Posted inଜାତୀୟ

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଓମାର ଅବଦୁଲ୍ଲା: ଯାହା କେହି କରି ନ ଥିଲେ, ତାହା…

ଶ୍ରୀନଗର,୬।୬: ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଚେନାବ ବ୍ରିଜ୍‌ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆମର ପ୍ରଧାନମନ୍ତ୍ରୀ ଯାହା କରିଛନ୍ତି, ତାହା ବ୍ରିଟିଶମାନେ ମଧ୍ୟ କରିପାରି ନ ଥିଲେ। ଚେନାବ ବ୍ରିଜ୍‌ ପ୍ରକଳ୍ପର ସମାପ୍ତି ଦେଖିବା ସମସ୍ତଙ୍କର ସ୍ବପ୍ନ ଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ମୋଦି ଆଜି ପୂରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ ଏବଂ କଶ୍ମୀରର ରିଆସି ଜିଲାରେ ଚେନାବ ବ୍ରିଜ୍‌ର ଉଦଘାଟନ କରିଛନ୍ତି। ଏହି ବ୍ରିଜ୍‌ ଚେନାବ ନଦୀ ଉପରେ ନିର୍ମିତ ଏବଂ ଏହାକୁ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ୍‌ ଭାବରେ ବିବେଚନା କରାଯାଏ। ଏହି ବ୍ରିଜ୍‌ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରଧାନମନ୍ତ୍ରୀ ମୋଦି ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ଆର୍ଚ ବ୍ରିଜ୍‌ରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପ୍ରଶଂସା କରି କହିଛନ୍ତି, ବ୍ରିଟିଶମାନେ ଯେଉଁ କାମ କରିପାରିଲେ ନାହିଁ, ତାହା ପ୍ରଧାନମନ୍ତ୍ରୀ ମୋଦି କରି ଦେଖାଇଛନ୍ତି। ଯେତେବେଳେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ମୁଁ ଅଷ୍ଟମ ଶ୍ରେଣୀରେ ପଢୁଥିଲି, ବର୍ତ୍ତମାନ ମୋର ବୟସ ୫୫ ବର୍ଷ। ଏହି ପ୍ରକଳ୍ପରୁ ଜମ୍ମୁ କଶ୍ମୀର ବହୁତ ଲାଭ ପାଇବ। ଆଗାମୀ ଦିନରେ ସ୍ଥାନୀୟ ଲୋକମାନେ ବହୁତ ଲାଭ ପାଇବେ। ଚେନାବ ବ୍ରିଜ୍‌ ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବ। ଏହି ସ୍ବପ୍ନ ଅନେକ ଦଶନ୍ଧି ଧରି ଦେଖାଯାଉଥିଲା। ବ୍ରିଟିଶମାନେ ମଧ୍ୟ ଏହି ସ୍ବପ୍ନ ଦେଖିଥିଲେ। କିନ୍ତୁ, ଯାହା ବ୍ରିଟିଶମାନେ ପୂରଣ କରିପାରି ନ ଥିଲେ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ପୂରଣ ହୋଇଥିଲା।

ଓମର ଅବଦୁଲ୍ଲା ଆହୁରି କହିଛନ୍ତି, ଏହି ପ୍ରକଳ୍ପ ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବ। ଏହା ରାଜ୍ୟର ଚାଷୀମାନଙ୍କୁ, ବିଶେଷକରି ସେଓ ବ୍ୟବସାୟ କରୁଥିବା ଚାଷୀମାନଙ୍କୁ ବହୁତ ଲାଭ ଦେବ। ଏବେ କ୍‌ଶ୍ମୀରରେ ଚାଷ ହେଉଥିବା ସେଓ ଦେଶର ବିଭିନ୍ନ ଅଂଶରେ ସହଜରେ ପହଞ୍ଚିପାରିବ, ଯାହା ଦେଶର ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆଣିବ। ଏହା କେବଳ ଆୟ ବୃଦ୍ଧି କରିବ ନାହିଁ ବରଂ ଯୁବକମାନଙ୍କୁ ନିଯୁକ୍ତି ମଧ୍ୟ ପ୍ରଦାନ କରିବ।

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁକ୍ରବାର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇ ଆଣିବା ପାଇଁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri