କେମିତି ସମୟର କରିବେ ସଦୂପଯୋଗ: ଜାଣିନିଅନ୍ତୁ ଏହି ଟିପ୍ସ

କାମରୁ ଫୁର୍‌ସତ୍‌ ପାଇଲେ ଅଧିକାଂଶ ମହିଳା ଗପର ପେଡ଼ି ଖୋଲିବସନ୍ତି, ଯାହାଦ୍ୱାରା କେବଳ ସମୟର ଅପଚୟ ହୁଏ। କିନ୍ତୁ ସେମାନେ ଚାହିଁଲେ ଫାଙ୍କା ସମୟକୁ ବିଭିନ୍ନ ଢଙ୍ଗରେ ଉପଯୋଗ କରିପାରିବେ।

କାମରୁ ଟିକିଏ ଫୁର୍‌ସତ ମିଳିଲେ ନିଜ ମନ ପସନ୍ଦରେ କିଛି କରିବାକୁ ଇଚ୍ଛା ହୁଏ। କିଏ ମନୋରଞ୍ଜନ କରିବାକୁ ପସନ୍ଦ କରନ୍ତି ତ କିଏ ଭବିଷ୍ୟତ ପାଇଁ କିଛି ଯୋଜନା କରନ୍ତି। ହେଲେ ଅଧିକାଂଶ ସମୟରେ ମହିଳାମାନେ ସୁଯୋଗ ପାଇବା ମାତ୍ରେ ଗପସପ କରି ସମୟ ନଷ୍ଟ କରନ୍ତି। ଏହିଭଳି ଗପିବା ଫଳରେ ଅନେକ ସମୟରେ ବହୁ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। କାହିଁକିନା ବେଳେବେଳେ କାହା ବିଷୟରେ ଚର୍ଚ୍ଚା କରିବା ସମୟରେ ଏଭଳି କିଛି କଥା ପାଟିରୁ ବାହାରିଯାଏ, ଯାହା ତାଙ୍କ ମନକୁ ଆଘାତ କରିଥାଏ। ଫଳରେ ସମ୍ପର୍କ ନଷ୍ଟହେବା ଆଶଙ୍କା ଥାଏ। ତେଣୁ ଏହି ସମୟରେ ଚାହିଁଲେ ସେମାନେ ଅନ୍ୟ ଉପାୟରେ ସମୟର ଉପଯୋଗ କରିପାରିବେ।
ମହିଳାମାନେ କାମ ସରିବା ପରେ ଫାଙ୍କା ସମୟ ପାଇଲେ ବିଭିନ୍ନ ପ୍ରକାର ମାଗାଜିନ୍‌, ଖବରକାଗଜ କିମ୍ବା ଅନ୍ୟାନ୍ୟ ଗପ ଅବା ଶିକ୍ଷଣୀୟ ବହି ସବୁ ପଢ଼ିପାରିବେ। ଏହି ଅଭ୍ୟାସ ସେମାନଙ୍କ ମନକୁ ଶାନ୍ତିଦେବା ସହ ଅନେକ ବିଷୟରେ ଜାଣିବାର ସୁଯୋଗ ଦେଇପାରିବ। ଏହା ବାଦ୍‌ ଘର ସଜାଡ଼ିବା, ସଫା କରିବା ଓ ମନୋରଞ୍ଜନ ପାଇଁ କିଛି ସମୟ ଟିଭି ଦେଖିବା କିମ୍ବା ମ୍ୟୁଜିକ୍‌ ଶୁଣିବା ଭଳି କାମ ବି କରିପାରିବେ।
କର୍ମଜୀବୀ ମହିଳା ମଧ୍ୟ ଅଫିସ୍‌ରେ ଟିକେ ସମୟ ପାଇଲେ ସହକର୍ମୀମାନଙ୍କ ସହ ବିଭିନ୍ନ ପ୍ରକାର ଗପ କରନ୍ତି। ପରସ୍ପର ସହ କଥାବାର୍ତ୍ତା ହେବା କିଛି ଖରାପ କଥା ନୁହେଁ। ହେଲେ ଅଯଥାରେ ଅଧିକ ସମୟ ଗପର ଆସର ଜମେଇରଖିବା ଭଲ ନୁହେଁ। ଏହି ଅଭ୍ୟାସ ବି ଅନେକ ସମୟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। କେବେ କାହା ବିଷୟରେ ଗପିବା ଫଳରେ ହେଉ କିମ୍ବା ଗପିବା ସମୟରେ ଅନ୍ୟ କେହି ବସ୍‌ଙ୍କ ଆଗରେ ଅଭିଯୋଗ କରିବା ଫଳରେ ନିଜ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ। ତେଣୁ ଏଭଳି ପରିସ୍ଥିତିକୁ ଏଡ଼ାଇବା
ପାଇଁ ହେଲେ ଅଫିସ୍‌ରେ ମଧ୍ୟ ନିଜ ସମୟକୁ ଠିକ୍‌ ଭାବରେ ଉପଯୋଗ କରିବା ପାଇଁ ବିଭିନ୍ନ ମାଧ୍ୟମ ଆପଣାଇପାରିବେ। ଅଫିସ୍‌ରେ ଚାହିଁଲେ ଆପଣ ନିଜ କାମ ପାଇଁ ଆଗୁଆ କିଛି ଯୋଜନା କରିପାରିବେ। ବିଭିନ୍ନ ପ୍ରକାର ବହି ପଢ଼ିପାରିବେ, ଯଦି ବହି କିଛି ପାଖରେ ନ ଥାଏ ତେବେ କମ୍ପ୍ୟୁଟର ହେଉ ଅବା ଫୋନ୍‌ରେ ମଧ୍ୟ ଇଣ୍ଟରନେଟ୍‌ରେ ବିଭିନ୍ନ ପ୍ରକାର ପାଠ ପଢ଼ିପାରିବେ। ଏହା ଆପଣଙ୍କ କ୍ୟାରିୟର ପାଇଁ ମଧ୍ୟ ଭଲ ହୋଇପାରିବ। ତେଣୁ ନିଜ ନିଜ ପରିବେଶ ଓ ପରିସ୍ଥିତି ଅନୁସାରେ ସମୟର ସଦୁପଯୋଗ କରିବା ନିମନ୍ତେ ଆପଣ ଉପାୟ ସବୁ ଚିନ୍ତା କରିପାରିବେ। ଅର୍ଥାତ୍‌ ସଚେତନ ରହିବାକୁ ହେବ ଯେପରି ଅଯଥା ଗପକରି ଅଧିକ ସମୟ ନଷ୍ଟ ନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀରଙ୍କ ଅଦ୍ଭୁତ ଷ୍ଟ୍ରାଟେଜି: ଶେଷ ଓଭରରେ କଲେ ଏମିତି ମିଳିଲା ତୁରନ୍ତ ସଫଳତା

ଧର୍ମଶାଳା,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏକ ଅଦ୍ଭୁତ ରଣନୀତି...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନିତିନ ନବୀନ

ନୂଆଦିଲ୍ଲୀ,୧୫।୧୨:  ଭାଜପାର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ...

ନିଜ ହାତରେ ରାସ୍ତା ଖୋଳିଲେ ଭାଜପା ବିଧାୟକ: ଗୁଣବତ୍ତାର ଖୋଲିଲା ପୋଲ୍‌

ଭୋପାଳ,୧୫।୧୨: ମଧ୍ୟପ୍ରଦେଶର ଦିଣ୍ଡୋରୀର ଶାହପୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ଧୁର୍ଭେ ବିଭାଗୀୟ କର୍ମଚାରୀଙ୍କ ପର୍ଦ୍ଦାଫାସ କରୁଛନ୍ତି।...

ଭୁବନେଶ୍ୱରରେ ହେବ ଭିସା ସେଣ୍ଟର, ଆଉ ଯିବାକୁ ପଡିବ ନାହିଁ ଦିଲ୍ଲୀ, କୋଲକତା

ଭୁବନେଶ୍ୱର,୧୫।୧୨: ଭୁବନେଶ୍ୱରରେ ହେବ ଗ୍ଲୋବାଲ ଭିସା ଆପ୍ଲିକେଶନ ସେଣ୍ଟର। ଏନେଇ ରାଜ୍ୟ ସରକାର ୩ ହଜାର ବର୍ଗ ଫୁଟର ଜାଗା ଯୋଗାଇ ଦେବେ। ବରମୁଣ୍ଡା ବସ...

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri