Posted inଜାତୀୟ

ପୁଣି ଏକ ଲଜ୍ଜା: ଛାତ୍ରୀଙ୍କୁ ଘରେ ପୂରାଇ ବଳାତ୍କାର କଲେ ଅଧ୍ୟାପକ, ଜଣାପଡ଼ିବା ପରେ…

ବେଙ୍ଗାଲୁରୁ,୧୬ା୭: ବେଙ୍ଗାଲୁରୁର ଜଣେ ଛାତ୍ରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ କଲେଜର ୨ ଅଧ୍ୟାପକ ଓ ସେମାନଙ୍କ ବନ୍ଧୁ ଗିରଫ ହୋଇଛନ୍ତି। ସେମାନେ ଛାତ୍ରୀଙ୍କୁ ଅନେକ ଥର ବଳାତ୍କାର କରିବା ସହ ବ୍ଲାକ୍‌ମେଲ୍‌ କରୁଥିଲେ। ପଦାର୍ଥ ବିଜ୍ଞାନ ଅଧ୍ୟାପକ ନରେନ୍ଦ୍ର, ଜୀବବିଜ୍ଞାନ ଅଧ୍ୟାପକ ସନ୍ଦୀପ୍‌ ଓ ସେମାନଙ୍କ ବନ୍ଧୁ ଅନୁପ ବେଙ୍ଗାଲୁରୁର ଏକ ଘରୋଇ କଲେଜରେ କାର୍ଯ୍ୟ କରୁଥିବାବେଳେ ପୀଡ଼ିତା ଉକ୍ତ କଲେଜର ଛାତ୍ରୀ।
ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ନରେନ୍ଦ୍ର ଛାତ୍ରୀ ଜଣକୁ ନୋଟ୍‌ ଦେବା ବାହାନାରେ ତାଙ୍କ ସହ ବନ୍ଧୁତା କରିଥିଲେ ଓ ପରସ୍ପର ମଧ୍ୟରେ ବାର୍ତ୍ତା ବିନିମୟ ହେଉଥିଲା। ସେ ଛାତ୍ରୀଙ୍କୁ ଅନୁପଙ୍କ ଘରକୁ ଡାକି ସେଠାରେ ବଳାତ୍କାର କରିଥିଲେ। ଏ ସମ୍ପର୍କରେ କାହାକୁ କହିଲେ ପରିଣାମ ଭୟାବହ ହେବ ବୋଲି ନରେନ୍ଦ୍ର ଧମକ ଦେଇଥିଲେ। କିଛିଦିନ ପରେ ସନ୍ଦୀପ୍‌ ଛାତ୍ରୀଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ବିରୋଧ କରିବାରୁ ସନ୍ଦୀପ୍‌ ତାଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ। ନରେନ୍ଦ୍ରଙ୍କ ସହ ଛାତ୍ରୀଙ୍କ ଫଟୋ ଓ ଭିଡିଓଗୁଡ଼ିକ ତାଙ୍କ ପାଖରେ ଥିବା ସନ୍ଦୀପ କହିଥିଲେ। ପରେ ସେ ଛାତ୍ରୀଙ୍କୁ ଅନୁପଙ୍କୁ ଘରକୁ ନେଇ ବଳାତ୍କାର କରିଥିଲେ। ଅନୁପ ମଧ୍ୟ ସିସିଟିଭି ଫୁଟେଜ୍‌ର ଭୟ ଦେଖାଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଆଘାତପ୍ରାପ୍ତ ଛାତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ମା’ବାପା ବେଙ୍ଗାଲୁରୁ ଆସିଥିବାବେଳେ ସେ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ପକ୍ଷରୁ କର୍ନାଟକ ରାଜ୍ୟ ମହିଳା କମିଶନଙ୍କୁ ଅବଗତ କରାଯିବା ପରେ ଘଟଣା ପଦାକୁ ଆସିଥିଲା। ମହିଳା କମିଶନଙ୍କ ନିର୍ଦ୍ଦେଶ କ୍ରମେ ମରାଠାହଲ୍ଲି ଥାନା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ସହ ୨ ଅଧ୍ୟାପକ ଓ ଅନୁପଙ୍କୁ ଗିରଫକରି କୋର୍ଟରେ ହାଜର କରାଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଜୁଲାଇ ୫ରେ ମାମଲା ରୁଜୁହେବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଙ୍ଗାଲୁରୁ ଇଷ୍ଟ ଡିଭିଜନ ଯୁଗ୍ମ ପୋଲିସ କମିଶନର ରମେଶ ବନୋଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri