୧୭ ବର୍ଷ ହେଲା ନଦୀ ପାଲଟିଛି ଅଳିଆ ଗଦା, ରୂପ ବଦଳାଇବ ୪୦୦ କୋଟି ଟଙ୍କାର ରିଙ୍ଗ୍‌ରୋଡ୍‌ ପ୍ରକଳ୍ପ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ବ୍ରିଟିଶ ଶାସନ ସମୟରେ ୧୮୮୩ରେ ହୋଇଥିବା ଗଞ୍ଜାମ ଜିଲା ଭଞ୍ଜନଗର ଲୋହରାଖଣ୍ଡି ସେତୁକୁ ୨୦୦୮ ପୂର୍ବରୁ ଭାଙ୍ଗି ସେଠାରେ ଏକ ନୂଆ ସେତୁ ଯୋଜନା ହୋଇଥିଲା। କିନ୍ତୁ ସେତୁର ଛାତକୁ ଭାଙ୍ଗିବା ପରେ ପିଲାରଗୁଡ଼ିକୁ ଭାଙ୍ଗିବା ଯୋଜନା ହୋଇଥିଲା। କିନ୍ତୁ ପିଲାରଗୁଡ଼ିକ ବହୁତ ଷ୍ଟ୍ରଙ୍ଗ୍‌ ଥିବାରୁ ଆଉ ତାହାକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ପାରି ନ ଥିଲା। ଏହା ପରେ ପୂର୍ତ୍ତ ବିଭାଗ ଇଞ୍ଜିନିୟରମାନେ ପୁରୁଣା ପିଲାର ମରାମତି କରି ନୂଆ ଛାତ ପକାଯାଇଥିଲେ। ଏହି ସମୟରେ ଇଞ୍ଜିନିୟରମାନେ ନଦୀଶଯ୍ୟାଠୁ ସେତୁର ଗ୍ରାଉଣ୍ଡ ଲେବଲ ଉଚ୍ଚ କରିଦେଲେ। ଫଳରେ ନଦୀ ପାଣି ଆଉ ଠିକ ଭାବେ ସେତୁ ପାଖରେ ନିଷ୍କାସନ ହୋଇପାରିଲା ନାହିଁ। ତେଣୁ ଆଜକୁ ୧୭ ବର୍ଷ ହେବ ସେତୁର ଉଭୟ ପାର୍ଶରେ ଟ୍ରକ୍‌ ଟ୍ରକ୍‌ ମଇଳା ଜମି ରହୁଛି। ଏଥିସହ ଏକ ବଡ଼ ପୋଖରୀ ଭଳି ସହରର ସବୁ ମଇଳା ପାଣି ଡ୍ରେନ୍‌ରେ ଆସି ସେତୁର ଉଭୟ ପାର୍ଶରେ ଅଟକି ରହୁଛି। ଏହାଦ୍ବାରା ପରିବେଶ ପ୍ରଦୂଷିତ ହେଉଛି। ନଦୀରେ ବନ୍ୟାଜଳ ଆସିଲେ ଉକ୍ତ ମଇଳା ଭାସି ଯାଉଛି। ନ ହେଲେ ସେଠି ମାସ ମାସ ଧରି ମଇଳା ସବୁ ଜମି ରହୁଛି।
ପୁରୁଣା ସେତୁକୁ ଭାଙ୍ଗି ନୂଆ ସେତୁ କରିବା ସମୟରେ ଯେଉଁ ଭୁଲ୍‌ ହୋଇଗଲା ତାହା ଆଜକୁ ୧୭ ବର୍ଷ ହେବ ସମାଧାନ କରାଯାଇ ପାରୁନାହିଁ। ଯନ୍ତ୍ରୀମାନେ ନୂଆ ସେତୁ ନକ୍ସାରେ ଯେଉଁ ତ୍ରୁଟି କଲେ ତା’ର ପରିଣାମ ସହରବାସୀ ଭୋଗୁଛନ୍ତି। ଏହିଭଳି ପରିସ୍ଥିତିରେ ବର୍ତ୍ତମାନ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉଦ୍ୟମ କ୍ରମେ ନଦୀକୂଳରେ ରିଙ୍ଗ ରୋଡ୍‌ କରିବା ଯୋଜନା ଅଛି। ଏଥିପାଇଁ ୪୦୦ କୋଟି ଟଙ୍କା ବ୍ୟୟ ଅଟକଳ ଲକ୍ଷ୍ୟ ରଖାଯାଇଛି। ଉକ୍ତ ପ୍ରକଳ୍ପ ଅନୁମୋଦନ ହେଲେ ୧୭ ବର୍ଷ ଧରି ରହିଥିବା ଉକ୍ତ ସମସ୍ୟା ଦୂର ହେବବୋଲି ଆଶା କରାଯାଉଛି।

ସୂଚନା ବ୍ରିଟିଶ ଶାସକମାନେ ଭଞ୍ଜନଗର ସହରକୁ ନିଜର ସାମ୍ରାଜ୍ୟ ବିସ୍ତାର କରିବାକୁ ଆସିବା ପରେ ଗମନାଗମନ ଏବଂ ପାନୀୟଜଳ ପ୍ରକଳ୍ପର ବିକାଶ କଥା ଚିନ୍ତା କରିଥିଲେ। ତେଣୁ ୧୮୮୩ରେ ବ୍ରହ୍ମପୁର ଓ ଭଞ୍ଜନଗର ମଧ୍ୟରେ ସଡ଼କ ପଥରେ ସଂଯୋଗ ପାଇଁ ଭଞ୍ଜନଗର ସହରକୁ ଲାଗି ଯାଇଥିବା ଲୋହରାଖଣ୍ଡି ନଦୀ ଉପରେ ଏକ ସେତୁ ନିର୍ମାଣ କରିଥିଲେ। ଏଥିସହ ଜଳସେଚନ ଏବଂ ବ୍ରହ୍ମପୁରକୁ ପିଇବା ପାଣି ଯୋଗାଣ ଲକ୍ଷ୍ୟ ନେଇ ୧୮୯୪ରେ ଭଞ୍ଜନଗର ଜଳଭଣ୍ଡାର ମଧ୍ୟ ନିର୍ମାଣ ହୋଇଥିଲା। ବ୍ରିଟିଶ ଶାସକଙ୍କ ସମୟର ଇଞ୍ଜିନିୟରମାନେ ଦୂର ଦୃଷ୍ଟି ରଖି ଏହି ଅଞ୍ଚଳରେ ଅନେକ ପ୍ରକଳ୍ପ କରିଥିଲେ। ଏହିଭଳି ପରିସ୍ଥିତିରେ ଭଞ୍ଜନଗର ଲୋହରାଖଣ୍ଡି ସେତୁଟି ୧୦୦ ବର୍ଷରୁ ଊଦ୍ଧର୍‌ବ ବର୍ଷ ହେବା ପରେ ସେତୁଟି ଧୀରେ ଧୀରେ ଭଗ୍ନ ଅବସ୍ଥାକୁ ଚାଲି ଆସିଥିଲା। ସେତୁଟି ଭାଙ୍ଗି ଗଲେ ମୁଖ୍ୟ ସଡ଼କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିବ। ତେଣୁ ୨୦୦୫ରେ ସେତୁଟିକୁ ଭାଙ୍ଗି ନୂତନ ସେତୁ କରିବା ପାଇଁ ତତ୍କାଳୀନ ବିଧାୟକ ବିକ୍ରମ କେଶରୀ ଆରୁଖ ଉଦ୍ୟମ କରିଥିଲେ। ଏହାପରେ ସେତୁର ଛାତ ସମେତ ଆଉ କିଛି ଅଂଶକୁ ଭାଙ୍ଗି ନୁତନ ସେତୁ ନିର୍ମାଣ ହୋଇଥିଲା। ଏହାପରେ ତାହାକୁ ୨୦୦୮ ଅଗଷ୍ଟ ମାସ ୩ରେ ବିଧାୟକ ଆରୁଖ ଉଦ୍‌ଘାଟନ କରିଥିଲେ। ଫଳରେ ମୁଖ୍ୟ ସଡ଼କ ସହ ବ୍ରହ୍ମପୁର ରାସ୍ତା ପୁଣି ଯୋଡ଼ିହେଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ! ଟ୍ରମ୍ପ କହିଲେ ଯୁଦ୍ଧବିରତିର ଚୁକ୍ତି ଖୁବ ନିକଟତର…

ମସ୍କୋ/କ୍ୱିଭ,୧୬।୧୨: ଡିସେମ୍ବର ୧୫ରେ ହ୍ବାଇଟ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ‘ମୁଁ ବିଶ୍ୱାସ କରେ...

Oman Vs Indian Rupee: ମୋଦିଙ୍କ ଓମାନ ଗସ୍ତ ପରେ ଲକ୍ଷପତି ହେବେ ୫ଶହ ଭାରତୀୟ

ମସକଟ,୧୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି, ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରୁଛନ୍ତି। ତାଙ୍କର ଚାରି ଦିନିଆ ଗସ୍ତ ସମୟରେ,...

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

ମହମ୍ମଦ ମୋକିମ କିଏ… ବର୍ଷିଲେ ପିସିସି ସଭାପତି: ଗୁମର ଖୋଲି କହିଲେ..

ଭୁବନେଶ୍ୱର,୧୬।୧୨: କଂଗ୍ରେସରୁ ମହମ୍ମଦ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଛନ୍ତି, ମହମ୍ମଦ ମୋକିମ କିଏ,...

ବଢିଲା ଶୀତ: ଦାରିଙ୍ଗବାଡିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ...

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ମୃତ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ,୧୬ା୧୨: ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି...

‘ଜମ୍ମୁ-କଶ୍ମୀର ଆମର ଥିଲା ରହିବ…’ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୧୬।୧୨: ଜାତିସଂଘ ସୁରକ୍ଷା ପରିଷଦରେ ‘ଶାନ୍ତି ପାଇଁ ନେତୃତ୍ୱ’ ବା‘ଲିଡରଶିପ ଫର ପିସ୍‌’ ଉପରେ ଖୋଲା ବିତର୍କ ସମୟରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି।...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri