ନୂଆଦିଲ୍ଲୀ,୮।୫: ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ଧନଶ୍ରୀଙ୍କ ସହ ଛାଡପତ୍ର ପରେ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଆଫେୟାରର ଖବର ତୀବ୍ର ହୋଇଛି। ଚହଲଙ୍କୁ ପ୍ରାୟତଃ ଆରଜେ ମହଭାଶଙ୍କ ସହ ଦେଖିବାକୁ ମିଳିଥାଏ । ଉଭୟ ପରସ୍ପରକୁ ଡେଟ କରୁଥିବାର ରିପୋର୍ଟ ମଧ୍ୟ ରହିଛି। ଏବେ ଚହଲ ତାଙ୍କର କଥିତ ପ୍ରେମିକା ଆରଜେ ମହଭାଶଙ୍କ ପାଇଁ ଏକ ପୋଷ୍ଟ ଶେୟାର କରିଛନ୍ତି।
ଘଟଣାହେଲା, ଆରଜେ ମହଭାଶଙ୍କ ନୂଆ ଧାରାବାହିକ ‘ପ୍ୟାର, ପୈସା ଔର ପ୍ରଫିଟ’ ମେ ୭ରୁ MX ପ୍ଲେୟାରରେ ଷ୍ଟ୍ରିମିଂ ହେଉଛି। ଏହା ଲିଡ ଅଭିନେତ୍ରୀ ଭାବରେ ମହଭାଶଙ୍କ ପ୍ରଥମ ଧାରାବାହିକ। ଏହାକୁ ନେଇ, ୟୁଜବେନ୍ଦ୍ର ଚହଲ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ସିରିଜର ପୋଷ୍ଟର ଶେୟାର କରିଛନ୍ତି। ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି – ‘ଅଭିନନ୍ଦନ ଆରଜେ ମହଭାଶ, ମୁଁ ତୁମ ପାଇଁ ଗର୍ବିତ।’
ଚହଲଙ୍କ ଏହି ପୋଷ୍ଟରେ ଆରଜେ ମହଭାଶ ଅତ୍ୟନ୍ତ ଖୁସି। ସେ ଏହି କାହାଣୀକୁ ରିଶେୟାର ମଧ୍ୟ କରିଛନ୍ତି। ଅନ୍ୟପକ୍ଷରେ, ୟୁଜର୍ସମାନେ ସୋସିଆଲ ମିଡିଆରେ ଚହଲଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ୟୁଜର କମେଣ୍ଟ କରିଥିଲେ – ‘ଭାଇ ଆଲୋକର ଗତି ଅପେକ୍ଷା ଦ୍ରୁତ ଗତିରେ ଆଗକୁ ବଢ଼ିଲେ।’ ଆଉ ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି: ‘ସେମାନେ ନିଶ୍ଚିତ ଭାବରେ ପରସ୍ପରକୁ ଡେଟ କରୁଛନ୍ତି।’ ଏହା ଧନଶ୍ରୀଙ୍କ ସହ ଛାଡପତ୍ର ପଛରେ ପ୍ରକୃତ କାରଣ ହୋଇପାରେ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଆରଜେ ମହଭାଶ ମଧ୍ୟ ଅନେକ ଥର ୟୁଜଭେବନ୍ଦ୍ର ଚହଲଙ୍କୁ ସମର୍ଥନ କରୁଥିବାର ଦେଖାଯାଇଛି। ସୋସିଆଲ ମିଡିଆରେ ପୋଷ୍ଟ କରିବା ବ୍ୟତୀତ, ସେ ଚହଲଙ୍କୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମକୁ ଯାଉଥିବାର ମଧ୍ୟ ଦେଖାଯାଇଛି। ଏସବୁ ଦୁହିଁଙ୍କ ବିଷୟରେ ଡେଟିଂ ଗୁଜବକୁ ଖୋରାକ ଯୋଗାଇଛି।
ଆରଜେ ମହଭାଶଙ୍କ ସଦ୍ୟ ମୁକ୍ତିଲାଭ କରିଥିବା ଧାରାବାହିକ ‘ପ୍ୟାର୍, ପୈସା ଔର ପ୍ରଫିଟ’ ବିଷୟରେ କହିବାକୁ ଗଲେ, ଏହା ମଇ ୭ ତାରିଖରୁ MX ପ୍ଲେୟାରରେ ଷ୍ଟ୍ରିମିଂ ହେଉଛି। ଧାରାବାହିକରେ ମହଭାଶଙ୍କ ସହିତ ମିହିର ଆହୁଜା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।


