Posted inଫୁରସତ

ନିର୍ମାଣ ହେଉଛି ୧୫୪ ମହଲା ଆପାର୍ଟମେଣ୍ଟ

ବ୍ରାସିଲିଆ: ସମ୍ପ୍ରତି ବ୍ରାଜିଲର ବାଲ୍‌ନେରିଓ କାମ୍ବୋରିଉ ସହରରେ ବିଶ୍ୱର ସବୁଠାରୁ ଉଚ୍ଚ ଆପାର୍ଟମେଣ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାର ନାମ ସେନା ଟାୱାର ରଖାଯିବ ବୋଲି ଜଣାପଡ଼ିଛି। ୧୫୪ ମହଲା ବିଶିଷ୍ଟ ଏହି ଆପାର୍ଟମେଣ୍ଟର ଉଚ୍ଚତା ୧,୮୦୦ ଫୁଟ ରହିବ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ସମ୍ପ୍ରତି ଆମେରିକାର ନ୍ୟୁୟର୍କରେ ଥିବା ସେଣ୍ଟ୍ରାଲ ପାର୍କ ଟାୱାର ବିଶ୍ବର ସବୁଠାରୁ ଉଚ୍ଚ ଆପାର୍ଟମେଣ୍ଟ ଭାବେ ସ୍ଥାନିତ ରହିଛି। ୧୩୧ ମହଲା ବିଶିଷ୍ଟ ସେଣ୍ଟ୍ରାଲ ପାର୍କ ଟାୱାର ୧,୫୫୦ ଫୁଟ୍‌ ଉଚ୍ଚ ରହିଛି। ତେବେ ସେନା ଟାଓ୍ବାରର ଉଚ୍ଚତା ସେଣ୍ଟ୍ରାଲ ପାର୍କ ଟାୱାରକୁ ମଧ୍ୟ ଟପିବ ବୋଲି ଜଣାପଡ଼ିଛି।
ନିର୍ମାଣାଧୀନ ସେନା ଟାୱାରକୁ ଫର୍ମୁଲା ୧ ରେସିଂ କିମ୍ବଦନ୍ତୀ ଆୟର୍ଟନ ସେନାଙ୍କ ଜୀବନୀକୁ ନେଇ ଡିଜାଇନ୍‌ କରାଯାଉଛି। ଆୟର୍ଟନ ୩ ଥର ବିଶ୍ୱ ଚାମ୍ପିୟନ ଟାଇଟଲ ଜିତିଥିଲେ ଏବଂ ୧୯୯୪ରେ ସାନ୍‌ ମାରିନୋ ଗ୍ରାଣ୍ଡପିକ୍ସରେ ମାତ୍ର ୩୪ ବର୍ଷ ବୟସରେ ଏକ ଦୁର୍ଘଟଣାରେ ତାଙ୍କର ମତ୍ୟୁ ହୋଇଯାଇଥିଲା। ସେନା ଟାୱାରର ଡିଜାଇନ୍‌ ତାଙ୍କ ଯାତ୍ରାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା ପରି ପ୍ରସ୍ତୁତ ହେଉଛି। ଆୟର୍ଟନଙ୍କ ଝିଆରୀ ତଥା କଳାକାର ଲାଲଲ୍ଲି ସେନା ଏହି ଆପାର୍ଟମେଣ୍ଟ ଡିଜାଇନ୍‌ରେ ସାହାଯ୍ୟ କରୁଛନ୍ତି।
ଟାୱାରରେ ମୋଟ ୨୨୭ ୟୁନିଟ୍‌ ରହିବ, ଯେଉଁଥିରୁ ୨୦୪ଟି ୟୁନିଟରେ କେବଳ ଆପାର୍ଟମେଣ୍ଟ କରାଯିବ ବୋଲି ଜଣାପଡ଼ିଛି। ଏହି ଟାଓ୍ବାରର ସବୁଠାରୁ ଛୋଟ ଆପାର୍ଟମେଣ୍ଟର ମୂଲ୍ୟ ୫ ମିଲିୟନ ଆମେରିକୀୟ ଡଲାର (ପ୍ରାୟ ୪୨ କୋଟି ଟଙ୍କା) ପର୍ଯ୍ୟନ୍ତ ରହିବ। ସେହିପରି ସର୍ବୋଚ୍ଚ ମହଲାରେ ଥିବା ଟ୍ରିପ୍ଲେକ୍ସ ପେଣ୍ଟ୍‌ହାଉସର ମୂଲ୍ୟ ୫୩ ମିଲିୟନ ଡଲାର (ପ୍ରାୟ ୪୫୩ କୋଟି ଟଙ୍କା) ପର୍ଯ୍ୟନ୍ତ ଯାଇପାରେ ବୋଲି ବିଭିନ୍ନ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri