Posted inଖେଳ

ବାସ୍କେଟ ବଲ କ୍ରୀଡ଼ା ଉତ୍ସବ: ସାମିଲ ହେଲେ ୧୨ ବିଦ୍ୟାଳୟ

ସମ୍ବଲପୁର,୨୫ା୪(ବି.ଶଙ୍କର): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ସମ୍ଭାଗସ୍ତରୀୟ ତିନିଦିନିଆ ବାସ୍କେଟ୍‌ ବଲ କ୍ରୀଡ଼ା ଉତ୍ସବ ସମ୍ବଲପୁରସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି।

ବିଦ୍ୟାଳୟ ଅଧ୍ୟକ୍ଷ ରଣରଞ୍ଜୟ ସିଂହଙ୍କ ସଭାପତିତ୍ୱରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଉପାଧ୍ୟକ୍ଷ ବଳରାମ ମିଶ୍ର, ପ୍ରଧାନ ଶିକ୍ଷକ ଚକ୍ରଧର ଦେହୁରୀ, ସେକେଣ୍ଡାରୀ ବିଭାଗର ଖେଳ ପ୍ରଭାରୀ ସୋନାଲି କିସ୍ପୋଟ୍ଟା, ପବନ କୁମାର ନୌଟିୟାଲ, ପ୍ରାଥମିକ ବିଭାଗର ଖେଳ ପ୍ରଭାରୀ ସୁଦାମ ଚରଣ ଭୋଇ ଏବଂ ସମସ୍ତ ପ୍ରାଥମିକ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଯୋଗ ଦେଇଥିଲେ।

ଶିକ୍ଷକ ଦିଲୀପ କୁମାର ପୂଜାରୀ, ମଣ୍ଟୁ ସାହୁ, ଅରକ୍ଷିତ କୁମ୍ଭାର, ଖୁଦିରାମ ବେହେରା, ଅବିନାଶ ଦାସ, ଶଙ୍କର ନାଇକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଭୁବନେଶ୍ୱର ସମ୍ଭାଗର ୧୨ଟି କେନ୍ଦ୍ରୀୟ ବିଦ୍ୟାଳୟରୁ ୧୫୪ କ୍ରୀଡା ପ୍ରତିଭାଗୀଙ୍କ ସମେତ ୧୭ଜଣ ଗାଇଡ୍‌ ଶିକ୍ଷକ ଅଂଶଗ୍ରହଣ କରିଥିଲେ।

ରାଉରକେଲା, କଟକ, ଭୁବନେଶ୍ୱରରୁ ଆସିଥିବା ବିଏଫଆଇବି ପେନାଲ ରେଫରୀ ସୁକାନ୍ତ ଧର, ସଙ୍ଗମ ନାୟକ, ଭି. ନାଗେଶ୍ୱର ରାଓ ଓ ଗୌତମ ଗଜପତି, ଆରିୟନ ସିଂହ ଓ ଚିରଞ୍ଜିତ କରନ ଖେଳ ପରିଚାଳନା କରିଥିଲେ।

ପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷ ସିଂହ ଫିତା କାଟି ଖେଳ ପ୍ରତିଯୋଗିତା ଆରମ୍ଭ କରିଥିଲେ। ପରେ ୧୭ ବର୍ଷରୁ କମ ଦଳ ଶ୍ରେଣୀରେ କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ୱର-୨ ଓ ପୁରୀ ବାଳକ, ଗୋପାଳପୁର ଓ କଟକ-୧ ବାଳକ ଏବଂ ସମ୍ବଲପୁର -୧ ଓ ପୁରୀ ବାଳିକା ବାସ୍କେଟ ବଲ ଲିଗ ମ୍ୟାଚ ହୋଇଥିଲା।

ସେହିପରି ସନ୍ଧ୍ୟାରେ ୧୪ ବର୍ଷରୁ କମ ଦଳ ଶ୍ରେଣୀରେ କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁର ଓ ଭୁବନେଶ୍ୱର-୨ ବାଳକ, ବ୍ରହ୍ମପୁର ଓ ସମ୍ବଲପୁର-୧ ବାଳକ ଏବଂ ସମ୍ବଲପୁର-୧ ଓ ୨ ବାଳିକା ଖେଳାଳିମାନଙ୍କ ବାସ୍କେଟ ବଲ ଲିଗ ମ୍ୟାଚ ହୋଇଥିଲା। ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ ସମ୍ବଲପୁରଠାରେ ସମସ୍ତ ଖେଳାଳି ଓ ରେଫରିଙ୍କ ପାଇଁ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri