ଲକ୍ଷ୍ନୌ,୭ା୬:ଭାରତର ‘ମ୍ୟାଙ୍ଗୋ ମ୍ୟାନ୍’ ଭାବେ ପରିଚିତ ହାଜି କଲିମୁଲ୍ଲା ଖାନ୍ ନୂଆକରି ବିକଶିତ ଏକ ଆମ୍ବର ନାମ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନଁାରେ ରଖିଛନ୍ତି। ସେ ନିଜ ବଗିଚାରେ ଫଳାଇଥିବା ଏହି ନୂଆ କିସମ ଆମ୍ବର ନାମକରଣ କରିଛନ୍ତି ‘ରାଜନାଥ ଆମ୍ବ’। କଲିମୁଲ୍ଲା ଏହା ପୂର୍ବରୁ ସଚିନ ତେନ୍ଦୁଲକର, ଐଶ୍ୱର୍ଯ୍ୟା ରାୟ, ଅଖିଳେଶ ଯାଦବ, ସୋନିଆ ଗାନ୍ଧୀ, ନରେନ୍ଦ୍ର ମୋଦି, ଅମିତ୍ ଶାହାଙ୍କ ଭଳି ପ୍ରମୁଖ ଭାରତୀୟ ବ୍ୟକ୍ତିତ୍ୱଙ୍କ ନାମରେ ଆମ୍ବର ନାମକରଣ କରିସାରିଛନ୍ତି। ପୂର୍ବରୁ ୨୦୦୮ରେ ଭାରତ ସରକାର କୃଷି ଉଦ୍ୟାନ ଓ ବିଭିନ୍ନ କିସମର ଫଳ ଉତ୍ପାଦନ ପ୍ରତି କରିମୁଲ୍ଲାଙ୍କ ଅନନ୍ୟ ଅବଦାନକୁ ସ୍ବୀକୃତି ଦେଇ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।
ଉତ୍ତର ପ୍ରଦେଶର ଲକ୍ଷ୍ନୌ ଜିଲା ମଲିହାବାଦ ନିବାସୀ କଲିମୁଲ୍ଲା ଖାନ୍ ଗୋଟିଏ ଗଛରେ ୩୦୦ରୁ ଊର୍ଦ୍ଧ୍ୱ କିସମର ଆମ୍ବ ଫଳାଇ ସାରିଲେଣି। ରାଜନାଥ ସିଂଙ୍କ ନାମରେ ସଦ୍ୟ ଭେରାଇଟିର ନାମକରଣକୁ ନେଇ କଲିମୁଲ୍ଲା କହିଛନ୍ତି, ଅନେକ ସମୟରେ ଲୋକେ ମହାନ୍ ନେତାମାନଙ୍କ ନାମକୁ ଭୁଲିଯାଆନ୍ତି। ଏହି ନାମଗୁଡ଼ିକ ପିଢ଼ି ପିଢ଼ି ଧରି ବଞ୍ଚତ୍ରହୁ ବୋଲି ସେ ଚାହାନ୍ତି। ଦେଶ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ ସେବା ପ୍ରଦାନ କରିଥିବା ବ୍ୟକ୍ତିଙ୍କ ନାମରେ ସେ ଆମ୍ବର ନାମ ଦେଇଥାନ୍ତି। ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିବାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ଭୂମିକାକୁ ସମ୍ମାନ ଦେଇ ସେ ନୂଆ ଆମ୍ବର ନାମ ‘ରାଜନାଥ ଆମ୍ବ’ ରଖିଥିବା କହିଛନ୍ତି।


