ଆନନ୍ଦପୁର,୩ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ବଳଦୁଆଁ ଗ୍ରାମର ଚାଷୀଙ୍କଠାରୁ ଧାନ ନେଇ ପଳାଇଯାଇଥିଲା। ୩ ମାସ ପରେ ଗାଡ଼ିକୁ ପାଇ ଅଟକାଇଛନ୍ତ ଚାଷୀ। ସୂଚନାରୁ ଜଣାପଡ଼ଛି ବଳଦୁଆଁ ଗ୍ରାମର ମଧୁସୂଦନ ଜେନା, ସନାତନ ଦାସ, ଅଜୟ କୁମାର ଦାସ, ରାମଚନ୍ଦ୍ର ଦାସ, ସୁରେନ୍ଦ୍ର ଦାସ, ସୁବାସ, ଦାସ, ଚନ୍ଦନ ଖଟୁଆ, ଯଶବନ୍ତ ଖଟୁଆ, କୁମାର ଦାସ ଫେବୃଆରୀ ମାସରେ କେନ୍ଦୁଝର ଜିଲା ପାଟଣା ବ୍ଲକ ସାଗର ମହାନ୍ତ, ମିଥୁନ କୁମାର ସାହୁ ଦୁଇଜଣ ଆସି ଚାଷୀଙ୍କ ପାଖରୁ ଧାନ ନେଇ କିଛି କିଛି ଟଙ୍କା ଦେଇ ପଳାଇ ଥିଲେ। ତିନି ମାସ ବିତି ଯାଇଥିଲେ ବି ଚାଷୀମାନଙ୍କୁ ବକେୟା ଟଙ୍କା ନ ଦେବାରୁ ସମସ୍ତ ଚାଷୀ ବେପାରୀଙ୍କ ଗ୍ରାମକୁ ଯାଇଥିଲେ ବି ଟଙ୍କା ପାଇ ନ ଥିଲେ ରବିବାର ବେପାରୀଙ୍କର ଏକ ଗାଡ଼ି ଧାନ ନେବାକୁ ଆସିଥିବା ବେଳେ ବାଳଦୁଅଁl ଗ୍ରାମର ଚାଷୀମାନେ ଗାଡ଼ିଟିକୁ ଅଟକ ରଖିଛନ୍ତି l ବକେୟା ପଇସା ନ ଦେବା ପର୍ଯ୍ୟନ୍ତ ଗାଡ଼ିକୁ ଛାଡ଼ିବୁନି ବୋଲି କହିଛନ୍ତି।

