୧୦ ମିନିଟ୍‌ରେ ୨୬୦୦୦ ଫୁଟ ଉପରୁ ଖସିଲା ବିମାନ, ଏଥିରେ ଥିଲେ ୧୯୧ ଯାତ୍ରୀ, ଲେଖିଲେ ଏମିତି ଶେଷ ଏସ୍‌ଏମ୍‌ଏସ୍‌

ଟୋକିଓ,୨ା୭: ଜାପାନରେ ଆଉ ଏକ ବିମାନ ପ୍ରାୟ ୨୬୦୦୦ ହଜାର ଫୁଟ ଉଚ୍ଚତାରୁ ଖସିବା ଦେଖି ଯାତ୍ରୀମାନେ ଏଥିରେ ଶେଷ ବିଦାୟ ଏସ୍‌ଏମ୍‌ଏସ୍‌ ଲେଖିଥିଲେ।  ଏହି ବୋଇଂ ୭୩୭ ବିମାନଟି ଚାଇନାରୁ ଜାପାନର ରାଜଧାନୀ ଟୋକିଓ ଅଭିମୁଖେ ଉଡ଼ାଣ ଭରୁଥିଲା। ସାଂଘାଇରେ ବିମାନଟି ଉଡ଼ାଣ ଭରିବା ମାତ୍ରେ ଏଥିରେ ଏକ ସମସ୍ୟା ଦେଖାଦେଲା ଏବଂ ହଠାତ୍‌ ତଳକୁ ଖସି ଆସିବା ଆରମ୍ଭ କଲା। ତଥାପି ଶେଷରେ ବିମାନଟି ସୁରକ୍ଷିତ ଭାବରେ ଭୂମିରେ ଲ୍ୟାଣ୍ଡିଂ କରିଛି। ବିମାନଟି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛି।

ଏହି ବୋଇଂ ବିମାନରେ ୧୯୧ ଜଣ ଯାତ୍ରୀ ଥିଲେ। କ୍ରୁ ସଦସ୍ୟଙ୍କୁ ମିଶାଇ ପ୍ରାୟ ୨୦୦। ଅଧିକାଂଶ ଯାତ୍ରୀ ଚାଇନାର ଥିଲେ, ଯେଉଁମାନେ ଟୋକିଓ ଯାଉଥିଲେ।

ଜାପାନ ସରକାରଙ୍କ ଅନୁଯାୟୀ, କ୍ୟାବିନରେ କିଛି ଯାନ୍ତ୍ରିକ ତ୍ରୁଟି ଥିଲା, ଯାହାକୁ ପାଇଲଟମାନେ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟ ମଧ୍ୟରେ ବିମାନଟିକୁ ୧୦ ମିନିଟ୍‌ ମଧ୍ୟରେ ୨୬୦୦୦ ଫୁଟ ଉଚ୍ଚତାରୁ ତଳକୁ ଅଣାଯାଇଥିଲା।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଯେତେବେଳେ ବିମାନଟି କ୍ୟାବିନରେ ଏୟାର ପ୍ରେସରାଇଜେସନ ସିଷ୍ଟମରେ ତ୍ରୁଟି ବିଷୟରେ ସତର୍କ କରିଥିଲା, ପାଇଲଟମାନେ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ଯୋଗାଯୋଗ କରିଥିଲେ।

ବିମାନ ତଳକୁ ଖସିବା ମାତ୍ରେ ଏୟାର ହୋଷ୍ଟେସ୍‌ ଏକ ଚେତାବନୀ ଜାରି କରିଥିଲେ। ଚେତାବନୀ ଶୁଣିବା ମାତ୍ରେ ବିମାନରେ ଆତଙ୍କ ଖେଳିଯାଇଥିଲା। ଲୋକମାନେ ଚିତ୍କାର କରିବା ଆରମ୍ଭ କରିଥିଲେ। କିଛି ଲୋକ ତୁରନ୍ତ ସୋସିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରିଥିଲେ। ସେହି ସମୟରେ, କିଛି ଲୋକ ସେମାନଙ୍କର ଶେଷ ଇଚ୍ଛା ଲେଖିବା ଆରମ୍ଭ କରିଥିଲେ।

ବିମାନଟି ଖସିପଡ଼ିବା ଦେଖି ଜଣେ ଯାତ୍ରୀ ଲେଖିଥିଲେ, ମୋର ଶରୀର ଏବେ ଏଠାରେ ଅଛି। ମୋର ଗୋଡ଼ ଥରୁଛି। ଯେତେବେଳେ ଆପଣ ଜୀବନ କିମ୍ବା ମୃତ୍ୟୁର ସମ୍ମୁଖୀନ ହୁଅନ୍ତି, ଅନ୍ୟ ସବୁକିଛି ତୁଚ୍ଛ ମନେହୁଏ।

ବିମାନ ଲ୍ୟାଣ୍ଡିଂ କରିବା ପରେ, ଏହାକୁ ପ୍ରାୟ ୧ ଘଣ୍ଟା ପାଇଁ ସେହିପରି ରଖାଯାଇଥିଲା। ଏହା ପରେ ହିଁ ଲୋକମାନଙ୍କୁ ବାହାର କରାଯାଇଥିଲା।

ଜାପାନ ଏୟାରଲାଇନ୍ସ କହିଛି ଯେ, ଏହା ସମସ୍ତ ଯାତ୍ରୀଙ୍କୁ ପ୍ରାୟ ୧୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିଛି। ଏ ନେଇ ବିମାନ କମ୍ପାନୀ ଦୁଃଖ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri