ମୋତେ ରାତି ୨.୩୦ରେ ମୁନିରଙ୍କ ଫୋନ୍‌ ଆସିଥିଲା… Operation Sindoorକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ଶେହବାଜ ଶରିଫ

ଇସଲାମାବାଦ୍‌,୧୭।୫:ଅପରେଶନ ସିନ୍ଦୂର ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ ୭ ରୁ ୧୧ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପାକିସ୍ତାନ ଲଗାତାର ଭାବରେ ଡ୍ରୋନ ଏବଂ ମିସାଇଲ୍‌ ଭାରତ ଉପରେ ଆକ୍ରମଣ କରିଥିଲା। ଭାରତୀୟ ସେନା ମଧ୍ୟ ଏହାର ଉଚିତ ଜବାବ ଦେଇଥିଲା। ଭାରତ ଦ୍ୱାରା ନିଆଯାଇଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବେ ଏକ ବଡ଼ ବୟାନ ଦେଇଛନ୍ତି। ସେ ସ୍ବୀକାର କରିଛନ୍ତି, ତାଙ୍କୁ ଭାରତୀୟ ବାୟୁସେନା ଦ୍ୱାରା ନୁର ଖାନ ଏୟାରବେସ ଏବଂ ଅନ୍ୟାନ୍ୟ ଘାଟିରେ କରାଯାଇଥିବା ବିମାନ ଆକ୍ରମଣ ବିଷୟରେ ଜେନେରାଲ ଅସୀମ ମୁନିର ରାତି ୨.୩୦ ରେ ଫୋନରେ ସୂଚନା ଦେଇଥିଲେ। ସେ ଏହା ମଧ୍ୟ ଦାବି କରିଛନ୍ତି, ଭାରତ ପକ୍ଷରୁ ଅସ୍ତ୍ରବିରତି ପ୍ରସ୍ତାବ ଦିଆଯାଇଥିଲା।

ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି, ମେ ୯-୧୦ ରାତି ପ୍ରାୟ ୨:୩୦ ସମୟରେ ଜେନେରାଲ ସୟଦ ଅସୀମ ମୁନିର ମୋତେ ସୁରକ୍ଷିତ ରେଖାରେ ଫୋନ କରି ଜଣାଇଥିଲେ ଯେ, ଭାରତୀୟ ବାଲିଷ୍ଟିକ ମିଶାଇଲ୍‌ ନୁର ଖାନ ଏୟାରବେସ ଏବଂ ଅନ୍ୟ କିଛି ଅଞ୍ଚଳରେ ପଡ଼ିଛି। ଆମର ବାୟୁସେନା ଆମ ଦେଶକୁ ସୁରକ୍ଷା ଦେବା ପାଇଁ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥିଲା ଏବଂ ସେମାନେ ଚାଇନା ଯୁଦ୍ଧ ବିମାନରେ ଆଧୁନିକ ଗ୍ୟାଜେଟ ଏବଂ ପ୍ରଯୁକ୍ତିବିଦ୍ୟା ମଧ୍ୟ ବ୍ୟବହାର କରିଥିଲେ।”

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଆହୁରି କହିଛନ୍ତି, ଆଜି ସବୁଠି ଆଲୋଚନା ହେଉଛି ଯେ ପାକିସ୍ତାନୀ ସେନା ଭାରତକୁ କିପରି ଜବାବ ଦେଇଥିଲା। ଆମର ସେନା ପଠାନକୋଟ, ଉଧମପୁର ଏବଂ ଅନ୍ୟାନ୍ୟ ଅନେକ ସ୍ଥାନରେ ଆକ୍ରମଣ କରିଥିଲା ଏବଂ ଶତ୍ରୁମାନେ ଲୁଚିବା ପାଇଁ ସ୍ଥାନ ପାଇ ନ ଥିଲେ।

ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଥିଲେ, ସକାଳେ ମୁଁ ସୁଇମିଂ କରିବାକୁ ଯାଇଥିଲି ଏବଂ ମୋର ସୁରକ୍ଷିତ ଫୋନ ସାଙ୍ଗରେ ନେଇଥିଲି। ଜେନେରାଲ ଅସୀମ ମୁନିର ମୋତେ ଫୋନ କରି କହିଥିଲେ ଯେ ଆମେ ସେମାନଙ୍କୁ ଉପଯୁକ୍ତ ଜବାବ ଦେଇଛୁ ଏବଂ ଏବେ ସେମାନେ ଅସ୍ତ୍ରବିରତି କରିବାକୁ ଚାହୁଁଛନ୍ତି, ଏହା ବିଷୟରେ ଆପଣଙ୍କର କ’ଣ ମତ? ମୁଁ କହିଲି – ଏହାଠାରୁ ବଡ଼ କଥା କ’ଣ ହୋଇପାରେ। ଶତ୍ରୁକୁ ଏକ କଡ଼ା ଚାପୁଡ଼ା ଦିଆହୋଇଛି। ତେଣୁ ଏବେ ସେମାନେ ଅସ୍ତ୍ରବିରତି କରିବାକୁ ବାଧ୍ୟ ହୋଇଛି। ମୁଁ ଭାବୁଛି ଆପଣ ବିଳମ୍ବ ନକରି ଅସ୍ତ୍ରବିରତି ପ୍ରସ୍ତାବ ଗ୍ରହଣ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri