ମାସୁଦ ଆଝାରଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ପାଇଁ ପାକିସ୍ତାନ ଆର୍ମି ଦାୟୀ, କାହିଁକି ଏମିତି କହିଲା TTP, ଜାଣନ୍ତୁ…

ଇସଲାମାବାଦ,୯।୫: ଭାରତ ବୁଧବାର (୭ ମଇ, ୨୦୨୫) ପାକିସ୍ତାନର ୯ଟି ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଥିଲା। ଅପରେଶନ ସିନ୍ଦୂର ଅଧୀନରେ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ଜୈଶ-ଏ-ମହମ୍ମଦ ମୁଖ୍ୟ ମୌଲାନା ମାସୁଦ ଆଝାରଙ୍କ ପରିବାର ସଦସ୍ୟଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏହାକୁ ନେଇ, ନିଷିଦ୍ଧ ସଂଗଠନ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ପାକିସ୍ତାନକୁ କଡ଼ା ଟାର୍ଗେଟ କରିଛି।
ଗୁରୁବାର ଟିଟିପି ମୁଖପାତ୍ର ମହମ୍ମଦ ଖୁରାସାନିଙ୍କ ଦ୍ୱାରା ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ ଏହି ଦୁଃଖଦ ଦୁର୍ଘଟଣାରେ ମୌଲାନା ମାସୁଦ ଆଝାରଙ୍କ ପରିବାର ସଦସ୍ୟଙ୍କ ସହିତ ଅନ୍ୟ ଅନେକଙ୍କ ମୃତ୍ୟୁ ପାଇଁ ଆମେ ଗଭୀର ସମବେଦନା ପ୍ରକାଶ କରୁଛୁ। ଏହି ଦୁଃଖର ମୁହୂର୍ତ୍ତରେ ଆମେ ସେମାନଙ୍କ ସହିତ ଅଛୁ। ପାକିସ୍ତାନକୁ ଟାର୍ଗେଟ କରି ଟିଟିପି ମୁଖପାତ୍ର ଖୁରାସାନି କହିଛନ୍ତି ଯେ ଏହି ଆକ୍ରମଣ ପାଇଁ ସଠିକ ସୂଚନା ପାକିସ୍ତାନର କିଛି ବିଶ୍ୱାସଘାତକ ଏବଂ ପଶ୍ଚିମ ଦେଶର ସେନାର ସମର୍ଥକମାନେ ପ୍ରଦାନ କରିଥିଲେ। ଏଥିରେ କିଛି ନୂତନତା ନାହିଁ।
ମହମ୍ମଦ ଖୁରାସାନି କହିଛନ୍ତି ଯେ ଏହି ମାମଲାରେ ପାକିସ୍ତାନୀ ସେନାର ଏକ କଳା ଇତିହାସ ଅଛି ଏବଂ ସେମାନେ ସର୍ବଦା ଇସଲାମିକ ଲୋକ, ଇସଲାମିକ ବିଦ୍ୱାନ ଏବଂ ମୁଜାହିଦ୍ଦିନଙ୍କ ବିରୁଦ୍ଧରେ କାମ କରିଆସୁଛନ୍ତି। ଏହା ସେହି ସେନା ଯିଏ ମୁଜାହିଦ୍ଦିନଙ୍କ ରକ୍ତରେ ଏହି ଦେଶର କାନ୍ଥକୁ ରଙ୍ଗିନ କରିଥିଲା। ଏହି ଦୁଃଖଦ ଦୁର୍ଘଟଣାରେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ଆମେ ଗଭୀର ସମବେଦନା ପ୍ରକାଶ କରୁଛୁ। ଏପରି ସମସ୍ତ ଲୋକଙ୍କର ଯନ୍ତ୍ରଣା ହେଉଛି ଆମର ଯନ୍ତ୍ରଣା।
TTP ବିବୃତ୍ତିରେ କୁହାଯାଇଛି ଯେ ଏହି ଘଟଣା ପୁଣି ଥରେ ପ୍ରମାଣିତ କରିଛି ଯେ ବର୍ତ୍ତମାନର ପାକିସ୍ତାନୀ ସେନା ଏକ ବୃତ୍ତିଗତ ଗୋଷ୍ଠୀ, ଯାହା ଏବେ ଏକ ହତ୍ୟାକାରୀ ଗୋଷ୍ଠୀ ପାଲଟିଛି। ସେମାନଙ୍କ ହାତ ଆଫଗାନ ଜନତା, ଇସଲାମିକ ବିଦ୍ୱାନ ଏବଂ ଇସଲାମର ମୁଜାହିଦୀନଙ୍କ ରକ୍ତରେ ରଞ୍ଜିତ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri