ପୋତିହେବାକୁ ବସିଛି ଭତ୍ରା ଡ୍ୟାମ୍‌: ଆରମ୍ଭରୁ ହୋଇନି ପୁନରୁଦ୍ଧାର

ଭବାନୀପାଟଣା,୨୮।୭(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଜୁନାଗଡ଼ ବ୍ଲକର ବହୁ ପୁରୁଣା ଭତ୍ରାଡ୍ୟାମ ଏବେ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହେବାକୁ ବସିଛି। ୭୦ ବର୍ଷହେବ ଏହି ଡ୍ୟାମ ନିର୍ମାଣ ହେଲାଣି କିନ୍ତୁ ଥରେ ମଧ୍ୟ ପୁନରୁଦ୍ଧାର ହୋଇନାହିଁ। ଡ୍ୟାମରେ ୧୫ ଫୁଟ ମାଟି ପୋତିହେବା ଯୋଗୁ ଜଳଧାରଣା କ୍ଷମତା କ୍ରମଶଃ କମିବାରେ ଲାଗିଛି। ଫଳରେ ଜଳସେଚନରେ ଅନେକ ଅସୁବିଧା ହେଉଛି। ସ୍ଥାନୀୟ ଅଞ୍ଚଳର ଅନେକ ଜମିରେ ଚାଷ ହେଉଥିବାବେଳେ ପାଣି କମ ଯୋଗୁ ଚାଷୀମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜୁନାଗଡ଼ ବ୍ଲକ ବକ୍ସିତୁଲସିପାଲି ପଞ୍ଚାୟତର ରଣପୁର ଓ ଏକନାଗୁଡା, କଲେଇ ଗାଁ ପଞ୍ଚାୟତର ଜାମଚୁଆଁ ଓ ଡାବ୍ରିଗୁଡା, ଦେଦର ପଞ୍ଚାୟତର ଗୋଲାମୁଣ୍ଡା ଓ ସୋରସମାଲ ଗ୍ରାମ ସମେତ ୩ଟି ପଞ୍ଚାୟତର ୩୦୦ ଏକରରୁ ଊଦ୍ଧର୍‌ବ ଜମିରେ ଭତ୍ରା ଡ୍ୟାମ ନିର୍ମାଣ ହୋଇଛି। ଡ୍ୟାମ୍‌ ଦ୍ୱାରା ବର୍ତ୍ତମାନ ୧୭୧୩.୩୭ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯାଉଛି। ଭତ୍ରା ଡ୍ୟାମ ଡାହାଣ ବ୍ୟାଙ୍କ ଦ୍ୱାରା ରଣପୁର, ବକ୍ସିତୁଲସିପାଲି, କୁପାଗାଁ, କୃଷ୍ଣପୁର, ମାଲଗୁଣ୍ଡ, ମେରିଆବନ୍ଧଲି ଓ ଜୁନାଗଡ଼ ଅଞ୍ଚଳକୁ ପାଣି ଯୋଗାଇ ଦିଆଯାଏ। ସେହିପରି ଡ୍ୟାମ୍‌ର ଡାହାଣ ବ୍ୟାଙ୍କ ଦ୍ୱାରା ସାନ ଡେମେରବାହାଲ, କଲେଇ ଗାଁ, କୁଲିହାରୀ, ଚାରଭାଟି ଅଞ୍ଚଳକୁ ପାଣି ଯୋଗାଇ ଦିଆଯାଇଥାଏ। ଅଞ୍ଚଳର ଚାଷୀଙ୍କ ପାଇଁ ପାଣି ଯୋଗାଇଦେବା ନିମନ୍ତେ ଭତ୍ରାଡ୍ୟାମର କଳ୍ପନା ହୋଇଥିଲା। ଘନା ଜଙ୍ଗଲର ପାଣିକୁ ଦଲମଜୋର ଜରିଆରେ ଆଣି ଭତ୍ରା ଡ୍ୟାମ୍‌ରେ ରଖାଯାଉଥିଲା। ୧୯୫୨ ମସିହାରେ ମଧ୍ୟମ ଜଳ ସେଚନ ବିଭାଗରୁ କ୍ଷୁଦ୍ର ଜଳସେଚନ ବିଭାଗକୁ ହସ୍ତାନ୍ତର ହୋଇଥିଲା। ୧୯୫୮ରେ ଡ୍ୟାମ ଓ କେନାଲ କାମ ଆରମ୍ଭ ହୋଇ ୧୯୬୩ ମସିହା ଜୁନରେ ଏହି କାମ ଶେଷ ହୋଇଥିଲା। ଗତ ୨୦୦୧ ମସିହା ଜୁନ ମାସ ୧୨ରେ କ୍ଷୁଦ୍ର ଜଳସେଚନ ବିଭାଗରୁ ଇନ୍ଦ୍ରାବତୀ କେନାଲ ଡିଭିଜନକୁ ହସ୍ତାନ୍ତର ହୋଇଥିଲା। ଏହି ଡ୍ୟାମ ଭୁବନେଶ୍ୱର ଡ୍ୟାମ ସେଫ୍ଟି ଅଧୀନରେ ଥିବା ଯୋଗୁ ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ ପୁନରୁଦ୍ଧାର ପାଇଁ ରିପୋର୍ଟ ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଭତ୍ରା ଡ୍ୟାମ୍‌ରେ ନୌକା ବିହାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଦେଖାଯାଉଛି। ହେଲେ ଚାଷୀଙ୍କ ପାଇଁ ଭତ୍ରା ଡ୍ୟାମକୁ ପୁନରୁଦ୍ଧାର ନିମନ୍ତେ କୌଣସି ଆବେଗ ଦେଖାଉ ନ ଥିବା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଇନ୍ଦ୍ରାବତୀ କେନାଲ ଡିଭିଜନ ଅଧିକାରୀଙ୍କୁ ପଚାରିବାରୁ ଏହି ସମସ୍ୟା ସମ୍ପର୍କରେ ଆମେ ସରକାରଙ୍କୁ ଜଣାଇଛୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri