Posted inଜାତୀୟ

‘ମୋତେ ପଳାତକ କୁହ, କିନ୍ତୁ ଚୋର ନୁହେଁ’: ଭାରତ ଫେରିବାକୁ ଇଛା ପ୍ରକାଶ କଲେ ବିଜୟ ମାଲ୍ୟା

ନୂଆଦିଲ୍ଲୀ,୬ା୬: ବିଖ୍ୟାତ ବ୍ୟବସାୟୀ ତଥା କିଙ୍ଗଫିସର ଏୟାରଲାଇନ୍ସର ପୂର୍ବତନ ମାଲିକ ବିଜୟ ମାଲ୍ୟା ଏକ ସାକ୍ଷାତକାରରେ ଚାଞ୍ଚଲ୍ୟକର ଦାବି କରି କହିଛନ୍ତି ଯେ, ଯଦି ତାଙ୍କୁ ଭାରତରେ ନିରପେକ୍ଷ ବିଚାର ଓ ସମ୍ମାନଜନକ ଜୀବନର ନିଶ୍ଚିତତା ମିଳେ, ତେବେ ସେ ଭାରତ ଫେରିବାକୁ ଗମ୍ଭୀରତାର ସହ ବିଚାର କରିବେ। ରାଜ ଶମାନୀଙ୍କ ପଡକାଷ୍ଟରେ ଏହି ମନ୍ତବ୍ୟ ଦେଇ ମାଲ୍ୟା ନିଜ ଉପରେ ଲାଗିଥିବା ଅନେକ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ମାଲ୍ୟା କହିଛନ୍ତି, “ମୁଁ ଦେଶ ଛାଡ଼ି ପଳାୟନ କରିନାହିଁ। ମୋତେ ପଳାତକ କହି ପାର, କିନ୍ତୁ ମୁଁ ଚୋର ନୁହେଁ।” ସେ ଆହୁରି ଦାବି କରିଛନ୍ତି ଯେ, କିଙ୍ଗଫିସର ଏୟାରଲାଇନ୍ସର ଋଣ ପ୍ରାୟ ୬,୨୦୩ କୋଟି ଟଙ୍କା ଥିଲା, କିନ୍ତୁ ବ୍ୟାଙ୍କଗୁଡ଼ିକ ତାଙ୍କ ଚହାଦି ଯାଇଥିବା ସମ୍ପତ୍ତିରୁ ୧୪,୧୦୦ କୋଟି ଟଙ୍କା ଜବତ କରିସାରିଛନ୍ତି। ସେ ପ୍ରଶ୍ନ ଉଠାଇ କହିଛନ୍ତି, “ଯଦି ମୁଁ ଋଣ ପରିଶୋଧ କରିବାକୁ ଚାହୁଁଥିଲି, ତେବେ ମୋତେ କାହିଁକି ଚୋର କୁହାଯାଉଛି?”

ମାଲ୍ୟା ଅଭିଯୋଗ କରିଛନ୍ତି ଯେ, ଏକ ଷଡ଼ଯନ୍ତ୍ର ଅଧୀନରେ ତାଙ୍କୁ ‘ଚୋର’ ଓ ‘ଆର୍ଥିକ ଅପରାଧୀ’ ଭାବେ ଚିତ୍ରଣ କରାଯାଇଛି। ସେ କହିଛନ୍ତି, “ଯେଉଁମାନେ ମୋତେ ଆର୍ଥିକ ଅପରାଧୀ ଓ ପଳାତକ କହୁଛନ୍ତି, ସେମାନେ ମୋ ଠାରୁ ବଡ଼ ଅପରାଧୀ।”

ବିଜୟ ମାଲ୍ୟା ୨୦୧୬ ମସିହାରେ ଭାରଓ ଛାଡ଼ି ବ୍ରିଟେନ ପଳାଇଥିବା ଅଭିଯୋଗ ରହିଛି, ଯେତେବେଳେ ତାଙ୍କ କିଙ୍ଗଫିସର ଏୟାରଲାଇନ୍ସ ବିପୁଳ ଋଣ ଯୋଗୁଁ ଦେବାଳିଆ ହୋଇଥିଲା। ଭାରତୀୟ ବ୍ୟାଙ୍କଗୁଡ଼ିକ ତାଙ୍କ ବିରୋଧରେ ୯,୦୦୦ କୋଟି ଟଙ୍କାରୁ ଅଧିକ ଋଣ ଅପଚୟ ଓ ମନି ଲଣ୍ଡରିଂ ଅଭିଯୋଗ ରହିଛି। ଏହାପରେ ମାଲ୍ୟା ଲଣ୍ଡନରେ ରହୁଛନ୍ତି ଏବଂ ଭାରତ ସରକାର ତାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ବାରମ୍ବାର ଚେଷ୍ଟା କରୁଛନ୍ତି।
ମାଲ୍ୟା ଦାବି କରିଛନ୍ତି ଯେ, ସେ ଋଣ ପରିଶୋଧ କରିବାକୁ ଅନେକବାର ପ୍ରସ୍ତାବ ଦେଇଥିଲେ, କିନ୍ତୁ ସରକାର ତାଙ୍କୁ ଏହି ସୁଯୋଗ ଦେଇ ନାହାନ୍ତି। ସେ କହିଛନ୍ତି, “ମୁଁ ଋଣ ଫେରାଇବାକୁ ଚାହୁଁଥିଲି, କିନ୍ତୁ ମୋ ସମ୍ପତ୍ତିକୁ ଜବତ କରାଯାଇଛି। ମୋତେ ନିରପେକ୍ଷ ବିଚାରର ସୁଯୋଗ ଦିଆଯାଉ, ମୁଁ ଭାରତ ଫେରିବି।”

ଭାରତ ସରକାର ମାଲ୍ୟାଙ୍କୁ ଯୁକ୍ତରାଷ୍ଟ୍ରରୁ ପ୍ରତ୍ୟର୍ପଣ କରିବା ପାଇଁ ୨୦୧୭ ମସିହାରୁ ଚେଷ୍ଟା କରୁଛନ୍ତି। ବ୍ରିଟେନର ଅଦାଲତରେ ଏହି ମାମଲା ଚାଲିଛି, କିନ୍ତୁ ଜଟିଳ ଆଇନଗତ ପ୍ରକ୍ରିୟା ଯୋଗୁଁ ଏହା ବିଳମ୍ବିତ ହେଉଛି। ମାଲ୍ୟା ଦାବି କରିଛନ୍ତି ଯେ, ତାଙ୍କୁ ଭାରତରେ ନିରପେକ୍ଷ ବିଚାର ମିଳିବ ନାହିଁ, ଯେଉଁ କାରଣରୁ ସେ ଲଣ୍ଡନରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ଇଣ୍ଡିଗୋ ସଙ୍କଟ: ତତକାଳ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ,୮।୧୨: କ୍ରମାଗତ ସପ୍ତମ ଦିନ ପାଇଁ ବହୁ ସଂଖ୍ୟାରେ ଇଣ୍ଡିଗୋ ବିମାନ ବାତିଲ କରାଯାଉଛି। ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ...

ଚାଇନା ଯୁବତୀଙ୍କ ପ୍ରେମରେ ପଡିଲେ ଝାଡ଼ଖଣ୍ଡ ଯୁବକ, ଦେଶୀ ଷ୍ଟାଇଲରେ କଲେ ବିବାହ

ସାହିବଗଞ୍ଜ,୮।୧୨: ଏହି କାହାଣୀଟି କୌଣସି ବଲିଉଡ ଫିଲ୍ମଠାରୁ କମ ନୁହେଁ। ସେମାନେ ପ୍ରଥମେ ଚାଇନାରେ ଭେଟ ହୋଇଥିଲେ, ତା’ପରେ ଲଣ୍ଡନରେ ପାଠପଢ଼ା ସମୟରେ ବନ୍ଧୁତା ଗଢ଼ି...

ଟ୍ରମ୍ପଙ୍କୁ ନେଇ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ବଡ଼ ଘୋଷଣା

ହାଇଦ୍ରାବାଦ,୮।୧୨: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ହାଇଦ୍ରାବାଦର ଏକ ରାସ୍ତାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri