ସୁନାମି ପାଇଁ ୬ ଜିଲାରୁ ଚିହ୍ନଟ ହେବ ୧୦୦ରୁ ଊଦ୍ଧର୍‌ବ ଗାଁ

ଭୁବନେଶ୍ୱର,୩୦ା୪(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ସୁନାମି ପ୍ରସ୍ତୁତି ଚିହ୍ନଟ ପାଇଁ ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲାରୁ ୧୦୦ରୁ ଊଦ୍ଧର୍‌ବ ଗ୍ରାମ ଚିହ୍ନଟ କରାଯିବ। ଏଥିପାଇଁ ଆଇ୍‌ଏନ୍‌ସିିଓଆଇଏସ୍‌ ପକ୍ଷରୁ ବୈଷୟିକ ସହାୟତା ନିଆଯିବ ବୋଲି ବିପର୍ଯ୍ୟୟ ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ଦ୍ବିତୀୟ ବୈଠକରୁ ଜଣାଯାଇଛି।
ବୈଠକର ସୂଚନା ଅନୁଯାୟୀ, ଜଳବାୟୁର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରାକ୍‌ ପ୍ରସ୍ତୁତି କରାଯିବ। ଏହିକ୍ରମରେ ସୁନାମି ଭଳି ବିପର୍ଯ୍ୟୟ ଆସିବା ପୂର୍ବରୁ ରାଜ୍ୟ ସରକାର କିଭଳି ଜାଣିବେ ଏବଂ ଏହାର ମୁକାବିଲା ଦିଗରେ ଠୋସ୍‌ ପଦକ୍ଷେପ ନେଇପାରିବେ ସେଥିପାଇଁ ଭିତ୍ତିଭୂମି ସୁଦୃଢ଼ କରାଯିବ। ୟୁନେସ୍କୋ-ଆଇଓସି ପକ୍ଷରୁ ସୁନାମି ରେଡୀ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ୬ ଉପକୂଳ ଜିଲାରୁ ୧୦୦ ଗାଁ ଚିହ୍ନଟ କରାଯିବ ବୋଲି ବୈଠକରୁ ଜଣାଯାଇଛି।
ସେହିପରି ବିପର୍ଯ୍ୟୟ ମୁକାବିଲା ଜନସଚେତନତା କାର୍ଯ୍ୟକ୍ରମ ‘ସତର୍କ’କୁ ବ୍ୟାପକ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ପ୍ଲାଟଫର୍ମକୁ ବିପର୍ଯ୍ୟୟ ମୁକାବିଲା ଲାଗି ବିକଶିତ କରାଯିବ। ଏହା ମାଧ୍ୟମରେ ସମସ୍ତ ପ୍ରକାର ଜଳବାୟୁ ଓ ପାଣିପାଗ ବିଷୟରେ ଲୋକେ ଯେପରି ଆଗତୁରା ସୂଚନା ପାଇପାରିବେ ସେହିଭଳି ବ୍ୟବସ୍ଥିତ କରାଯିବ ବୋଲି ଜଣାଯାଇଛି।
ସେହିପରି ଅଂଶୁଘାତ ମୁକାବିଲା ଲାଗି ରାଜ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଏଥିପାଇଁ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମର ଉପଯୋଗ କରାଯାଇପାରିବ। ଆବଶ୍ୟକସ୍ଥଳେ କାନ୍ଥ ବାଡ଼ରେ ସଚେତନତା ବାର୍ତ୍ତା ପ୍ରଦର୍ଶିତ ହେବ। ଏହି ଅବସରରେ ମୁଖ୍ୟଶାସନ ସଚିବ ରାଜ୍ୟ ସରକାରଙ୍କ ୨୦୩୬ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ୨୦୪୭ର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଟିପ୍ପଣୀ ଦେଇଥିଲେ।
ଭିଜନ ବିକଶିତ ଓଡ଼ିଶା-୨୦୩୬କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ପ୍ରତିରୋଧୀ ସ୍କୁଲ କୋଠା, ଅଙ୍ଗନୱାଡି, ଡାକ୍ତରଖାନା କୋଠା ନିର୍ମାଣକୁ ପ୍ରାଧାନ୍ୟ ଦିଆଯିବ । ରାଜ୍ୟର ସମସ୍ତ ଫାୟାର ଷ୍ଟେଶନରେ ଆବଶ୍ୟକୀୟ ଉପକରଣ ଉପଲବ୍ଧ କରାଇବା ଦ୍ବାରା ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ତତ୍‌କ୍ଷଣାତ୍‌ ମୁକାବିଲା କରାଯାଇ ପାରିବ । ସେହିଭଳି ଉଦ୍ଧାର ପ୍ରକ୍ରିୟାର ପରିଚାଳନା ପାଇଁ ରାଜ୍ୟସ୍ତରୀୟ ସେଣ୍ଟର ଏବଂ ରାଜ୍ୟର ୧୦ଟି ସ୍ଥାନରେ ଉଦ୍ଧାରକାରୀ କୁକୁର ନିୟୋଜିତ ରଖିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କମାଣ୍ଡ ସେଣ୍ଟର ଭାବେ କାର୍ଯ୍ୟ କରିବା ପାଇଁ ଗୋଟିଏ ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ଆପାତ୍‌କାଳୀନ ପରିଚାଳନା ସେଣ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଥିଲାଗି କେନ୍ଦ୍ର ସରକାରଙ୍କ ସହ ରାଜ୍ୟର ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି ।
ବୈଠକର ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାକୃତିକ ଏବଂ ସିବିଆର୍‌ଏନ୍‌ (କେମିକାଲ ବାୟୋଲୋଜିକାଲ ରେଡିଓଲୋଜିକାଲ ଏବଂ ନ୍ୟୁକ୍ଲିୟର) ବିପର୍ଯ୍ୟୟ ମୁକାବିଲା ଲାଗି ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଥିନେଇ ସମ୍ପୃକ୍ତ ବିଭାଗଗୁଡ଼ିକ ପାଇଁ ଏକ ଷ୍ଟାଣ୍ଡାର୍ଡ ଅଫ୍‌ ପ୍ରୋସିଡ୍ୟୁଅର(ଏସ୍‌ଓପି) ପ୍ରସ୍ତୁତ କରାଯିବ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧ୍ୟକ୍ଷତାରେ ଗଠିତ ଏକ ଆନ୍ତଃସରକାରୀ ସଂଗଠନ ଆର୍‌ଆଇଏମ୍‌ଇଏସ୍‌(ରିଜିଓନାଲ୍‌ ଇଣ୍ଟିଗ୍ରେଟେଡ୍‌ ମଲ୍ଟି-ହାଜାର୍ଡ ଏରଲୀ ଓ୍ବାର୍ନିଂ ସିଷ୍ଟମ) ସହଭାଗିତାରେ ଓସ୍‌ଡମା ପକ୍ଷରୁ ଏକୀକୃତ କମାଣ୍ଡ କଣ୍ଟ୍ରୋଲ୍‌ ସିଷ୍ଟମ୍‌ (ୟୁସିସିଏସ୍‌) ଆପ୍ଲିକେଶନ କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ୟୁସିସିଏସ୍‌ ବିପର୍ଯ୍ୟୟ ପରିଚାଳନା ସମୟରେ ତଥ୍ୟ ସଂଗ୍ରହ, କ୍ଷୟକ୍ଷତି ଆକଳନ ଏବଂ ସ୍ଥିତି ଅନୁଧ୍ୟାନ ଭଳି କାର୍ଯ୍ୟକୁ ସୁଗମ କରିବ । ଏହି ବ୍ୟବସ୍ଥା ରାଜ୍ୟ, ଜିଲା ଏବଂ ବ୍ଲକସ୍ତରୀୟ ଜରୁରିକାଳୀନ କେନ୍ଦ୍ରର ତଥ୍ୟକୁ ଏକୀକୃତ କରିବାରେ ସହଯୋଗ ହେବ ବୋଲି ବୈଠକରୁ ଜଣାଯାଇଛି। ବୈଠକରେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ଓ ଏସ୍‌ଆର୍‌ସି ଡି. କେ. ସିଂହ ଓ ସଂପୃକ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri