ଚିର ସ୍ମରଣୀୟ ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର

ଭାରତର ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ଏବଂ ଜନପ୍ରିୟ ବିଜ୍ଞାନ ଲେଖକ ଜୟନ୍ତ ବିଷ୍ଣୁ ନାର୍ଲିକର ଚଳିତ ମାସ ୨୦ ତାରିଖରେ ପୁଣେ ଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ମହାରାଷ୍ଟ୍ରର କୋହ୍ଲାପୁରଠାରେ ୧୯୩୮ ଜୁଲାଇ ୧୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ବିଷ୍ଣୁ ବାସୁଦେବ ନାର୍ଲିକର ଜଣେ ବିଶିଷ୍ଟ ଗଣିତଜ୍ଞ ଥିଲେ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ମୁଖ୍ୟ ଥିଲେ।
ନାର୍ଲିକର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଏମ୍‌ଏସ୍‌ଏସି ଡିଗ୍ରୀ କରି ଉଚ୍ଚ ଗବେଷଣା ପାଇଁ ୧୯୫୭ ମସିହାରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଗଲେ। ସେଠାରେ ସେ ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ଫ୍ରେଜ୍‌ ହୋଏଲଙ୍କ ଅଧୀନରେ ମାଧ୍ୟାକର୍ଷଣ ଓ ବ୍ରହ୍ମାଣ୍ଡ ବିଜ୍ଞାନ ଉପରେ ଗବେଷଣା କରି ପି.ଏଚ୍‌.ଡି. ଡିଗ୍ରୀ ପାଇଥିଲେ। ହୋଏଲଙ୍କ ସହିତ ମିଶି ଜ୍ୟୋତିର୍ବିଜ୍ଞାନରେ ଅନେକ ପ୍ରକଳ୍ପରେ କାର୍ଯ୍ୟ କରିଥିଲେ। ସେମାନେ ୧୯୬୪ ମସିହାରେ ‘ହୋଏଲ-ନାର୍ଲିକର ମାଧ୍ୟାକର୍ଷଣ ତତ୍ତ୍ୱ’ ପ୍ରକାଶ କରିଥିଲେ, ଯାହା ଆଇନଷ୍ଟାଇନ୍‌ଙ୍କ ସାଧାରଣ ଆପେକ୍ଷିକତା ତତ୍ତ୍ୱରେ ଉନ୍ନତି ଆଣିଥିଲା।
ନାର୍ଲିକର ୧୯୬୩ରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନରେ ଅଧ୍ୟାପକ ଭାବରେ ଯୋଗ ଦେଲେ। ୧୯୭୨ ମସିହାରେ ଭାରତ ପ୍ରତ୍ୟାବର୍ତ୍ତନ କରି ସେ ବମ୍ବେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନରେ ପ୍ରଫେସର ଭାବରେ ଯୋଗ ଦେଲେ। ସେ ୧୯୭୩ରୁ ୧୯୭୫ ମସିହା ପର୍ଯ୍ୟନ୍ତ ଜବାହାରଲାଲ ନେହେରୁ ଫେଲୋସିସ୍‌ ପାଇଥିଲେ ଏବଂ ୧୯୭୯-୮୧ ମସିହାରେ ଜାତୀୟ ଅଧ୍ୟାପକ ଭାବେ ମନୋନୀତ ହୋଇଥିଲେ। ୧୯୮୮ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପୁନେ ଠାରେ ‘ଆନ୍ତଃବିଶ୍ୱବିଦ୍ୟାଳୟ ଜ୍ୟୋତିର୍ବିଜ୍ଞାନ ଓ ଜ୍ୟୋତି ପଦାର୍ଥ ବିଜ୍ଞାନ କେନ୍ଦ୍ର’ ସ୍ଥାପନ କରିବା ପରେ ନାର୍ଲିକର ଏହାର ପ୍ରଥମ ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ତାଙ୍କ ନେତୃତ୍ୱରେ ଏହି କେନ୍ଦ୍ର ପୃଥିବୀରେ ଜ୍ୟୋତିର୍ବିଜ୍ଞାନୀ ଓ ଜ୍ୟୋତି ପଦାର୍ଥ ବିଜ୍ଞାନ ଶିକ୍ଷା ଓ ଗବେଷଣା ପାଇଁ ଖ୍ୟାତି ଅର୍ଜନ କରିଥିଲେ। ସେ ୨୦୦୩ ମସିହାରେ ସେଠାରୁ ଅବସର ନେଇଥିଲେ।
ଭାରତ ଫେରି ନାର୍ଲିକର ବ୍ରହ୍ମାଣ୍ଡ ବିଜ୍ଞାନ ଉପରେ ଗବେଷଣା ଜାରି ରଖିଥିଲେ। ସେ କ୍ୱାସାର ଏବଂ କୃଷ୍ଣଗର୍ତ୍ତ ଉପରେ ଗବେଷଣା କରିଥିଲେ। ସେ ୧୯୯୪ରୁ ୧୯୯୭ ମସିହା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନୀ ସଂଘର ବ୍ରହ୍ମାଣ୍ଡ ବିଜ୍ଞାନ ଆୟୋଗର ସଭାପତି ଥିଲେ। ସେ ଗୁରତ୍ୱାକର୍ଷଣ, ମାଚ୍‌ଙ୍କ ନିୟମ, କ୍ୱାଣ୍ଟମ ବ୍ରହ୍ମାଣ୍ଡ ବିଜ୍ଞାନ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ।
ଭୂପୃଷ୍ଠରୁ ୪୧ କିମି ଉଚ୍ଚ ବାୟୁମଣ୍ଡଳରେ ଅଣୁଜୀବର ସନ୍ଧାନ ପାଇଁ ୧୯୯୯ ରୁ ୨୦୦୩ ମସିହା ପର୍ଯ୍ୟନ୍ତ ଏକ ଅନ୍ତର୍ଜାତୀୟ ଗବେଷକ ଦଳ ଗଠନ କରାଯାଇଥିଲା। ନାର୍ଲିକର ଏହାର ନେତୃତ୍ୱ ନେଇଥିଲେ। ସଂଗ୍ରହ କରାଯାଇଥିବା ନମୁନା ଅଧ୍ୟୟନରୁ ସେଥିରେ ଜୀବନ୍ତ କୋଷିକା ଓ ବ୍ୟାକ୍ଟେରିଆ ଥିବା ଜଣାପଡ଼ିଲା। ଏଥିରୁ ବିଶ୍ୱାସ କରାଯାଏ ଯେ ବାହ୍ୟଜଗତରୁ ପୃଥିବୀକୁ ଅଣୁଜୀବ ଆସିଥାଇପାରନ୍ତି।
ନାର୍ଲିକର ଜଣେ ଜନପ୍ରିୟ ବିଜ୍ଞାନ ଲେଖକ ଥିଲେ। ଇଂଲିଶ୍‌, ହିନ୍ଦୀ ଓ ମରାଠୀ ଭାଷାରେ ସେ କେତୋଟି ଜନପ୍ରିୟ ବିଜ୍ଞାନ ପୁସ୍ତକ ରଚନା କରିଛନ୍ତି। ବିଜ୍ଞାନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସେ ଜଟିଳ ବିଜ୍ଞାନ ତତ୍ତ୍ୱଗୁଡ଼ିକୁ ବିଭିନ୍ନ ପତ୍ରପତ୍ରିକା ଓ ଟେଲିଭିଜନ ମାଧ୍ୟମରେ ପ୍ରକାଶ କରିଛନ୍ତି। ନିଜର ବ୍ୟସ୍ତ କର୍ମମୟ ଜୀବନ ଗବେଷଣା ଭିତରେ ମଧ୍ୟ ସେ ଛୋଟ ଛୋଟ ପିଲାମାନଙ୍କ ପ୍ରଶ୍ନର ଉତ୍ତର ପ୍ରାୟ ପ୍ରତିଦିନ ଦେଉଥିଲେ। ସେ ଦୂରଦର୍ଶନ ପାଇଁ ‘ବ୍ରହ୍ମାଣ୍ଡ’ ଏବଂ ‘ଧୂମକେତୁ’ ନାମକ ଦୁଇଟି ଉନ୍ନତମାନର ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ବିଜ୍ଞାନକୁ ଜନପ୍ରିୟ କରିଥିବା ହେତୁ ତାଙ୍କୁ ୧୯୯୬ ମସିହାରେ ୟୁନେସ୍କୋ ପ୍ରଦତ୍ତ କଳିଙ୍ଗ ପୁରଷ୍କାର ପ୍ରଦାନ କରାଯାଇଥିଲା।
ନାର୍ଲିକର ପାଇଥିବା ପ୍ରମୁଖ ପୁରସ୍କାରଗୁଡ଼ିକ ମଧ୍ୟରେ ରହିଛି- ସ୍ମିଥ ପୁରସ୍କାର, ଆଦାମ ପୁରସ୍କାର, ଶାନ୍ତିସ୍ବରୂପ ଭଟ୍ଟନାଗର ପୁରସ୍କାର, ଏମ୍‌.ପି. ବିରଳା ପୁରସ୍କାର ଏବଂ ଇନ୍ଦିରା ଗାନ୍ଧୀ ପୁରସ୍କାର। ସେ ଭାରତୀୟ ବିଜ୍ଞାନ ଏକାଡେମୀ, ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ, ଏବଂ କେମ୍ବ୍ରିଜ ଫିଲୋସୋଫିକାଲ ସୋସାଇଟିର ସଦସ୍ୟ ଭାବରେ ନିର୍ବାଚିତ ହେଉଥିଲେ। ଭାରତ ସରକାର ତାଙ୍କୁ ୧୯୬୫ରେ ପଦ୍ମଭୂଷଣ ଏବଂ ୨୦୦୪ରେ ପଦ୍ମବିଭୂଷଣ ଉପାଧିରେ ସମ୍ମାନିତ କରିଥିଲେ। ୨୦୧୪ରେ ତାଙ୍କ ଆତ୍ମଜୀବନୀ ପୁସ୍ତକ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲା।
ନାର୍ଲିକରଙ୍କ ପତ୍ନୀ ମଙ୍ଗଳା ନାର୍ଲିକର ମଧ୍ୟ ଜଣେ ଗଣିତଜ୍ଞ ଥିଲେ। ତାଙ୍କର ତିନି ଝିଅଙ୍କ ମଧ୍ୟରେ ବଡ଼ ଝିଅ ଗୀତା କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଜୀବବିଜ୍ଞାନରେ ଗବେଷକ ଥିବା ବେଳେ ଅନ୍ୟ ଦୁଇ ଝିଅ ଗିରିଜା ଏବଂ ଲୀଳାବତୀ କମ୍ପ୍ୟୁଟର ବିଜ୍ଞାନରେ କାର୍ଯ୍ୟ କରୁଛନ୍ତି।

ଇଂ ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର,
ଫେଜ୍‌ ୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri