ହୁଟିଙ୍କ ମାଡ଼

ଇରାନ୍‌ ସମର୍ଥିତ ୟେମେନ୍‌ର ହୁଟି ଉଗ୍ରବାଦୀମାନେ ମେ ୪ ତାରିଖରେ ଇସ୍ରାଏଲର ବୃହତ୍ତମ ସହର ତେଲ୍‌ ଆଭିଭ୍‌ର ବେନ୍‌ ଗୁରିଅନ୍‌ ଏୟାରପୋର୍ଟ ନିକଟରେ ବାଲାଷ୍ଟିକ ମିଶାଇଲ ମାଡ଼ କରିଛନ୍ତି। ଏହି ମିଶାଇଲ ଇସ୍ରାଏଲର ୪ ସ୍ତରୀୟ ଏୟାର ଡିଫେନ୍ସ ସିଷ୍ଟମକୁ ଭେଦ କରି ଲକ୍ଷ୍ୟରେ ପହଞ୍ଚିଥିବାରୁ ସେଠାରେ ୨୦ ଫୁଟିଆ ଗର୍ତ୍ତ ସୃଷ୍ଟି ହୋଇଛି। ଏପରି କି ପ୍ରଥମ ଥର ପାଇଁ ଇସ୍ରାଏଲର ଆରୋ ହେଜ୍‌ ଏବଂ ଆମେରିକାର ଥାର୍ଡ ଏୟାର ଡିଫେନ୍ସ ସିଷ୍ଟମକୁ ଚକ୍‌ମା ଦେଇଛି ହୁଟିର ବାଲାଷ୍ଟିକ ମିଶାଇଲ। ଏହି ଆକ୍ରମଣ ପରେ ବେନ୍‌ ଗୁରିଅନ୍‌ ଏୟାରପୋର୍ଟକୁ ସମସ୍ତ ବିମାନ ସେବା ବନ୍ଦ କରାଯାଇଛି। ସୂଚନା ଦିଆଯାଇପାରେ ଯେ ଏୟାର ଇଣ୍ଡିଆର ବିମାନ ତେଲ ଆଭିଭ୍‌ରେ ଅବତରଣ କରିବାର ଏକ ଘଣ୍ଟାର କମ୍‌ ସମୟ ପୂର୍ବରୁ ହୁଟି ଆକ୍ରମଣ କରିଥିଲା। ଫଳରେ ସମ୍ପୃକ୍ତ ବିମାନକୁ ଆବୁଧାବୀକୁ ନିଆଯାଇଥିଲା। ତେବେ ଏଭଳି ଆକ୍ରମଣ ସୂଚିତ କରିଛି, ଉଗ୍ରବାଦୀମାନେ ଅଧିକ କ୍ଷମତାସମ୍ପନ୍ନ ମିଶାଇଲର ଅଧିକାରୀ ହୋଇଗଲେଣି। ପୂର୍ବରୁ ସେମାନେ ଡ୍ରୋନ୍‌ ବ୍ୟବହାର କରିବା ଦେଖାଯାଇଛି। ଏବର ମିଶାଇଲ ଆକ୍ରମଣ ଏକ ଚିନ୍ତାଜନକ ବିଷୟ। ଅନେକ ଥର ଆମେରିକା ସମେତ ନାଟୋର ସାମରିକ କାର୍ଯ୍ୟାନୁଷ୍ଠାନ ହୁଟିକୁ ଉଗ୍ରବାଦରୁ କ୍ଷାନ୍ତ କରିପାରିନାହିଁ। ଉଲ୍ଲେଖଯୋଗ୍ୟ, ୧୯୯୦ ଦଶକରେ ହୁସେନ-ଅଲ୍‌-ହୁଟିଙ୍କ ଦ୍ୱାରା ଗଠିତ ଏହି ସଂଗଠନର ନେତୃତ୍ୱ ସେହି ପରିବାର ନେଇଆସୁଛି। ଏବେ ତାହାର ନେତୃତ୍ୱରେ ଅଛନ୍ତି ଅବଦୁଲ ମଲିକ ଅଲ୍‌ ହୁଟି। ଏହା ୟେମେନ୍‌ ସରକାରଙ୍କ ଦୁର୍ନୀତି ଓ ସେଠାରେ ପାଶ୍ଚାତ୍ୟର ପ୍ରଭାବକୁ ବିରୋଧ କରିଆସୁଛି ଏବଂ ସ୍ଥଳବିଶେଷରେ ଗୃହଯୁଦ୍ଧ ସ୍ଥିତି ସୃଷ୍ଟି କରିଛି। ହୁଟି ଆମେରିକା ଓ ଇସ୍ରାଏଲର ଦୃଢ଼ ବିରୋଧୀ ଭାବେ ଜଣାଶୁଣା।
୭ ଅକ୍ଟୋବର ୨୦୨୩ରେ ପାଲେଷ୍ଟାଇନ୍‌ର ହମାସ ଉଗ୍ରବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ସେମାନେ ବିଦେଶୀଙ୍କ ସମେତ ପାଖାପାଖି ୧୨୦୦ ଲୋକଙ୍କୁ ହତ୍ୟା କରିବା ପରେ ସେହିଦିନ ଇସ୍ରାଏଲ ହମାସ ଉପରେ ପ୍ରତିଆକ୍ରମଣ ଆରମ୍ଭ କରିଦେଇଥିଲା। ଅଢ଼େଇ ବର୍ଷରୁ ଅଧିକ ହେବ ଲାଗି ରହିଥିବା ଏହି ଯୁଦ୍ଧରେ ୫୦ ହଜାରରୁ ଊର୍ଦ୍ଧ୍ୱ ପାଲେଷ୍ଟିନୀୟ ଓ ୧,୭୦୦ରୁ ଅଧିକ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିଲାଣି। ପ୍ରାରମ୍ଭିକ ସ୍ତରରେ ଇସ୍ରାଏଲ ଓ ହମାସ ଯୁଦ୍ଧରେ ହୁଟି ପ୍ରତିକ୍ରିୟା ପ୍ରକାଶ କରି ଲୋହିତସାଗରରେ ଇସ୍ରାଏଲକୁ ଆସୁଥିବା ଜାହାଜଗୁଡ଼ିକୁ ରକେଟ ଆକ୍ରମଣ କରିଥିଲା ଏବଂ ଏବେ ସୁଦ୍ଧା ତାହା ଜାରି ରଖିଛି। ହୁଟିର କାର୍ଯ୍ୟକଳାପ ସାମ୍ନାକୁ ଆସିବା ପରେ ଲେବାନନର ହେଜ୍‌ବୁଲ୍ଲା ଉଗ୍ରବାଦୀମାନେ ହମାସ ସପକ୍ଷରେ ସମର୍ଥନ ଘୋଷଣା କରି ଇସ୍ରାଏଲକୁ ଶତ୍ରୁ ଦୃଷ୍ଟିରେ ଦେଖିଚାଲିଛି। ଫଳରେ ଇସ୍ରାଏଲ ହିଜ୍‌ବୁଲ୍ଲା ଉପରେ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ ନେଇଛି। ଦେଖିବାକୁ ଗଲେ ଏହିସବୁ ଉଗ୍ରବାଦୀ ଗୋଷ୍ଠୀଙ୍କୁ ଇରାନ ଆର୍ଥିକ ଓ ସାମରିକ ସହଯୋଗ କରିଆସୁଛି। ଏହାକୁ କେନ୍ଦ୍ରକରି ଇସ୍ରାଏଲ ଏବଂ ଇରାନ୍‌ ଅନେକ ସମୟରେ ମୁହଁାମୁହିଁ ହେଉଛନ୍ତି। ତେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାନୁଆରୀ ୨୦୨୫ରେ ପୁନଃକ୍ଷମତାକୁ ଆସିବା ପରେ ତାଙ୍କ ପ୍ରଶାସନର ହସ୍ତକ୍ଷେପ ଯୋଗୁ ଯୁଦ୍ଧବିରତି ସହ ଇସ୍ରାଏଲୀ ପଣବନ୍ଦୀ ଓ ହମାସ ଯୁଦ୍ଧବନ୍ଦୀ ପ୍ରତ୍ୟର୍ପଣ କିଛିଦିନ ଚାଲିଲା। ଆଶା କରାଯାଇଥିଲା ମଧ୍ୟପ୍ରାଚ୍ୟ ଶାନ୍ତ ପଡ଼ିଯିବ କିନ୍ତୁ ତାହା ହେଲା ନାହିଁ। ବୁଝାମଣା ବିଫଳ ହେଲା ଓ ଦୁଇମାସର ଅସ୍ତ୍ରବିରତି ପରେ ମାର୍ଚ୍ଚରୁ ପୁନର୍ବାର ଇସ୍ରାଏଲ ହମାସ ଉପରେ ଆକ୍ରମଣ କରିଦେଲା। ତେବେ ହୁଟିର ଏବକାର ମିଶାଇଲ ଆକ୍ରମଣ ପରେ ଏକ ନୂଆ ଦିଗ ବାହାରିଲାଣି।
କେବଳ ଇସ୍ରାଏଲ ଏବଂ ହମାସ ମଧ୍ୟରେ ସୀମିତ ରହିବା ପରିବର୍ତ୍ତେ ଏହି ଯୁଦ୍ଧ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି; ଯାହା ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଅନ୍ୟ ଦେଶଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିଛି। ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ହମାସକୁ ଦେଇଥିବା ଧମକର କୌଣସି ପ୍ରତିକ୍ରିୟା ପ୍ରକାଶ ପାଇଲା ନାହିଁ। ଟ୍ରମ୍ପ୍‌ ବିବୃତି ଦେଇ ହମାସକୁ ୪୮ ଘଣ୍ଟା ମଧ୍ୟରେ ସବୁ ପଣବନ୍ଦୀଙ୍କୁ ମୁକ୍ତ କରିଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତତ୍‌ସହିତ ମାର୍ଚ୍ଚ ୬ ତାରିଖରେ କହିଥିଲେ, ଯଦି ହମାସ ତାଙ୍କ କଥା ନ ଶୁଣେ ତେବେ ସବୁକିଛି ଧ୍ୱଂସ କରିଦେବେ। ହମାସ ଗାଲୁଆମି କରି ଟ୍ରମ୍ପ୍‌ଙ୍କ ଧମକକୁ ପାଣିରେ ଗାର ଭାବେ ପ୍ରମାଣ କରିଦେଲାଣି। ସେଭଳି ପରିସ୍ଥିତିରେ ଆମେରିକା ତାହାର ଭାବମୂର୍ତ୍ତି ସମ୍ପୂର୍ଣ୍ଣ ଭାବେ ହରାଇ ସାରିଲାଣି। ମନେହୁଏ, ପୃଥିବୀରେ ଏକ ନୂଆ ପର୍ଯ୍ୟାୟ ସୃଷ୍ଟି ହେବାର ଏହା ପ୍ରଥମ ଲକ୍ଷଣ । ଏଥିରେ ଭାରତ ଭଳି ଦେଶର ଗୁରୁତ୍ୱ ଓ ଭୂମିକା ଆହୁରି ଅଧିକ ଗୌଣ ହେବାର ସମ୍ଭାବନା ସ୍ପଷ୍ଟ ଜଣାପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ରେ ବଢୁଛି ଭିଡ଼, ଜୈବିକ ହଳଦୀ-କଫିଚାଷକୁ ପ୍ରଶଂସା କରି ପର୍ଯ୍ୟଟକ କହିଲେ…

ଦାରିଙ୍ଗବାଡ଼ି,୧୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ ସମେତ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶନିବାରଠାରୁ ଆସନ୍ତା ନୂତନ ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri