ପାରଳାଖେମୁଣ୍ଡି,୧୨।୬,(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ନିର୍ଦେଶକ୍ରମେ ଜିଲାର ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଜିଲା କଂଗ୍ରେସ ସଭାପତି ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ଛାତ୍ରୀଛାତ୍ରଙ୍କୁ ବସ,ଟ୍ରେନ ଭଡା ଦେୟମୁକ୍ତ କରିବା ଦାବିରେ ଏକ ବିକ୍ଷୋଭ ରାଲି ଜିଲା କଂଗ୍ରେସ କାର୍ଯ୍ୟାଳୟଠାରୁ ବାହାରି ସହର ପରିକ୍ରମା କରି ଜିଲା ପରିବହନ କାର୍ଯ୍ୟଳୟରେ ପହଞ୍ଚି ଜିଲା ପରିବହନ କାର୍ଯ୍ୟାଳୟ ଘେରାଉ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ରୀଛାତ୍ରଙ୍କୁ ପାଠପଢିବା କିମ୍ବା କୌଣସି ପରୀକ୍ଷା ନିମନ୍ତେ କୌଣସି ବାହାର ସ୍ଥାନକୁ ଯିବାପାଇଁ ଦେୟମୁକ୍ତ ଯାତ୍ରା କରିବାକୁ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି । ଏନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଜିଲା ପରିବହନ ଅଧିକାରୀ ତୁଷାର କୁମାର ହେମ୍ବ୍ରମଙ୍କୁ ପ୍ରଦାନ କରିଛନ୍ତି । କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସର ଦାବିକୁ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ କଂଗ୍ରେସ କର୍ମୀ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ସହ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ମୋହନା ବିଧାୟକ ତଥା ଜିଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗ କହିଛନ୍ତି।ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଗରୁଡଧ୍ୱଜ ଚୌଧୁରୀ,ଯସ୍ମୀନ ସେଖ, ସଞ୍ଜୟ ଅଧିକାରୀ, କୁନା ମାଝୀ,ବାବୁଲି ସାହୁ, ସଂଗ୍ରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


