ପ୍ରତିଶୋଧ ନେଲା ଇରାନ, ଥରିଉଠିଲା ଇସ୍ରାଏଲ: ବଢିଲା ଯୁଦ୍ଧ ଆଶଙ୍କା

ତେହରାନ/ତେଲ୍‌ ଆଭିଭ୍‌,୧୪/୬:ଇସ୍ରାଏଲୀ ସେନା ଗୁରୁବାର ବିଳମ୍ବିତ ରାତିରେ ଇରାନ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଆକ୍ରମଣ କରିଥିବାବେଳେ ଏହାର ୨୪ ଘଣ୍ଟା ନ ପୂରୁଣୁ ଶୁକ୍ରବାର ରାତିରେ ତେହେରାନ୍‌ ପ୍ରତିଶୋଧ ନେଇଛି। ଇସ୍ରାଏଲୀ ସେନାର ୨୦୦ ଯୁଦ୍ଧବିମାନ ଇରାନର ଆଣବିକ ସ୍ଥଳ ଏବଂ ମିଶାଇଲ୍‌ ଫ୍ୟାକ୍ଟ୍ରି ସମେତ ଶତାଧିକ ସ୍ଥାନକୁ ଟାର୍ଗେଟ କରିଥିଲା। ‘ଅପରେଶନ ରାଇଜିଂ ଲାୟନ’ ନାମରେ ଏହି ଆକ୍ରମଣରେ ଇରାନ ରିଭଲ୍ୟୁଶନାରି ଗାର୍ଡସ୍‌ର ସୁପ୍ରିମ କମାଣ୍ଡର (ସେନାମୁଖ୍ୟ) ହୋସେଇନ୍‌ ସଲାମି, ସଶସ୍ତ୍ର ବଳର ଚିଫ୍‌ ଅଫ୍‌ ଷ୍ଟାଫ୍‌ ଜେନେରାଲ ମହମ୍ମଦ ବଘେରି, ବରିଷ୍ଠ ଅଧିକାରୀ ଘୋଲାମାଲି ରଶିଦ ଓ ଆଣବିକ ବୈଜ୍ଞାନିକ ଫେରେୟଦୋଉନ୍‌ ଅବ୍ବାସି ଏବଂ ମହମ୍ମଦ- ମହଦି ଟରାଞ୍ଚତ୍ ନିହତ ହୋଇଥିଲେ। ଶୀର୍ଷ ସେନା ଅଫିସରଙ୍କ ମୃତ୍ୟୁ ଇରାନ ପାଇଁ ଶକ୍ତ ଝଟକା ଥିଲା। ଏହାର ପ୍ରତିଶୋଧ ନିଆଯିବା ବୋଲି ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ଧମକ ଦେଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ତେହେରାନ ‘ଅପରେଶନ ଟ୍ରୁ ପ୍ରୋମିଜ୍‌’ ନାମରେ ଇସ୍ରାଏଲ୍‌ ଉପରେ ପ୍ରବଳ ବାଲିଷ୍ଟିକ୍‌ ମିଶାଇଲ୍‌ ଓ ଡ୍ରୋନ୍‌ ଆକ୍ରମଣ କରିଛି। ଇସ୍ରାଏଲ୍‌ରେ ଏୟାର ରେଡ୍‌ ସାଇରନ ବାଜିବା ସହ ଇରାନର ଅଧିକାଂଶ କ୍ଷେପଣାସ୍ତ୍ରକୁ ପ୍ରତିହତ କରାଯାଇଛି। ଇସ୍ରାଏଲ୍‌ ପୁନର୍ବାର ଇରାନ ଉପରେ ମିଶାଇଲ୍‌ ଆକ୍ରମଣ କରିଛି। ଏଥିରେ ଇସ୍‌ଫାହାନସ୍ଥିତ ଗୁରୁତ୍ୱପୂର୍ଣ୍ଣ ଆଣବିକ କେନ୍ଦ୍ରକୁ ଟାର୍ଗେଟ କରାଯାଇଥିବା କୁହାଯାଉଛି। ଏହି ଆକ୍ରମଣ ଫଳରେ ମଧ୍ୟପ୍ରାଚ୍ୟର ଦୁଇ ବିରୋଧୀ ରାଷ୍ଟ୍ର ମଧ୍ୟରେ ଜୋର୍‌ଦାର ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି।
ଇରାନ ଏହାର ସାମରିକ କାର୍ଯ୍ୟକ୍ରମ ଦ୍ରୁତ ବେଗରେ ଆଗେଇ ନେଉଥିବାରୁ ଏହାକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଇସ୍ରାଏଲ ଏହାର ନାଟାଞ୍ଜସ୍ଥିତ ମୁଖ୍ୟ ଆଣବିକ ସ୍ଥଳ ସମେତ ଅନେକ ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ କରିବା ସହ ପଶ୍ଚିମ ଇରାନରେ ଥିବା କେତେକ ରାଡାର କେନ୍ଦ୍ର ଓ ମିଶାଇଲ୍‌ ଲଞ୍ଚରଗୁଡ଼ିକୁ ଧ୍ୱଂସ କରିଥିଲା। ଇରାନର ସଶସ୍ତ୍ର ବଳ ଏହାର ପ୍ରତିଶୋଧ ନେବ ବୋଲି ଖାମନେଇ ଏକ ଟେଲିଭିଜନ ଭାଷଣରେ ପ୍ରତିଜ୍ଞା କରିଥିଲେ। ଇସ୍ରାଏଲ୍‌ ଆକ୍ରମଣର ପରିଣାମରେ ସେହି ଦେଶ ଧ୍ୱଂସ ହୋଇଯିବ ବୋଲି ଇରାନର ସୁପ୍ରିମ ଲିଡର କହିଥିଲେ। ତେହେରାନ୍‌ ବହୁସଂଖ୍ୟାରେ ମିଶାଇଲ୍‌ ମାଡ଼ କରିଥିବା ଇସ୍ରାଏଲୀ ସେନା ସ୍ପଷ୍ଟ କରିଛି। ଜେରୁଜେଲମ୍‌ ଏବଂ ତେଲ୍‌ ଆଭିଭ୍‌ ସମେତ ବିଭିନ୍ନ ସହରରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ତେବେ ଇରାନ୍‌ର ଅଧିକାଂଶ କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ପ୍ରତିହତ କରାଯାଇଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି। ଆକ୍ରମଣ ଜାରି ରହିଥିବାରୁ ନାଗରିକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଇସ୍ରାଏଲ୍‌ର ଅନେକ ଡଜନ ସାମରିକ ସ୍ଥଳକୁ ଟାର୍ଗେଟ କରି ଜବାବୀ ଆକ୍ରମଣ କରାଯାଇଥିବା ଇରାନର ଇସ୍‌ଲାମିକ୍‌ ରିଭଲ୍ୟୁଶନାରି ଗାର୍ଡ କର୍‌ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ଇସ୍ରାଏଲ୍‌ର ୨ଟି ଯୁଦ୍ଧବିମାନକୁ ଖସାଇ ଦେଇଥିବା ସେମାନେ ଦାବି କରିଛନ୍ତି।
ଇରାନର ଆଣବିକ ସମୃଦ୍ଧ କାର୍ଯ୍ୟକ୍ରମକୁ ନେଇ ଚୁକ୍ତିନାମା ନିମନ୍ତେ ଆମେରିକା ସହ ବୁଝାମଣା ଚାଲିଥିବାବେଳେ ଇସ୍ରାଏଲ୍‌କୁ ଆକ୍ରମଣ ନ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସତର୍କ କରାଇଥିଲେ। ଇସ୍ରାଏଲ୍‌ର ଆକ୍ରମଣ ପରେ ଶୁକ୍ରବାର ଟ୍ରମ୍ପ୍‌ ଇରାନକୁ ଚୁକ୍ତି ସ୍ବାକ୍ଷର କରିବାକୁ ପୁଣିଥରେ ଚାପ ପକାଇବା ସହ ଚୁକ୍ତି ସ୍ବାକ୍ଷର ନ କଲେ ଅଧିକ ନରସଂହାର ଓ ଧ୍ୱଂସଲୀଳା ଚାଲିବ ବୋଲି ଚେତାବନୀ ଦେଇଛନ୍ତି। ଇରାନର ସମ୍ଭାବ୍ୟ ପ୍ରତିଆକ୍ରମଣକୁ ଦୃଷ୍ଟିରେ ରଖି ଇସ୍ରାଏଲ୍‌ରେ ଥିବା ଭାରତୀୟମାନଙ୍କୁ ସତର୍କ ରହିବାକୁ ଏବଂ ଅଯଥା ଭ୍ରମଣ ନ କରିବାକୁ ଦୂତାବାସ ପକ୍ଷରୁ ସତର୍କ କରାଯାଇଥିଲା। ଉତ୍ତେଜନା ସ୍ଥିତି ଲାଗିରହିଥିବାରୁ ଭାରତୀୟମାନେ ସେଠାରେ ସତର୍କ ରହିବା ସହ ସୁରକ୍ଷା ପ୍ରୋଟୋକଲ୍‌ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାସିନାଙ୍କ ମନ୍ତବ୍ୟ: ଭାରତୀୟ ଉଚ୍ଚାୟୁକ୍ତଙ୍କୁ ବାଂଲାଦେଶର ସମନ

ଢାକା,୧୬ା୧୨: ବାଂଲାଦେଶରେ ଗତ ଅଗଷ୍ଟରେ ହିଂସାତ୍ମକ ଆନ୍ଦୋଳନ ପରେ ଦେଶ ଛାଡ଼ି ଭାରତକୁ ପଳାୟନ କରିଥିବା ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା(୭୮)ଙ୍କୁ ନଭେମ୍ବରରେ ସେଠାକାର ଏକ ସ୍ବତନ୍ତ୍ର...

୨ବର୍ଷ ହେଲା ସୋଲାର ଜଳପ୍ରକଳ୍ପ ଅଚଳ: ପିଇବା ପାଣି ପାଇଁ ହନ୍ତସନ୍ତ ତାରାପଦରବାସୀ

ଥୁଆମୂଳ ରାମପୁର,୧୬ା୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବପଦର ପଞ୍ଚାୟତର ତାରାପଦର ଗ୍ରାମରେ ଦୀର୍ଘ ଦୁଇବର୍ଷ ହେବ ସୋଲାର ପ୍ରକଳ୍ପ ଅଚଳ ହୋଇପଡିଛି।...

୧୭୦ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳର ବାୟୁ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ସୋମବାର ସକାଳେ ରାଜଧାନୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୯୮ରେ ପହଞ୍ଚତ୍ଥିଲା।...

ଦେବଗଡ ବନ୍ଦ ପ୍ରସଙ୍ଗ : ଆନ୍ଦୋଳନର ନେତୃତ୍ୱ ନେବ ଜିଲା ମହିଳା ଏକତା ମଞ୍ଚ

ଦେବଗଡ, ୧୫ା୧୨ (ଶଶାଙ୍କ ଶେଖର ଝାଙ୍କର):ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଦାବିରେ ଜିଲା ଯୁବ ଏକତା ମଞ୍ଚ ପକ୍ଷରୁ...

ବଡ଼ ଧରଣର ବିମାନ ଦୁର୍ଘଟଣା: ଏତିକି ଥିଲେ ଯାତ୍ରୀ, ଜଳିଗଲା…

ନୂଆଦିଲ୍ଲୀ,୧୬।୧୨: କେନ୍ଦ୍ରୀୟ ମେକ୍ସିକୋରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏକ ଛୋଟ ଘରୋଇ ବିମାନ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରିବାରୁ ଅତି କମରେ...

ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର

ଭଦ୍ରକ,୧୬୧୨(ସନାତନ ରାଉତ): ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ରହିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ...

ଘୁଞ୍ଚିଲା OTET ପେପର-୨ ପରୀକ୍ଷା ସମୟ; ଜାଣନ୍ତୁ ନୂଆ ସମୟସୂଚୀ

ନୂଆଦିଲ୍ଲୀ,୧୫ା୧୨: ଆସନ୍ତା ଡିସେମ୍ବର ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ...

ଭୁବନେଶ୍ୱରରେ ଲଜ୍ଜା: ପୁରୁଷ ବନ୍ଧୁଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର, ଭିଡିଓ ରେକର୍ଡ କରି…

ଭୁବନେଶ୍ୱର,୧୫ା୧୨: ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକାକୁ ତାଙ୍କ ପୁରୁଷ ବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡିସେମ୍ବର ୧୦ ତାରିଖରେ ଧଉଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri