ଲଡ୍ସ,୧୦।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ଜଶପ୍ରୀତ ବୁମ୍ରା ଦଳରେ ସାମିଲ ହୋଇଛନ୍ତି।
ଲିଡ୍ସରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଇଂଲଣ୍ଡ ଜିତିଥିଲା। ଭାରତ ବର୍ମିଂହାମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ଜିତି ସିରିଜକୁ ୧-୧ରେ ସମାନ କରିଥିଲା। ଏବେ ଉଭୟ ଦଳ ନେତୃତ୍ୱ ନେବା ଉଦ୍ଦେଶ୍ୟରେ ଲର୍ଡସରେ ଓହ୍ଲାଇଛନ୍ତି। ଭାରତର ଅଧିନାୟକ ଶୁବମନ ଗିଲ ବିସ୍ଫୋରକ ଫର୍ମରେ ଅଛନ୍ତି ଏବଂ ଏହାକୁ ଜାରି ରଖିବାକୁ ଚାହିଁବେ। ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଫର୍ମ ଫେରି ପାଇବାକୁ ଚାହିଁବେ।


