Posted inଖେଳ

ଟି୨୦ ବିଶ୍ୱକପ୍‌ରେ ଦଳକୁ ଫେରିବାକୁ ଲୋକେଶ ରାହୁଲ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬ା୫: ୨୦୨୬ରେ ଭାରତରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଦଳକୁ ଫେରିବାକୁ ସିନିୟର ବ୍ୟାଟର ଲୋକେଶ ରାହୁଲ ଲକ୍ଷ୍ୟ ରଖିଛନ୍ତି। ଏହି ଫର୍ମାଟରୁ ଦୂରେଇ ରହିବା ଯୋଗୁ ତାଙ୍କୁ ହ୍ବାଇଟ-ବଲ ଗେମ୍‌ ଉପରେ କାମ କରିବାକୁ ସମୟ ମିଳିଥିଲା ବୋଲି ସେ ପ୍ରକାଶ କରିଛନ୍ତି।

ରାହୁଲ ୩ ବର୍ଷ ତଳେ ଭାରତ ପାଇଁ ଟି୨୦ ମ୍ୟାଚ୍‌ ଖେଳିଥିଲେ। ସେ ଅନ୍ତିମ ଥର ଇଂଲଣ୍ଡ ବିପକ୍ଷ ୨୦୨୨ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ଖେଳିଥିଲେ। ଡିଫେଣ୍ଡିଂ ଚାମ୍ପିୟନ ଭାରତ ଆସନ୍ତା ବର୍ଷ ଶ୍ରୀଲଙ୍କା ସହିତ ମିଳିତ ଭାବେ ଟି୨୦ ବିଶ୍ୱକପ୍‌ ଆୟୋଜନ କରିବ। ରାହୁଲ ଚଳିତବର୍ଷ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୩ ମ୍ୟାଚ୍‌ରେ ୧୪୯.୭୨ ଷ୍ଟ୍ରାଇକରେଟ୍‌ରେ ୫୩୯ ରନ କରିଥିଲେ। ଗତ ୬ ସିଜନରେ ପଞ୍ଚମ ଥର ପାଇଁ ରାହୁଲ ୫୦୦ରୁ ଅଧିକ ରନ କରିଥିଲେ।

ଭାରତୀୟ ଟି୨୦ ଦଳକୁ ଫେରିବାକୁ ଚାହୁଁଛି। ମୋ ମନରେ ଟି୨୦ ବିଶ୍ୱକପ୍‌ ଅଛି। କିନ୍ତୁ ବର୍ତ୍ତମାନ ମୁଁ ଯେଉଁଭଳି ଖେଳୁଛି, ତାହାର ଆନନ୍ଦ ନେବାକୁ ଚାହୁଁଛି। ଅବଶ୍ୟ ମୋତେ ମୋ ହ୍ବାଇଟ-ବଲ ଗେମ୍‌ ଉପରେ ଚିନ୍ତା ଓ କାମ କରିବାକୁ କିଛି ସମୟ ମିଳିଥିଲା। ମୁଁ ମୋ ପ୍ରଦର୍ଶନରେ ଏବଂ ବର୍ତ୍ତମାନ ମୁଁ ଯେଉଁଠି ଅଛି, ସେଥିରେ ଖୁସି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

Stokes-Archer Fight VIDEO: ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ କାହିଁକି ହେଲା ଝଗଡ଼ା?

ନୂଆଦିଲ୍ଲୀ,୧୮।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଆସେସ୍ ଟେଷ୍ଟରେ ଇଂଲଣ୍ଡର ଖରାପ ପ୍ରଦର୍ଶନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ସେଥିପାଇଁ ଇଂଲଣ୍ଡ ଅଧିନାୟକ ଏବଂ ଖେଳାଳିମାନେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

କୋର୍ଟରେ ମାମଲା ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଉଥିଲେ ଆଇଆଇସି, ଗିରଫ କଲା ଭିଜିଲାନ୍ସ

ଜୟପୁର,୧୮ା୧୨(ପବନ ପାଣିଗ୍ରାହୀ ): କୋରାପୁଟ ଦଶମନ୍ତପୁର ଆଇଆଇସି ସୁକମା ହାଁସଦାଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ଯେତେବେଳେ ସେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା...

ଲଣ୍ଡନରେ ଜନ୍ମଦିନ ପାଳନ କରୁଛନ୍ତି ପଳାତକ ବିଜୟ ମାଲ୍ୟା, ଲଳିତ ମୋଦି ଦେଲେ ବିଶେଷ ପାର୍ଟି

ଲଣ୍ଡନ,୧୮।୧୨: ପୂର୍ବତନ ଇଣ୍ଡିଆନ ପ୍ରିମିୟର ଲିଗ (IPL) ଅଧ୍ୟକ୍ଷ ଲଳିତ ମୋଦି ଲଣ୍ଡନରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ...

IND vs SA 4th T20I: ଭରରତ-ସାଉଥ ଆଫ୍ରିକା ମ୍ୟାଚ ରଦ୍ଦ ହେଲେ ବୁଡ଼ିଯିବ କି ଦର୍ଶକଙ୍କ ଟିକେଟ ଟଙ୍କା? ଜାଣନ୍ତୁ କ’ଣ ରହିଛି BCCIର ନିୟମ

ନୂଆଦିଲ୍ଲୀ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଗୋଟିଏ ବି ବଲ ଖେଳି ନଯାଇ ବାତିଲ କରାଯାଇଥିଲା। ଘନ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ

ଭୁବନେଶ୍ୱର ,୧୯।୧୨: ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ ରେକର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri