ଉତ୍ତରପୂର୍ବାଞ୍ଚଳରେ ଭୂସ୍ଖଳନ

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତ ସପ୍ତାହରେ କେରଳ ଛୁଇଁଥିଲା। ଦୀର୍ଘ ୧୬ ବର୍ଷ ପରେ ଏହା ସଅଳ ଆସିଥିବାରୁ ଗରମ ଗୁଳୁଗୁଳିରୁ ସମସ୍ତେ ତ୍ରାହି ପାଇବା ସହ ଖୁସି ବ୍ୟକ୍ତ କରିଥିଲେ। କାରଣ ଭଲ ମୌସୁମୀ ବର୍ଷା କୃଷି ଉତ୍ପାଦନ ବୃଦ୍ଧି କରେ ଓ ଅର୍ଥନୀତିକୁ ସୁହାଏ। କିନ୍ତୁ ଆରମ୍ଭରୁ ମୌସୁମୀ ପ୍ରବେଶ ବଡ଼ ଧରଣର ବିପର୍ଯୟ ସୃଷ୍ଟି କରିଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଏହା ପହଞ୍ଚତ୍ବା ପରେ ପ୍ରବଳ ବର୍ଷିବା ଯୋଗୁ ବନ୍ୟା ଓ ଭୂସ୍ଖଳନ ଘଟି ଏଯାବତ୍‌ ୩୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଜୁନ ୨ରେ ସିକିମ୍‌ର ଛତେନଠାରେ ଚାଲିଥିବା ଏକ ମିଲିଟାରି କ୍ୟାମ୍ପରେ ଭୂସ୍ଖଳନ ଯୋଗୁ ୩ ଯବାନଙ୍କ ମୃତ୍ୟୁ ହେବା ସହ ୬ ଜଣ ନିଖୋଜ ଅଛନ୍ତି। ଉତ୍ତର ପୂର୍ବାଞ୍ଚଳର ୮ଟି ରାଜ୍ୟ ମଧ୍ୟରୁ ବିଶେଷକରି ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ସିକ୍କିମ, ତ୍ରିପୁରା ଓ ମଣିପୁରରେ ବନ୍ୟା ଏବଂ ଭୂସ୍ଖଳନ କାରଣରୁ ପାଖାପାଖି ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମ ସବୁଠୁ ବେଶୀ ପ୍ରଭାବିତ ହୋଇଛି ଏବଂ ସେଠାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅରୁଣାଚଳପ୍ରଦେଶରେ ୧୦ ଜଣଙ୍କ ପ୍ରାଣ ଯାଇଛି।
ଦେଖିବାକୁ ଗଲେ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହୁଏ। ବନ୍ୟା ମଧ୍ୟ ହୋଇଥାଏ। କିନ୍ତୁ ପାହାଡ଼ ଅଞ୍ଚଳରେ କ୍ଷୟକ୍ଷତି ଅତ୍ୟନ୍ତ ସୀମିତ ରହିଥାଏ। ତେବେ ଭାରତବର୍ଷର ଉତ୍ତରାଖଣ୍ଡ ରାଜ୍ୟରୁ ଆରମ୍ଭ କରି ଅରୁଣାଚଳ ପର୍ଯ୍ୟନ୍ତ ତଥାକଥିତ ବିକାଶ ନାମରେ ଯେଉଁଭଳି ପରିବେଶକୁ ଧ୍ୱଂସ କରାଯାଉଛି, ସେଥିପାଇଁ ଜୀବନ ଏବଂ ସମ୍ପତ୍ତି ହାନି ବୃଦ୍ଧି ପାଉଛି। ବିଗତ ଦଶନ୍ଧିରେ ଉତ୍ତରପୂର୍ବାଞ୍ଚଳରେ ବର୍ଷା ଓ ତଜ୍ଜନିତ ଭୂସ୍ଖଳନ ତୀବ୍ରତା ଅନେକ ଗୁଣ ବୃଦ୍ଧି ପାଇଛି। ମୌସୁମୀ ବ୍ୟତୀତ ଅନିୟମିତ ପାଣିପାଗ ଯୋଗୁ ବର୍ଷର ଅନ୍ୟ ସମୟରେ ହେଉଥିବା ପ୍ରବଳ ବର୍ଷା ମଧ୍ୟ ଉତ୍ତରପୂର୍ବ ରାଜ୍ୟରେ ହଠାତ୍‌ ବନ୍ୟା ଓ ଭୂସ୍ଖଳନର କାରଣ ପାଲଟୁଛି। ଜିଓଗ୍ରାଫିକାଲ ସର୍ଭେ ଅଫ୍‌ ଇଣ୍ଡିଆ ତଥ୍ୟ ଅନୁଯାୟୀ, ୨୦୧୭ରୁ ୨୦୨୪ ମଧ୍ୟରେ ୫୯୨ଟି ଭୂସ୍ଖଳନ ହୋଇଥିବାବେଳେ କେବଳ ୨୦୨୪ରୁ ଏଯାବତ୍‌ ୧୯୬ଟି ଘଟିସାରିଲାଣି। ତେବେ ଏବେ ଘଟୁଥିବା ବନ୍ୟା ଓ ଭୂସ୍ଖଳନର ଭୟଙ୍କର ରୂପ ପଛରେ ଥିବା ବଡ଼ କାରଣ ହେଉଛି ପାଣିପାଗ ପ୍ରଣାଳୀରେ ପରିବର୍ତ୍ତନ ଓ ମଣିଷକୃତ କାର୍ଯ୍ୟକଳାପ। ପାହାଡ଼ ଓ ଘଞ୍ଚ ଜଙ୍ଗଲଘେରା ଏହି ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଛି। ଏଥିପାଇଁ ପାହାଡ଼ ଫଟାଇବାଠାରୁ ଆରମ୍ଭ କରି ଜଙ୍ଗଲ ଧ୍ୱଂସ କରାଯାଉଛି। କ୍ଷୁଦ୍ର ପ୍ରାକୃତିକ ଜଳଧାରର ଗତିରୋଧ ମଧ୍ୟ କରାଯାଉଛି। ବିଶେଷକରି ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବ୍ରହ୍ମପୁତ୍ର ଓ ବରାକ୍‌ ଦୁଇ ମୁଖ୍ୟ ନଦୀ ସହିତ ତିସ୍ତା, ଦିବଙ୍ଗ, ଟିଆଲ, ଡୋୟାଙ୍ଗ, ଲଙ୍ଗାଇ ଭଳି ଅନେକ ଛୋଟବଡ଼ ନଦୀ ପ୍ରବାହିତ ହେଉଛି। ଏବେ ଏହିସବୁ ନଦୀରେ ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ତଥା ଏହାର ତଟବର୍ତ୍ତୀ ଅଞ୍ଚଳରେ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ସହ ନିକଟରେ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି ଯେ, ଅରୁଣାଚଳପ୍ରଦେଶ, ଆସାମ, ନାଗାଲାଣ୍ଡ, ମଣିପୁର ଓ ତ୍ରିପୁରାରେ ୧୮୬ଟି ଜାତୀୟ ରାଜପଥ ପ୍ରକଳ୍ପ କାମ ଚାଲିଛି। ଉଦ୍‌ବେଗର ବିଷୟ ହେଉଛି, ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ (ଆଇଏସ୍‌ଏଫ୍‌ଆର୍‌)ର ତଥ୍ୟ। ଏଥିରେ ଦର୍ଶାଯାଇଛି ଯେ, ୨୦୧୩ରୁ ୨୦୨୩ ମଧ୍ୟରେ ସମଗ୍ର ଉତ୍ତରପୂର୍ବାଞ୍ଚଳରୁ ପାଖାପାଖି ୪ ହଜାର ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ କରାଯାଇସାରିଲାଣି, ଯାହା ଗୋଆର ଆକାରଠାରୁ ଅଧିକ।
ଏହା ସତ ଯେ, ପରିବର୍ତ୍ତିତ ଜଳବାୟୁ ଯୋଗୁ ପାଣିପାଗ ମଧ୍ୟ ବଦଳି ଚାଲୁଛି। ତାହାକୁ ସାମ୍ନା କରିବା ଲାଗି ସବୁସ୍ତରରେ ପ୍ରସ୍ତୁତି ହେବା ଆବଶ୍ୟକ। ଅନ୍ୟପକ୍ଷରେ ଉତ୍ତର ପୂର୍ବାଞ୍ଚଳରେ ଗମନାଗମନ ଓ ପରିବହନକୁ ଗୁରୁତ୍ୱ ଦିଆଯିବା ଭଲ କଥା। କିନ୍ତୁ ସେଠାକାର ଭୌଗୋଳିକ ସ୍ଥିତି ଓ ଭଙ୍ଗୁର ଭୂପୃଷ୍ଠକୁ ଦେଖି ପରିସଂସ୍ଥାନକୁ କ୍ଷତି ନ ପହଞ୍ଚାଇଲା ଭଳି ଭିତ୍ତିଭୂମି ବିକଶିତ କରାଯିବା ଦରକାର। ଯେଉଁଠାରେ ସେସବୁକୁ ଅଣଦେଖା କରାଯାଉଛି, ସେଭଳି ସ୍ଥଳେ ବିପର୍ଯ୍ୟୟ ବଡ଼ ଆକାରରେ ଆସୁଛି। ଭିତ୍ତିଭୂମି ବିକାଶ ଯୋଜନା ପରିବେଶ ଉପଯୋଗୀ ହେଲେ ଅର୍ଥାତ୍‌ ପାହାଡ଼ ଓ ଜଙ୍ଗଲର କ୍ଷତି ହ୍ରାସ କରାଯାଇପାରିଲେ, ହୁଏତ ବିପତ୍ତିର ତୀବ୍ରତା କମ୍‌ କରାଯାଇପାରିବ। ଏଥିପାଇଁ ଆଗକୁ ଏକ ସମ୍ମିଳିତ ଯୋଜନା ହାତକୁ ନେବା ସହ ବିପର୍ଯ୍ୟୟ ପରବର୍ତ୍ତୀ ପୁନର୍ଗଠନ ପାଇଁ ପ୍ରସ୍ତୁତ ହୋଇ ରହିଲେ ଦେଶର ସବୁ ପାହାଡ଼ିଆ ଅଞ୍ଚଳରେ ଅଧିବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ହୁଏତ ଏହାର ପନ୍ଥା ହୋଇପାରେ ଏକ ନୂଆ ମନ୍ତ୍ରଣାଳୟ ସୃଷ୍ଟି। ସେହି ବିଭାଗ କେବଳ ଏହିଭଳି ପରିସଂସ୍ଥାଗତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଯେତେ ପ୍ରକାରର ବିକାଶ ପ୍ରକଳ୍ପ ହାତକୁ ନିଆଯିବ, ସେସବୁ ତାହାଦ୍ୱାରା ପରିଚାଳିତ ହେବ। ବିଶେଷ ଦୃଷ୍ଟି ଦିଆ ନ ଗଲେ ଏହିଭଳି କ୍ଷତି ଭବିଷ୍ୟତରେ ମଧ୍ୟ ଲାଗି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri