ଅମଳ କରି ନ ଥିବା ଚାଷୀଙ୍କ ନାଁରେ ଧାନବିକ୍ରି, କାର୍ଯ୍ୟାନୁଷ୍ଠାନ ଦାବି

ବରଗଡ଼,୨୫ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଧିକ ଧାନ ଉତ୍ପାଦନ ପାଇଁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଧାନବିକ୍ରି ସମସ୍ୟା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଚାଷୀମାନେ ଧାନ ଉତ୍ପାଦନ କରୁଛନ୍ତି। ମାତ୍ର ବିକ୍ରି ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ଏଠାକୁ ଧାନ ଆସୁଛି ଏବଂ ସିଧାସଳଖ କେତେକ ରାଇସ୍‌ ମିଲକୁ ଯାଉଛି। ତାହା ମଣ୍ଡିକୁ ନ ଆସିଥିବାବେଳେ ବେପାରୀ ଏବଂ ବିଭାଗୀୟ କର୍ମଚାରୀଙ୍କ ଅସାଧୁମେଣ୍ଟ ଯୋଗୁ ତାହା ବିଭିନ୍ନ ମଣ୍ଡିରେ ଫଲ୍ସ ଏଣ୍ଟ୍ରି ସହିତ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଦୀର୍ଘଦିନରୁ ଏଭଳି ଅଭିଯୋଗ ହୋଇ ଆସୁଥିବାବେଳେ ଶନିବାର ଜିଲାର ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଅଞ୍ଚଳର ଚାଷୀମାନେ ଏ ନେଇ ଜିଲାପାଳଙ୍କୁ ଫେରାଦ ହେବା ପରେ ଧାନବିକ୍ରିରେ ଫଲ୍ସଏଣ୍ଟ୍ରିର ଗୁମର ଫିଟିବାରେ ଲାଗିଛି।

ଚାଷୀମାନେ ଅଭିଯୋଗ କରିଛନ୍ତି, ମଣ୍ଡିଗୁଡ଼ିକରେ ଦଲାଲରାଜ ଖୋଲାଖୋଲି ଭାବରେ ଚାଲିଛି। ଅନେକ ଚାଷୀ କ୍ଷେତରୁ ଧାନ ଅମଳ କରି ନାହାନ୍ତି। ମାତ୍ର ସମ୍ପୃକ୍ତ ଚାଷୀମାନଙ୍କ ନାମରେ ଧାନ ବିକ୍ରି ହୋଇ ସାରିଲାଣି। ସତଲମା ଧାନମଣ୍ଡିରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏହି ମଣ୍ଡିରେ ଶନିବାର ସୁଦ୍ଧା ୨୬ଜଣ ଚାଷୀଙ୍କଠାରୁ ୧୪୮୬ କୁଇଣ୍ଟାଲ ଧାନ କିଣା ସରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେଉଁ ୨୬ ଜଣ ଚାଷୀଙ୍କ ଧାନ କିଣାଯାଇଥିବା ଉଲ୍ଲେଖ ରହିଛି, ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ଜଣ ଚାଷୀ ଏ ପର୍ଯ୍ୟନ୍ତ ଧାନ ଅମଳ ମଧ୍ୟ କରି ନାହାନ୍ତି ବୋଲି ଅଭିଯୋଗ ହୋଇଛି। ସେହି ଧାନ କେଉଁଠାରୁ ଆସିଛି, କିପରି ଆସିଛି ମଣ୍ଡିରେ ସକ୍ରିୟ ରହି ସମସ୍ତ ଧାନବିକ୍ରି ପ୍ରକ୍ରିୟାର ତଦାରଖ କରୁଥିବା ଚାଷୀ କମିଟିକୁ ମଧ୍ୟ ତାହା ଅଜଣା ରହିଛି। ଚାଷୀମାନେ ଏଭଳି ଅଭିଯୋଗ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ମାତ୍ର ଛୁଟି ଦିବସ ଥିବାରୁ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଘଟଣା ସମ୍ପର୍କରେ ଫୋନ ମାଧ୍ୟମରେ ଜଣାଇଥିଲେ। ସେହି ଧାନ କେଉଁଠାରୁ ଆସିଛି, ତା’ର ଠିକ୍‌ ଅନୁଧ୍ୟାନପୂର୍ବକ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜଣାଇଥିଲେ। ମିଲ ମାଲିକ ଏଜେଣ୍ଟ ମାଧ୍ୟମରେ ଛତିଶଗଡ଼ର ଧାନ ଆଣି ସ୍ଥାନୀୟ ଚାଷୀମାନଙ୍କୁ ପ୍ରଲୋଭିତ କରି ତାଙ୍କ ନାମରେ ଉକ୍ତ ମଣ୍ଡିରେ ତାହା ବିକ୍ରି କରୁଥିବା ଅଭିଯୋଗ ହୋଇଛି।

ସତଲମା ମଣ୍ଡି ଅଧୀନ ଅଞ୍ଚଳର ୩୫ଜଣ ଚାଷୀ ଜିଲା ପ୍ରଶାସନଠାରେ ଲିଖିତ ଭାବେ ଏଭଳି ଅଭିଯୋଗ କରିଛନ୍ତି। ଶୀଘ୍ର ଏକ ସ୍କ୍ବାଡ ପଠାଇ ଏହି ଘଟଣାର ତଦନ୍ତ କରାଯିବ ବୋଲି ଅତିରିକ୍ତ ଜିଲାପାଳ ସାହୁ ଚାଷୀମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଜିଲା ପ୍ରଶାସନ ଯଦି ତତ୍ପରତାର ସହ ତଦନ୍ତ କରେ, ସବୁ ସ୍ପଷ୍ଟ ହୋଇଯିବ ବୋଲି ଚାଷୀମାନେ କହିଛନ୍ତି।
ଯେଉଁ ଯେଉଁ ପ୍ଲଟରେ ଚାଷ ହୋଇ ସମ୍ପୃକ୍ତ ଚାଷୀଙ୍କୁ ଟୋକନ ମିଳିଛି, ସେହି ପ୍ଲଟରେ ଠିଆ ଧାନ ଥିବା ସତ୍ତ୍ବେ ଯଦି ସେହି ଟୋକନରେ ଧାନ ବିକ୍ରି ସରିଗଲାଣି, ତାହାହେଲେ ସମ୍ପୃକ୍ତ ଚାଷୀ ଧାନ କେଉଁଠାରୁ ଆଣିଲେ ବୋଲି ପ୍ରଶ୍ନ ଉଠିଛି। ସରକାର ଟୋକନ ତିଆରି କରିବା ପୂର୍ବରୁ ଚାଷୀର ଜମିକୁ ସାଟେଲାଇଟ ମାଧ୍ୟମରେ ସର୍ଭେ କରି ଟୋକନ ଦେଇଥାନ୍ତି। ଏ ପରିପ୍ରେକ୍ଷୀରେ ଯଦି ସେଭଳି ତଦନ୍ତ ହୁଏ, ତାହାହେଲେ ଛତିଶଗଡ଼ର ଧାନ କିଭଳି ଦଲାଲମାନଙ୍କ ଜରିଆରେ ମ୍ୟାନେଜମେଣ୍ଟ କରାଯାଉଛି, ତାହା ସ୍ପଷ୍ଟ ହୋଇଯିବ ବୋଲି ଚାଷୀମାନେ କହିଛନ୍ତି। ଏଥିରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସତଲମା ଅଞ୍ଚଳର ଚାଷୀ ଚଞ୍ଚଳ ପ୍ରଧାନ, ଦୁଷ୍ମନ୍ତ କୁମାର ସାହୁ, ସୁବାସ ବଢ଼େଇ, ଫଗୁନୁ ସାହୁ, ଦେବାନନ୍ଦ ସାହୁ, ଜୟଦେବ ସାହୁ, କିଶୋର ସାହୁ,ପାରେଶ୍ବର ସାହୁ, ବୈଶାଖୁ ରଣା, ଦୁର୍ଯ୍ୟୋଧନ ସାହୁ, ଭାଗବତ ପୂଜାରୀ, ମନୋଜ ସାହୁ, ସୁଶାନ୍ତ ଜାଲ, ସୁନୀଲ ସାହୁ, ବିଶିକେଶନ ବଢ଼େଇ, ବିଜୟ ପାତ୍ର, ଧୀରେନ ସେଠ, ରୁକ୍ମଣ ସାହୁ, ବୈଲୋଚନ ସାହୁ, ମାନସ ବେହେରା, ସମୀର ସାହୁ, ଦିନେଶ ସାହୁ, ବିବେକ ସାହୁ, ଯଦୁନନ୍ଦନ ପ୍ରଧାନ, ପ୍ରଶାନ୍ତ ସାହୁ, କୈଳାସ ସାହୁ ପ୍ରମୁଖ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ ଯୋଗଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri