ବନ୍ଧାହେଲେ କୋଟିପତି ଅଧିକାରୀ: ୮୪ ଏକର ଜମି ସାଙ୍ଗକୁ ଘରେ ରଖିଥିଲେ ପୁଳାପୁଳା ସୁନା

ଭୁବନେଶ୍ୱର,୧।୭: ରାୟଗଡ଼ା ଜଳ ବିଭାଜିକା ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ (ପିଡି) ତଥା ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ମଙ୍ଗଳବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

ସୂଚନାଯୋଗ୍ୟ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୟାନିଧିଙ୍କ ଭୁବନେଶ୍ୱର, କଳାହାଣ୍ଡି ଓ ନବରଙ୍ଗପୁରର ୮ଟି ସ୍ଥାନରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସୋମବାର ଏକକାଳୀନ ଚଢ଼ାଉ ହୋଇଥିଲା। ଯାଞ୍ଚ ହେଉଥିବା ସ୍ଥାନ ମଧ୍ୟରେ ଦୟାନିଧିଙ୍କ କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ କୁପାଗଗାଁସ୍ଥିତ ଘର, ଧର୍ମଗଡ଼ ଥାନା ଅନ୍ତର୍ଗତ ବିକ୍ରମଗଡ଼ାସ୍ଥିତ ଶ୍ୱଶୁର ଘର, ଭୁବନେଶ୍ୱରସ୍ଥିତ ଅଫିସ ଚାମ୍ବର ଆଦି ରହିଥିଲା। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଯାଞ୍ଚ ହେଉଥିବାବେଳେ ଭିଜିଲାନ୍ସ ନିର୍ଦ୍ଦେଶାଳୟର ୮ଟି ଟିମ୍‌ରେ ୧୦ଜଣ ଡିଏସ୍‌ପି, ୮ ଇନ୍ସପେକ୍ଟର, ୧୦ ଏଏସ୍‌ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ହୋଇଥିଲେ। ଦୟାନିଧିଙ୍କ ବହୁ ପ୍ଲଟ୍‌, ଫ୍ଲାଟ ସମେତ ବହୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଭିଜିଲାନ୍ସ ଠାବ କରିଥିଲା। ଦୟାନିଧିଙ୍କ ମୋଟ ୮୪ ଏକର ଜମି ଠାବ ହୋଇଥିବା ବେଳେ ଭିଜିଲାନ୍ସ ଇତିହାସରେ ଏହା ସବୁଠୁ ଅଧିକ ବୋଲି ସୂଚନା ଦିଆଯାଇଛି।

ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ଦୟାନିଧିଙ୍କ ଭୁବନେଶ୍ୱର ଗୋଠପାଟଣାସ୍ଥିତ ମହାନଦୀ ଆପାର୍ଟମେଣ୍ଟରେ ଏକ ୩ ବିଏଚ୍‌କେ ଫ୍ଲାଟ(ନଂ.୧-ଡି), ନବରଙ୍ଗପୁର ଟାଉନସ୍ଥିତ ମାଝୀଗୁଡ଼ା ଛକ ନିକଟରେ ୩ହଜାର ବର୍ଗଫୁଟରେ ଏକ ନିର୍ମାଣାଧୀନ ଘର, ନବରଙ୍ଗପୁର ଟାଉନରେ ୧୪୦୦ ବର୍ଗଫୁଟରେ ୫ଟି ଦୋକାନ ଘର ବିଶିଷ୍ଟ ସପିଂ କମ୍ପେକ୍ସ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରେ ଗୋଟିଏ କୋଠା ଠାବ ହୋଇଥିଲା। ସେହିପରି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ତହସିଲ ଅଧୀନ ବିଜରାଗୁଡ଼ାରେ ୪୦ ଏକର ପରିମିତ ଏକ ଫାର୍ମ ହାଉସ ହୋଇଛି। ଏଥିରେ ଫାର୍ମ ଉପକରଣ ଓ କୃଷି ସାମଗ୍ରୀ ସମେତ ୧କୋଟି ଟଙ୍କାର ନିବେଶ ହୋଇଛି। ସେହିପରି ନବରଙ୍ଗପୁର ତହସିଲ ଅଧୀନ ପଟାକୋଟ ଗ୍ରାମରେ ୬ ଏକର ଜମିରେ ଫାର୍ମ ହାଉସ୍‌ ଠାବ ହୋଇଥିବାବେଳେ ଏଥିରେ ୪୬.୧୨ଲକ୍ଷ ଟଙ୍କାର ଟଙ୍କା ଖର୍ଚ୍ଚ କରାଯାଇଛି। ନବରଙ୍ଗପୁର ଜିଲାରେ ୨୭ ଏକର ଜମି ଓ ଭବାନୀପାଟଣା ଟାଉନରେ ୧୧ ଏକର ଜମି ଠାବ ହୋଇଛି। ଭିଜିଲାନ୍ସ ଟେକ୍‌ନିକାଲ ଉଇଙ୍ଗ କୋଠା, ଫ୍ଲାଟ ଓ ଫାର୍ମହାଉସ ଆଦିର ପ୍ରକୃତ ମୂଲ୍ୟ ଜାଣିବାକୁ ପ୍ରୟାସ କରୁଛି। ଏଥିସହ ଦୟାନିଧିଙ୍କ ଘରୁ ୩୧୨ ଗ୍ରାମର ସୁନା ଅଳଙ୍କାର ମିଳିଥିବା ବେଳେ ସେ ୫୮ ଲକ୍ଷ ୪୧ ହଜାର ୪୨୨ ଟଙ୍କାର ବ୍ୟାଙ୍କ ଜମା ରଖିଥିବା ଜଣାପଡ଼ିଛି। ଦୟାନିଧିଙ୍କ ଘରୁ ଗୋଟିଏ ବେନାମି ଚାରିଚକିଆ ଯାନ (ବ୍ରିଜା) ଓ ଗୋଟିଏ ଦୁଇ ଚକିଆ ଯାନ ଏବଂ ୯ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ ହୋଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri