ବୟସରେ ପୂର୍ଣ୍ଣଚ୍ଛେଦ

‘କାଣ୍ଟା ଲଗା’ ମ୍ୟୁଜିକ୍‌ ଭିଡିଓରେ ଲୋକପ୍ରିୟତା ହାସଲ କରିବାଠାରୁ ଆରମ୍ଭ କରି ସଲମାନ ଖାନ୍‌ଙ୍କ ‘ମୁଝ୍‌ସେ ଶାଦି କରୋଗୀ’ ଚଳଚ୍ଚିତ୍ରରେ ଅଭିନୟ ସହ ରିଅଲଟି ଶୋ’ ବିଗ୍‌ବସ୍‌-୧୩ରେ ସାମିଲ ହୋଇଥିବା ଅଭିନେତ୍ରୀ ଶେଫାଳି ଜରିଓ୍ବାଲାଙ୍କର ମାତ୍ର ୪୨ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଏଭଳି ଅକାଳ ବିୟୋଗର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଯୁବାବସ୍ଥା ବଜାୟ ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ ସହ ଏଥିପାଇଁ ଇଞ୍ଜେକ୍‌ଶନର ବାରମ୍ବାର ପ୍ରୟୋଗ ଏକ ମୁଖ୍ୟ କାରଣ ହୋଇଥାଇପାରେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଶେଫାଳି ଏକ ପୂଜା ପାଇଁ ଦିବସବ୍ୟାପୀ ଉପବାସ ରଖିଥିଲେ। ପରେ ଆଣ୍ଟି-ଏଜିଂ ଇଞ୍ଜେକଶନ୍‌ ନେବା ଦ୍ୱାରା ହଠାତ୍‌ ରକ୍ତଚାପ କମିଯିବାରୁ ତାଙ୍କ ମୃତ୍ୟୁ ଘଟିଲା। ଅନ୍ୟପକ୍ଷରେ ଡାକ୍ତରୀ ବିଜ୍ଞାନ କହୁଛି ଯେ, ଷ୍ଟେରଏଡ୍‌ ଓ ହର୍‌ମୋନାଲ ଇଞ୍ଜେକଶନ୍‌ ଏବଂ ମଞ୍ଜୁରୀ ପାଇ ନ ଥିବା ନୂଆ ଆଣ୍ଟି-ଏଜିଂ ଡ୍ରଗ୍ସସବୁର ନକାରାତ୍ମକ ପ୍ରଭାବ ଶରୀର ଉପରେ ପଡ଼ିଥାଏ। କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ବହୁ ସେଲିବ୍ରିଟିଙ୍କ ସମେତ ଅନେକେ ଯୁବାବସ୍ଥାରେ ରହିବା ଲାଗି ଏହି ପନ୍ଥା ଆପଣାଉଛନ୍ତି। ଏବଂ ଏହା ଏବେ ଏକ ବିରାଟକାୟ ବେପାରରେ ପରିଣତ ହୋଇଗଲାଣି।
‘ଆଣ୍ଟି-ଏଜିଂ’ର ସାଧାରଣ ବ୍ୟାଖ୍ୟାନ ହେଲା ଯୁବାବସ୍ଥା ବଜାୟ ରଖିବାର ପ୍ରୟାସ। ଦେଖିବାକୁ ଗଲେ ମଣିଷ ଜନ୍ମଠାରୁ ମୃତ୍ୟୁ ଯାଏ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଥାଏ। ଶୈଶବ, କୈଶୋର, ବୟସ୍କ ଅବସ୍ଥା ଦେଇ ମଣିଷ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚେ। ହେଲେ ଅନେକେ ଯୌବନ ଅବସ୍ଥାରେ ଦୀର୍ଘବର୍ଷ ରହିବାକୁ ଚାହୁଁଥିବାରୁ କୃତ୍ରିମ ଉପାୟ ଅବଲମ୍ବନ କରୁଛନ୍ତି। ଏହା ଏବେ ଟ୍ରେଣ୍ଡ୍‌ ହୋଇଗଲାଣି। ଏହାକୁ ପ୍ରସାର କରିବାକୁ ସାମାଜିକ ଗଣମାଧ୍ୟମ ଜରିଆରେ ସେଲିବ୍ରିଟି ଓ ଇନ୍‌ଫ୍ଲୁଏନ୍ସର ଯୋଡ଼ି ହୋଇଗଲେଣି। ବାସ୍ତବତା ହେଲା ଜଣେ ଯଦି ୮୦ କିମ୍ବା ୯୦ ବର୍ଷ ବୟସ ଯାଏ ସୁସ୍ଥ ଭାବେ ଜିଇ ପାରିଲେ, ତାଙ୍କ ଜୀବନ ଠିକ୍‌ରେ ଚାଲିଲା ବୋଲି କୁହାଯାଇଥାଏ। ଅର୍ଥାତ୍‌ ଏଠାରେ ଦୀର୍ଘ ବୟସକୁ ଆଶୀର୍ବାଦ ବୋଲି ଧରାଯିବା କଥା। ହେଲେ ସେହି ବଢ଼ୁଥିବା ବୟସକୁ ହର୍‌ମୋନାଲ ଇଞ୍ଜେକଶନ୍‌ ହେଉ ବା ଅନ୍ୟ ଯେକୌଣସି ପଦ୍ଧତିରେ ବାଧା ସୃଷ୍ଟି କରାଯିବା ଦ୍ୱାରା ମଣିଷ ଖୁବ୍‌ଶୀଘ୍ର ମୃତ୍ୟୁକୁ କୋଳାଗ୍ରତ କରିବା ଦିଗରେ ଧାଉଁଛି ବୋଲି କୁହାଯାଇପାରେ। ଯେତେବେଳେ ଯାହା ହେବା କଥା ତାହା ହେବାକୁ ନ ଦିଆଯାଇ ଯଦି ଜବରଦସ୍ତ ରୋକାଯିବ, ପରିଣତି ଭୟଙ୍କର ହେବା ସ୍ବାଭାବିକ। ଗୌରବର୍ଣ୍ଣ ଦିଶିବା ଲାଗି ଯୁବତୀ, ମହିଳା ଏପରିକି ପୁରୁଷମାନେ ମଧ୍ୟ ବିଭିନ୍ନ ପ୍ରକାର କ୍ରିମ୍‌ ଲଗାଇବା ଓ ବଟିକା ଖାଇବାରେ ପୂର୍ବରୁ ଅଭ୍ୟସ୍ତ ଥିବା ଦେଖାଯାଇଛି। ମୁଣ୍ଡରେ ବାଳ ରୋପଣ ଓ ପାଚିଲା ଚୁଟିରେ କେଉଁ କଲ୍‌ର ଲଗାଇଲେ ମଣିଷ ଯୁବା ଦିଶିବେ ସେଥିଲାଗି ଅନେକ କମ୍ପାନୀ ସେମାନଙ୍କ ପସରା ମେଲାଇ ଦେଇଛନ୍ତି। କହିବାକୁ ଗଲେ ବିଉଟି ଇଣ୍ଡଷ୍ଟ୍ରି ବା ସୌନ୍ଦର୍ଯ୍ୟ ଶିଳ୍ପର ଆକାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିସହିତ ହେଲ୍‌ଥ ଆଣ୍ଡ୍‌ ଓ୍ବେଲନେସ୍‌ ବା ସ୍ବାସ୍ଥ୍ୟ ଓ ଆରୋଗ୍ୟ ଶିଳ୍ପ ମଧ୍ୟ ମିଶିଯାଇ ଆଣ୍ଟି-ଏଜିଂର ନୂଆ ବ୍ୟାଖ୍ୟାନ ସୃଷ୍ଟି କରୁଛନ୍ତି। ବିଗତ କିଛିବର୍ଷ ହେବ ଯୁବପିଢ଼ି ଅତ୍ୟଧିକ ଶାରୀରିକ ବ୍ୟାୟାମ କରିବା ସହ ବିଭିନ୍ନ କମ୍ପାନୀ ଦ୍ୱାରା ବଜାରରେ ଉପଲବ୍‌ଧ ହେଉଥିବା ବଟିକା, ପାଉଡର ଓ ହେଲ୍‌ଥ ଟନିକ୍‌ ବ୍ୟବହାର କରୁଛନ୍ତି। ଯଦି ଏଭଳି ଅପ୍ରାକୃତିକ ପଦ୍ଧତି ଆପଣାଯାଇ ଜଣେ ମୋଟା ଲୋକ ପତଳା ହୋଇପାରୁଛି, ନିଶ୍ଚିତ ଭାବେ ତାହାର ପ୍ରଭାବ ଶରୀର ଉପରେ ଦୀର୍ଘମିଆଦୀ ପଡ଼ିବା ଥୟ। ସ୍ଲିମ୍‌ ରହିବା, ସିକ୍ସ ପ୍ୟାକ୍‌ କନ୍‌ସେପ୍ଟକୁ ମୁଣ୍ଡ ଭିତରେ ପୂରାଉଥିବା ସଂସ୍ଥାର ବ୍ୟବସାୟ ଭଲ ହୋଇପାରେ। କିନ୍ତୁ ତାହା ଅନେକ କ୍ଷେତ୍ରରେ କ୍ଷତି ପହଞ୍ଚାଉଥିବା ଲକ୍ଷ୍ୟ କରାଯାଉଛି। ଏଥିରୁ ବୁଝିବାକୁ ହେବ ଯେ, ଯେତେସବୁ ଅବାସ୍ତବ ଉପାୟ ଅବଲମ୍ବନ କରାଯାଉଛି, ତାହା ଦ୍ୱାରା ଲାଭ ଅପେକ୍ଷା କ୍ଷତି ବଢ଼ିଯାଉଛି। କାରଣ ଏହା ପ୍ରକୃତି ବିରୋଧୀ। ହସଖୁସିରେ ସାଧାରଣ ଓ ସରଳ ଜୀବନ ଜିଇବାର ମଜା ଧୀରେ ଧୀରେ ଲୋକେ ଭୁଲିଗଲେଣି। ବୟସ ବଢ଼ିଯାଉଥିବାର ଭୟ ଯୋଗୁ ଯେଉଁସବୁ ଉଗ୍ର ଉପାୟ ଅବଲମ୍ବନ କରାଯାଉଛି, କେବେ କେବେ ତାହାହିଁ ବୟସରେ ପୂର୍ଣ୍ଣଚ୍ଛେଦ ପକାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri