Posted inଜାତୀୟ

ରେଳ ବିଭାଗର ବଡ଼ ନିଷ୍ପତ୍ତି: ତତ୍କାଳ ଟିକେଟ୍‌ ବୁକିଂ ପାଇଁ ଆଧାର ଯାଞ୍ଚ ଜରୁରୀ, ନଚେତ୍‌…

ନୂଆଦିଲ୍ଲୀ,୫ା୬: ଭାରତୀୟ ରେଳବାଇ ଖୁବ୍‌ଶୀଘ୍ର ତତ୍କାଳ ଟିକେଟ ବୁକିଂ ପାଇଁ ଇ-ଆଧାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଏହା ସହିତ ପ୍ରକୃତ ଯାତ୍ରୀମାନେ ଆବଶ୍ୟକତା ସମୟରେ ସହଜରେ ନିଶ୍ଚିତ ଟିକେଟ ପାଇପାରିବେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।

ରେଳବାଇ କହିଛି ଯେ, ଯେଉଁ ଯାତ୍ରୀମାନଙ୍କର IRCTC ଆକାଉଣ୍ଟ ଆଧାର ସହିତ ଲିଙ୍କ୍‌ ହୋଇଛି, ସେମାନେ ତତ୍କାଳ ବୁକିଂ ଆରମ୍ଭ ହେବାର ପ୍ରଥମ ୧୦ ମିନିଟ୍‌ ମଧ୍ୟରେ ଟିକେଟ ବୁକ୍‌ କରିବାର ସୁଯୋଗ ପାଇବେ। ଅନ୍ୟପକ୍ଷରେ, IRCTCର ଅଧିକୃତ ଏଜେଣ୍ଟମାନଙ୍କୁ ଏହି ପ୍ରାରମ୍ଭିକ ୧୦ ମିନିଟ ମଧ୍ୟରେ ଟିକେଟ ବୁକ୍‌ କରିବାକୁ ଅନୁମତି ଦିଆଯିବ ନାହିଁ। ଏହାର ଅର୍ଥ ହେଉଛି ସାଧାରଣ ଯାତ୍ରୀମାନେ ଟିକେଟ୍‌ ବୁକ୍‌ କରିବାରେ ଅଧିକ ସୁବିଧା ପାଇବେ ଯଦି ସେମାନଙ୍କର ଆକାଉଣ୍ଟ ଆଧାର ସହିତ ଲିଙ୍କ୍‌ ହୋଇଛି।

ରେଳ ମନ୍ତ୍ରଣାଳୟ ଅଧିକାରୀଙ୍କ ଅନୁଯାୟୀ, ସ୍ବୟଂଚାଳିତ ଉପକରଣ ବ୍ୟବହାର କରି ଟିକେଟ୍‌ ବୁକ୍‌ କରୁଥିବା ଏଜେଣ୍ଟମାନଙ୍କ ବିରୋଧ ରେଳବାଇ ଏକ ଅଭିଯାନ ଆରମ୍ଭ କରିଛି। ଏହି କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରାଯାଉଛି। ଏକ ସାମ୍ପ୍ରତିକ ତଦନ୍ତରେ ପ୍ରାୟ ୨୦ ଲକ୍ଷ ଆକାଉଣ୍ଟ ସନ୍ଦେହଜନକ ମିଳିଛି, ଯାହା ଆଧାର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ସହିତ ଯାଞ୍ଚ କରାଯାଉଛି।

ବର୍ତ୍ତମାନ IRCTCର ଓ୍ବେବ୍‌ସାଇଟ୍‌ରେ ପ୍ରାୟ ୧୩ କୋଟି ସକ୍ରିୟ ଉପଭୋକ୍ତା ଅଛନ୍ତି, କିନ୍ତୁ ଏହି ଆକାଉଣ୍ଟ ମଧ୍ୟରୁ କେବଳ ୧.୨ କୋଟି ଆକାଉଣ୍ଟ ଆଧାର ସହିତ ଲିଙ୍କ୍‌ ହୋଇଛି। ଏବେ ରେଳବାଇ ବାକି ୧୧ କୋଟି ୮୦ ଲକ୍ଷ ଆକାଉଣ୍ଟର ଏକ ସ୍ବତନ୍ତ୍ର ତଦନ୍ତ କରିବ। ସନ୍ଦେହଜନକ ଆକାଉଣ୍ଟଗୁଡ଼ିକୁ ଅବରୋଧ କରାଯିବ।

ରେଳବାଇର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେବଳ ପ୍ରକୃତ ଏବଂ ଅସହାୟ ଯାତ୍ରୀମାନେ ତତ୍କାଳ ଏବଂ ପ୍ରିମିୟମ ତତ୍କାଳ ଟିକେଟ୍‌ ପାଇବା ନିଶ୍ଚିତ କରିବା। ତେଣୁ ବୁକିଂର ପ୍ରଥମ ୧୦ ମିନିଟରେ ଆଧାର ଲିଙ୍କ୍‌ ହୋଇଥିବା ଆକାଉଣ୍ଟଗୁଡ଼ିକୁ ପ୍ରାଥମିକତା ଦିଆଯିବ। ଯଦି ଆପଣ ମଧ୍ୟ ତତ୍କାଳ ଟିକେଟ୍‌ ବୁକ୍‌ କରିବାକୁ ଚାହୁଁଛନ୍ତି ତେବେ ଯଥାଶୀଘ୍ର ଆପଣଙ୍କର IRCTC ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍‌ କରନ୍ତୁ ଯାହା ଦ୍ୱାରା ଆପଣ ଏହି ନୂତନ ସୁବିଧାର ଲାଭ ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ...

ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...

୧୨ ଯାଏ ଥରିବ ଓଡ଼ିଶା: ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ଦିନ ପର୍ଯ୍ୟନ୍ତ ଶୀତ ଲହରି ବା କୋଲ୍ଡ ଓ୍ବେଭ୍‌ ଜାରି...

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri