ଗାଁ’ସାଥିଙ୍କ ଲାଳସା, ଗାଁରେ କରୁଛି ସମସ୍ୟା: ଘଣ୍ଟ ଘୋଡାଉଛି ପ୍ରଶାସନ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): ମନରେଗା ଯୋଜନାର କାର୍ଯ୍ୟ ତଦାରଖ ବା ଲୋକଙ୍କୁ ୧୦୦ଦିନ ନିଜ ଗ୍ରାମରେ କାମ ଯୋଗାଇବାରେ ସହଯୋଗ କରିବା ପାଇଁ ନିୟୋଜିତ ଗାଁସାଥିଙ୍କ ମନମୁଖି କାର୍ଯ୍ୟକଳାପକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବାରମ୍ବାର ବ୍ଲକ ପ୍ରଶାସନଙ୍କୁ ଲିଖିତ ଓ ମୌଖିକ ଭାବେ ଅଭିଯୋଗ କରି ଆସୁଥିବା ବେଳେ କେହି ଶୁଣୁନାହାନ୍ତି। ଏକାଧିକ ଥର ବୈଠକ କରାଯାଇଥିଲେ ସୁଦ୍ଧା ତଥାପି କିଛି ପରିବର୍ତ୍ତନ ହୋଇ ନାହିଁ l ଦିନକୁ ଦିନ କିଛି ଗାଁ ସାଥୀ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା କରିବା ସହ ସେମାନେ ନିଜେ ଠିକାଦାର ସାଜି ସରକାରୀ ଟଙ୍କା ଅବବ୍ୟବହାର କରୁଥିବା ସହ ଏମଜିଏନଆରଇଜିଏ, ଏନଆରଇଜିଏ ଏବଂ ଏମଏନଆରଇଜିଏ ଯୋଜନାର ଆଇନ ୨୦୦୫ ଓ ୨୦୦୯କୁ ସମ୍ପୂର୍ଣ୍ଣ ଉଲଘଂନ କରୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ମଧ୍ୟ ଗ୍ରାମବାସୀଙ୍କୁ କୌଣସି ସୁଫଳ ମିଳୁନାହିଁ ବୋଲି ଆମ ଧରିତ୍ରୀ ଆଗରେ ପ୍ରକାଶ କରିଛନ୍ତି ଗ୍ରାମବାସୀ l ଏଭଳି ଏକ ଖବର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲା ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତ ଅଧିନସ୍ତ ପଡାପଦର ଗ୍ରାମରୁ l

ମିଳିଥିବା ସୂଚନା ଅନୁଯାୟୀ, ପଡାପଦର ଗ୍ରାମର ଦୁଇ ଗାଁସାଥିଙ୍କ ଏଭଳି ମନମୁଖୀ ଦୁର୍ନୀତି କାର୍ଯ୍ୟକଳାପକୁ ନେଇ ଗତ ମାସରେ ଗ୍ରାମବାସୀ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ଅନେକ ଥର ଲିଖିତ ମୌଖିକ ଅଭିଯୋଗ ହୋଇଛି। ଏନେଇ ଆମ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହାପରେ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ଗତ ଶନିବାର ଅପରାହ୍ନରେ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଏକ ବୈଠକ କରାଯାଇଥିଲା ଏବଂ ସେଥିରେ ସ୍ଥାନୀୟ ରତନୀ ମାଝୀ,
କାର୍ଯ୍ୟନିର୍ବାହୀ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନ ନାଏକ ଗ୍ରାମ ରଜଗାର ସେବକ ମୋନୋଜ ରାଉତ, ଯୋଗାଣ ସହାୟକ ବିପିନ୍ଦ୍ର ନାଏକ, ପୂର୍ବତନ ସରପଞ୍ଚ ଲକ୍ଷଣ ମାଝୀଙ୍କ ସମେତ ଦୁଇ ଗାଁ ସାଥି ପଙ୍କଜିନି ନାଏକ, ଅନନ୍ତ ମାଝୀ ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିବାବେଳେ ଗ୍ରାମର ଭଦ୍ରବ୍ୟକ୍ତି ଏବଂ ପୁରୁଷ ମହିଳା ଉପସ୍ଥିତ ରହି ବୈଠକ କରିଥିଲେ l

ବୈଠକରେ ସମସ୍ତଙ୍କ ସମ୍ମୁଖରେ ଗ୍ରାମବାସୀ ଦୁଇ ଗାଁସାଥି ମନଇଚ୍ଛା ନିଜ ପରିବାରର ଲୋକଙ୍କ ଜବକାର୍ଡ ନେଇ ଜବ ଡିମାଣ୍ଡ ମାରି ନିଜେ ନିଜେ ମାଲାମାଲ ହେଉଥିବା ଅଭିଯୋଗ ହୋଇଥିଲା। ଏହାସହ କାମରେ ବ୍ୟାପକ ଅନିୟମିତତା କରୁଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଥିଲେ ଗ୍ରାମବାସୀ l ପରେ ଏପରି ମନରେଗାରେ ଚାଲିଥିବା ଅନେକ କାମର ଦୁର୍ନୀତି କରିବା ନେଇ ଆଲୋଚନା କରିଥିଲେ ଏହାର ଉଚିତ୍‌ ତଦନ୍ତ କରାଯାଉ ବୋଲି ମତ ସାବ୍ୟସ୍ତ କରିବା ସହ ଏଥିରେ ଗାଁ ସାଥି ଦୁଇ ଜଣଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଯେଉଁ ଦିନ ପର୍ଯ୍ୟନ୍ତ ଗାଁ ସାଥିଙ୍କ ସମସ୍ୟାର ସମାଧାନ ନ ହୋଇଛି ସେ ଦିନ ପର୍ଯ୍ୟନ୍ତ ଗ୍ରାମପଞ୍ଚାୟତର ସମସ୍ତ ଏମଜିଏନଆରଇଜିଏ, ଏନଆରଇଜିଏ ଏବଂ ଏମଏନଆରଇଜିଏ ଯୋଜନାର ସବୁ କାମ ବନ୍ଦ ରଖିବାକୁ ଉପସ୍ଥିତ ବ୍ଲକ ପ୍ରଶାସନଙ୍କ ସମ୍ମୁଖରେ ଗ୍ରାମବାସୀ ନିଷ୍ପତି ନେଇଥିଲେ ଓ ପଡ଼ାପଦର ଗ୍ରାମର ଗାଁ ସାଥିଙ୍କୁ କାଢି ନୂତନ ଭାବେ ଗାଁ ସାଥି ଦିଆଯାଉ ବୋଳି ବ୍ଲକ ପ୍ରଶାସନଙ୍କ ଆଗରେ ଦାବି ରଖି କହିଥିଲେ ଗାଁସାଥିଙ୍କ ସମସ୍ୟା ବ୍ଲକ ପ୍ରଶାସନ ସମାଧାନ ନ କରେ। ତେବେ ଆଗାମୀ ଦିନରେ ଗ୍ରାମବାସୀ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ନିକଟରେ ମଧ୍ୟ ଅଭିଯୋଗ କରିବାକୁ ପଛେଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି l ଦେଖିବାକୁ ବାକି ରହିଲା ଖବର ପ୍ରକାଶ ପରେ ବ୍ଲକ ପ୍ରଶାସନ ସମସ୍ୟା ସମାଧାନ କରୁଛି ନା ଏମିତି ଦୁର୍ନୀତିକୁ ଚାପିବାକୁ ଚେଷ୍ଟା କରିବେ ତାହା ଆଗାମୀ ସମୟ କହିବ l


Enter your email to get our daily news in your inbox.

All Right Reserved By Dharitri.Com

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri