଆପଡ଼ା ପୋଲିସ ହତ୍ୟା ମାମଲାରେ ବାସନ୍ତିଙ୍କୁ ଜେଲ ହାଜତକୁ ପଠାଇ ଦେଲେ। ସେହି ଦିନଠାରୁ ବୃଦ୍ଧା ଉର୍ମିଳା ବେସାହାରା ହୋଇ ନିଜ ଦେଢବର୍ଷର ନାତୁଣୀ ପାୟଲଙ୍କୁ ଧରି ଘରେ ଆଖିରେ ଲୁହ ଗଡାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ଉର୍ମିଳା କହନ୍ତି, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯିଏ ଦୁଃଖ ସୁଖରେ ସାହା ହେବ ବୋଲି ଭାବୁଥିଲେ, ସେ ଏହି ଦୁନିଆରୁ ଛାଡି ଚାଲିଗଲେ। ମୋର ପାଳନ କରି ପାଣି ଢୋକାଏ ଦେବ ବୋଲି ଭାବିଥିଲି। ହେଲେ ମୋ ପୁଅକୁ ହତ୍ୟା କଲା। ଏବେ ଉର୍ମିଳା ୭ବର୍ଷର ନାତୁଣୀ ବୋଝ ପାଲଟି ଯାଇଛନ୍ତି। ନିଜକୁ ପରିଣତ ବୟସରେ ସମ୍ଭାଳିବା କଷ୍ଟ ହେଉଛି। ହେଲେ ନାତୁଣୀଙ୍କ ପେଟ ପାଇଁ ଦାନା ଯୋଗାଡ କରି ଲାଳନ ପାଳନ କରୁଛନ୍ତି ା ରାଶନ କାର୍ଡରେ ୫ କିଗ୍ରା ଚାଉଳ ଓ ଭତ୍ତା ଟଙ୍କାରେ ଆଈନାତୁଣୀ ଚଳିବା କଷ୍ଟ ହେଉ ଥିବାରୁ ପର ଘରରୁ ମାଗି କରି ଜୀବନ ବିତାଉଛନ୍ତି। ଉର୍ମିଳାଙ୍କ ଚାଲିବା କଷ୍ଟକର। କୌଣସି କାମ କରିପାରୁ ନାହାନ୍ତି। ଗାଁର ପାଖେ ପାଖେ କେତେ ଘରକୁ ବୁଲି ଭିକ୍ଷା ମାଗି ଚଳୁଛନ୍ତି। ସେ କାନ୍ଦିକାନ୍ଦି କହିଛନ୍ତି, ଆଉ କେତେ ଦିନ ବଞ୍ଚତ୍ବି। ମରିଗଲେ ନାତୁଣୀଙ୍କ ସାହା କିଏ ହେବ। ପରିଣତ ବୟସରେ ନିଜେ ଚଳିବା କଷ୍ଟକର ହେଲେ ବୃଦ୍ଧା ନାତୁଣୀଙ୍କ ଭବିଷ୍ୟତ ଚିନ୍ତା କରୁଛନ୍ତି। ନାତୁଣୀ ଭଲରେ କହିପାରେ ନାହିଁ କି ଶୁଣିପାରେ ନାହିଁ। ସେଥିରେ ବୃଦ୍ଧାଙ୍କ ଚିନ୍ତା ଦ୍ୱିଗୁଣିତ ହୋଇ ଯାଉଛି ା ଗୋଟିଏ ପଟେ ଅନ୍ନ ଚିନ୍ତା ଅନ୍ୟ ପଟେ ନାତୁଣୀ ଚିନ୍ତାରେ ବୃଦ୍ଧା ଘାରି ହେଉଛନ୍ତି। ଅସହାୟ ବାପା ମା’ ଛେଉଣ୍ଡ ପାୟଲ ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅସହାୟ ବୃଦ୍ଧା ଉର୍ମିଳା ନିବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ସରକାରଙ୍କ ପକ୍ଷରୁ ଯେତେ ସୁବିଧା ସୁଯୋଗ ଅଛି ଜିଲା ପ୍ରଶାସନ ଯୋଗାଇବା ପାଇଁ ପ୍ରସ୍ତୁତ ଅଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri