ବିମାନ ଚଳାଚଳରେ ନୂଆ ମାଇଲଖୁଣ୍ଟ: ଓଡ଼ିଶାରେ ମିଳିବ ଏମ୍‌ଆର୍‌ଓ ସୁବିଧା

ଭୁବନେଶ୍ୱର, ୨୨ା୭(ଅନୁରାଧା ମହାରଣା):ରାଜ୍ୟ ସରକାରଙ୍କ ‘ନୂଆ ଗନ୍ତବ୍ୟନୀତି’ ଦ୍ୱାରା ପରିଚାଳିତ ତଥା ବାଣିଜ୍ୟ ଓ ପରିବହନ ବିଭାଗର ନେତୃତ୍ୱରେ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିମାନ ସଂଯୋଗକୁ ପ୍ରୋତ୍ସାହିତ କରାଯାଉଛି। ଏହି କ୍ରମରେ ଭୁବନେଶ୍ୱରରେ ରାଜ୍ୟର ପ୍ରଥମ ବିମାନ ରକ୍ଷଣାବେକ୍ଷଣ, ମରାମତି ଓ ପରିଚାଳନା (ଏମ୍‌ଆରଓ) ସୁବିଧା ସ୍ଥାପନ କରାଯିବ। ଏଥିପାଇଁ ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଏହା ବିମାନ ଚଳାଚଳ ସହ ଜଡ଼ିତ ଅର୍ଥନୈତିକ ଇକୋସିଷ୍ଟମ ଗଢ଼ି ତୋଳିବାରେ ଏକ ବଡ଼ ଅଗ୍ରଗତି ହେବ ବୋଲି ଆଶା କରାଯାଉଛି।
ଓ ପରିବହନ ବିଭାଗର ସୂଚନାନୁସାରେ, ଅଳ୍ପ ସମୟ ମଧ୍ୟରେ ‘ନୂଆ ଗନ୍ତବ୍ୟ ନୀତି’ ଓଡ଼ିଶାକୁ ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସଂଯୋଗରେ ଏକ ନୂଆ ପରିଚୟ ଦେଇଛି। ଏହି ନୀତି ଅଧୀନରେ ୧୩ଟି ନୂଆ ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଏହା ବାଣିଜ୍ୟ, ପର୍ଯ୍ୟଟନ ଓ ଆଞ୍ଚଳିକ ସମନ୍ବୟକୁ ନୂଆ ଦିଗ ଦେଇଛି। ଅନ୍ତର୍ଜାତୀୟ ସ୍ତରରେ ଭୁବନେଶ୍ୱରରୁ ଦୁବାଇ ଓ ଆବୁଧାବିକୁ ସିଧାସଳଖ ବିମାନ ସେବା ଓଡ଼ିଶାକୁ ବିଶ୍ୱ ବିମାନ ମାନଚିତ୍ରରେ ସ୍ଥାନିତ କରିବା ସହ ପ୍ରବାସୀ ସମ୍ପର୍କକୁ ମଜଭୁତ କରି ବିଶ୍ୱ ବଜାରରେ ପ୍ରବେଶକୁ ସହଜ କରିଛି। ଘରୋଇ ସ୍ତରରେ ଝାରସୁଗୁଡ଼ା-ମୁମ୍ବାଇ, ଝାରସୁଗୁଡ଼ା-ହାଇଦ୍ରାବାଦ, ଭୁବନେଶ୍ୱର-ଗୋଆ, ଭୁବନେଶ୍ୱର-ଡେରାଡୁନ୍‌ ଏବଂ ଭୁବନେଶ୍ୱର-ପୋର୍ଟ ବ୍ଲେୟାର ଆଦି ରୁଟ୍‌ଗୁଡ଼ିକୁ ଆଦିବାସୀ ଅଞ୍ଚଳ, ଶିଳ୍ପ କ୍ଷେତ୍ର ଏବଂ ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକୁ ସଂଯୋଗ କରିଛି। ଉଡାନ ଯୋଜନା ଅଧୀନରେ ଜୟପୁର, ରାଉରକେଲା, ଉତ୍କେଲା ଓ ରଙ୍ଗେଇଲୁଣ୍ଡାରେ ଆଞ୍ଚଳିକ ଏୟାରଷ୍ଟ୍ରିପ୍‌ଗୁଡ଼ିକର କାର୍ଯ୍ୟକାରିତା ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରିଛି। ପ୍ରସ୍ତାବିତ ପୁରୀ ବିମାନବନ୍ଦର ପ୍ରକଳ୍ପ ନୋକାସ୍‌ ୨.୦ରେ ଇଣ୍ଟରଆକ୍ଟିଭ କଲର କୋଡେଡ ଜୋନିଂ ମ୍ୟାପ (ସିସିଜେଡ୍‌ଏମ୍‌) ଲଞ୍ଚ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଷ୍ଟୋନ ହାସଲ କରିଛି। ଏହି ଡିଜିଟାଲ ଉପକରଣ ଅନ୍‌ଲାଇନ ଉଚ୍ଚତା ମଞ୍ଜୁରୀ ପ୍ରକ୍ରିୟାକୁ ସରଳ କରି ବିମାନ ଯୋଜନାକୁ ନିରାପଦ ସହରୀ ବିକାଶ, ନିୟନ୍ତ୍ରିତ ଭିତ୍ତିଭୂମି ଏବଂ ପରିବେଶ ସୁରକ୍ଷା ସହ ସମନ୍ବୟ ରକ୍ଷା କରୁଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟ ସହ ସମନ୍ବିତ ଭବିଷ୍ୟତମୁଖୀ ଭିତ୍ତିଭୂମି ପ୍ରତି ପ୍ରତିବଦ୍ଧତା ଦ୍ୱାରା ଓଡ଼ିଶା ଏକ ଉଦୀୟମାନ ବିମାନ ହବ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ...

ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri