୨୦ ଦିନ ହେଲା ଜଳ ପ୍ରକଳ୍ପ ବନ୍ଦ: ଲୋକେ ହନ୍ତସନ୍ତ

କେନ୍ଦୁଝର,୪ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ଚଳିତ ବର୍ଷ ୪୦ ଡିଗ୍ରୀ ଉପରେ ତାପମାତ୍ରା ପ୍ରଭାବିତ ହୋଇ ଭୀଷଣ ଗରମ ଅନୁଭୂତି ହେଉଥିବା ବେଳେ ସରକାର ପକ୍ଷରୁ ଜଳ ଉତ୍ସଗୁଡିକର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ରହିଛି। କେତେକ ସ୍ଥାନରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଜନସଧାରଣ ନାହିଁ ନ ଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ ବିନିଦା ପଞ୍ଚାୟତ ମସିଣାଯୋଡ଼ି ହାଟ ପଡ଼ିଆ ଛକ ନିକଟରେ ଥିବା ଆରଡବ୍ଲୁଏସଏସ ଜଳ ପ୍ରକଳ୍ପଟି ଆଜକୁ ୨୦ ଦିନ ହେଲାଣି ବନ୍ଦ ହେବାରୁ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ସ୍ଥାନୀୟ ମହାନ୍ତ ସାହି, ଜୁଆଙ୍ଗ ସାହି, ମୁଣ୍ଡା ସାହି, ଗୋପାଳ ସାହିର ଶତାଧିକ ପରିବାର ପିଇବା ପାଣି ପାଇଁ ଡହଳବିକଳ ହେବା ସହିତ ପ୍ରଚଣ୍ଡ ଖରା ହେଉଥିଲେ ମଧ୍ୟ ଜୀବନ ବିକଳରେ ଏଣୁତେଣୁ ବହୁ ଦୂରଦୂରାନ୍ତରୁ ପାଇଁ ଆଣି ଚଳିବାକୁ ପଡୁଛି। ଖରା ଦିନେ ଭଳି ସମୟରେ ପ୍ରକଳ୍ପଟି ୨୦ ଦିନ ଧରି ବନ୍ଦ ହେବା ସତ୍ତ୍ୱେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ନ ହେବା ଏକ ଦୁର୍ଭାଗ୍ୟଜନକ ଏବଂ ପ୍ରକଳ୍ପ ଚାଲୁକରିବା ପାଇଁ ଜିଲାପାଳ, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଦାବି କରାଯିବ ବୋଲି ଗ୍ରାମର ଓ୍ବାର୍ଡମେମ୍ବର କ୍ଷେତ୍ରବାସୀ ବାରିକ, ମଧୁ ମୁଣ୍ଡା, ଚନ୍ଦ୍ର ମୁଣ୍ଡା, ଖଟୁଆ ଜୁଆଙ୍ଗ, ଚନ୍ଦ୍ର ଜୁଆଙ୍ଗ, ମଦନା ଜୁଆଙ୍ଗ, କୁନା ଜୁଆଙ୍ଗ, ଅର୍ଜୁନା ଜୁଆଙ୍ଗ, ଈଶ୍ୱର ଜୁଆଙ୍ଗ, କ୍ଷେତ୍ର ମହାନ୍ତ, ଗିରିଧାରୀ ମହାନ୍ତ, ସୁନି ମହାନ୍ତ, ପ୍ରତାପ ମହାନ୍ତ, ଜାଗା ବାରିକ, ଦିପୁ ବାରିକ, ଶୁଭବ୍ରତ ବାରିକ, କରୁଣାକର ବାରିକ, ଭାଗବତ ପରିଡ଼ା, ଶରତ ବାରିକ,ସୁଦର ମୁଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri