ଧୂମଧାମରେ କୁଲାଡ ରଥଯାତ୍ରା ପାଳିତ: ଭକ୍ତଙ୍କ ସେବାରେ ବିଧାୟକ

ଭଞ୍ଜନଗର,୨୭।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡରେ ଧୂମଧାମରେ ପାଳିତ ହୋଇଯାଇଛି ରଥଯାତ୍ରା। ଅପରାହ୍ନରେ ଭଞ୍ଜ ରାଜବଂଶର ଉତ୍ତରାଧିକାରୀ ପ୍ରଶାନ୍ତ ଭଞ୍ଜ ଛେରା ପହଁରା କରିବା ପରେ ଭକ୍ତମାନେ ରଥକୁ ଟାଣିଥିଲେ। ରଥଯାତ୍ରାରେ ହଜାର ହଜାର ଭକ୍ତ ଯୋଗଦେଇଥିବା ଜଣାପଡିଛି।

ଘୁମୁସରର ରାଜା ପ୍ରତାପ ଧନଞ୍ଜୟ ଭଞ୍ଜଙ୍କ ଦ୍ୱାରା ଷୋଡ଼ଶ ଶତାବ୍ଦୀରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା। ଏହାପରେ ରାଜା କୃଷ୍ଠ ଭଞ୍ଜ ୧୭୫୪ରେ ଘୁମୁସରର ରାଜା ହେବାପରେ ରାଜପ୍ରସାଦକୁ ଲାଗି ଜଗନ୍ନାଥ ମନ୍ଦିର ର୍ନିମାଣକରି ଠାକୁରଙ୍କୁ ସ୍ଥାପନ କରିଥିଲେ। ସେହି ସମୟରୁ କୁଲାଡ ରଥଯାତ୍ରା ପାଳିତ ହୋଇଆସୁଛି। ଶହ ଶହ ବର୍ଷ ଧରି ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ରଥଯାତ୍ରା ପାଳିତ ହୋଇ ଆସୁଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ଦିର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗ ଅଧିନକୁ ଚାଲି ଆସିଥିଲା। ତେଣୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ବର୍ତ୍ତମାନ ପରିଚାଳନା ଦାୟିତ୍ୱ ବୁଝୁଛି। ଭଞ୍ଜନଗର ତହସିଲଦାର ମନ୍ଦିରର ତଦାରଖ କରୁଛନ୍ତି।

ତେଣୁ ଆଜି ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ପାଳିତ ହେବ, ସେଥିପାଇଁ ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା, ବିଡ଼ିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ ମହାର ପ୍ରମୁଖ ଉପସ୍ଥିତ ରହି ଯାତ୍ରାକୁ ତଦାରଖ କରୁଛନ୍ତି। ଆଇନଶୃଙ୍ଖଳା ଦାୟିତ୍ୱରେ
ଏସଡିପି ଓ ସୁଜିତ୍‌ ନାୟକ,ଥାନା ଅଧିକାରୀ ଜିବନାନନ୍ଦ ଜେନା ପ୍ରମୁଖ ଅଛନ୍ତି। ଅପରାହ୍ନରେ ଭଞ୍ଜ ରାଜବଂଶର ଉତ୍ତରାଧିକାରୀ ପ୍ରଶାନ୍ତ ଭଞ୍ଜ ଛେରା ପହଁରା କରିବା ପରେ ଭକ୍ତମାନେ ରଥକୁ ଟାଣିଥିଲେ।

ରଥଯାତ୍ରାରେ ହଜାର ହଜାର ଭକ୍ତ ଯୋଗଦେଇଥିବା ଜଣାପଡିଛି । ଏଥିସହ ଭଞ୍ଜନଗର ରଥାସହି, ଭେଜିପୁଟ, ବଡକୋଦଣ୍ଡା ପ୍ରମୁଖ ସ୍ଥାନରେ ରଥଯାତ୍ରା ପାଳିତ ହେଉଛି। ଅପରପକ୍ଷେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଆଜି ପୁରୀ ରଥଯାତ୍ରାରେ ଯୋଗଦେଇ ଭକ୍ତଙ୍କ ସେବା କରୁଛନ୍ତି। ତେଣୁ ସେ ପୁରୀ ମଣିରାମ ମଠରେ ଆଜକୁ ୪ ଦିନ ହେବ ଡେରା ପକାଇ ଅଛନ୍ତି। ଆଜି ତାଙ୍କ ତରଫରୁ ହଜାର ହଜାର ଭକ୍ତଙ୍କୁ ପକୁଡ଼ି, ଚଣା ତରକାରୀ, ପଣା ପ୍ରମୁଖ ବଣ୍ଟନ କରାଯାଇଥିଲା । ଏଥିପାଇଁ ଭଞ୍ଜନଗରରୁ ଅନେକ ସ୍ବେଛାସେବୀ ପୁରୀ ଯାଇ ଉକ୍ତ ସେବା କାର୍ଯ୍ୟରେ ଯୋଡ଼ି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri