Posted inଜାତୀୟ

କେଉଁଠି ଅଛ ଶୀଘ୍ର ଆସ, ନ ହେଲେ ବିଳମ୍ବ ହୋଇଯିବ: ଓଓ୍ବାଇସିଙ୍କୁ ଫୋନ୍‌ କରି କାହିଁକି ଡାକିଲେ ଅମିତ ଶାହା

ନୂଆଦିଲ୍ଲୀ,୨୪।୪: ପହଲଗାମ ଆକ୍ରମଣ ପରେ, କେନ୍ଦ୍ର ସରକାର ଗୁରୁବାର ସମସ୍ତ ରାଜନୈତିକ ଦଳର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ସରକାର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ସମସ୍ତ ପକ୍ଷଙ୍କୁ ଅବଗତ କରାଇବେ ଏବଂ ସେମାନଙ୍କର ମତାମତ ମଧ୍ୟ ଶୁଣିବେ।

ହାଇଦ୍ରାବାଦ ଏମ୍‌ପି ଏବଂ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ଏହି ବୈଠକକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କୁ ଫୋନ କରି ବୈଠକରେ ଯୋଗଦେବାକୁ କହିଛନ୍ତି। ଶାହା ଶୀଘ୍ର ଆସିବାକୁ କହିଛନ୍ତି ନଚେତ୍‌ ବିଳମ୍ବ ହୋଇଯିବ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଡକାଯାଇଥିବା ସର୍ବଦଳୀୟ ବୈଠକ ବିଷୟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି କହିଛନ୍ତି, ଏହି ସର୍ବଦଳୀୟ ବୈଠକ ଡକାଯିବାର କାରଣ ହେଉଛି ଏକ ଜାତୀୟ ଗୁରୁତ୍ୱର ପ୍ରସଙ୍ଗ। ଏବେ ସ୍ବରାଷ୍ଟ୍ର ମନ୍ତ୍ରୀ ମୋତେ ଫୋନ କରି ପଚାରିଛନ୍ତି ଯେ ମୁଁ କେଉଁଠି ଅଛି। ସେ ମୋତେ ଦିଲ୍ଲୀରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଆସିବାକୁ କହିଛନ୍ତି। ମୁଁ ତୁରନ୍ତ ଟିକେଟ ବୁକ କରୁଛି ଏବଂ ଯଥାଶୀଘ୍ର ସେଠାରେ ପହଞ୍ଚିବି।

ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକ ଉପରେ AIMIM ମୁଖ୍ୟ ଏବଂ ହାଇଦ୍ରାବାଦ ଏମ୍‌ପି ଅସଦୁଦ୍ଦିନ ଓୱେସି ପୂର୍ବରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଓଓ୍ବାଇସି କହିଥିଲେ, ତାଙ୍କୁ ଏହି ବୈଠକରେ ଯୋଗଦେବା ପାଇଁ ନରେନ୍ଦ୍ର ମୋଦି ସରକାର ପକ୍ଷରୁ ଡକାଯାଇ ନ ଥିଲା। ଏହା ପରେ, ସେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ କରିବାକୁ ଅନୁରୋଧ କରିଥିଲେ।

ସର୍ବଦଳୀୟ ବୈଠକ ସାଧାରଣ ବୈଠକଠାରୁ ଟିକିଏ ଭିନ୍ନ। ଏହି ବୈଠକ ସେତେବେଳେ ଡକାଯାଏ ଯେତେବେଳେ ଏପରି କୌଣସି ଘଟଣା ଘଟେ ଯାହା ଦେଶର ସ୍ବାର୍ଥ ଉପରେ ବଡ଼ ପ୍ରଭାବ ପକାଏ। ଯେପରି ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମୟରେ କିମ୍ବା ୨୦୨୦ରେ ଭାରତ-ଚୀନ ସୀମା ବିବାଦ ସମୟରେ ସରକାର ଏପରି ବୈଠକ କରିଥିଲେ। ଏହି ବୈଠକରେ ସରକାର ବିରୋଧୀ ଦଳଗୁଡ଼ିକୁ ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଅନ୍ତି ଏବଂ ବିରୋଧୀ ନେତାମାନେ ମଧ୍ୟ ସରକାରଙ୍କ ସହିତ ସେମାନଙ୍କର ପରାମର୍ଶ ଏବଂ ଚିନ୍ତାଧାରା ବାଣ୍ଟିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନିତିନ ନବୀନ

ନୂଆଦିଲ୍ଲୀ,୧୫।୧୨:  ଭାଜପାର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ...

ନିଜ ହାତରେ ରାସ୍ତା ଖୋଳିଲେ ଭାଜପା ବିଧାୟକ: ଗୁଣବତ୍ତାର ଖୋଲିଲା ପୋଲ୍‌

ଭୋପାଳ,୧୫।୧୨: ମଧ୍ୟପ୍ରଦେଶର ଦିଣ୍ଡୋରୀର ଶାହପୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ଧୁର୍ଭେ ବିଭାଗୀୟ କର୍ମଚାରୀଙ୍କ ପର୍ଦ୍ଦାଫାସ କରୁଛନ୍ତି।...

ବିସିସିଆଇର କଡ଼ା ନିର୍ଦ୍ଦେଶ: ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ୨ଟି ମ୍ୟାଚ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସମସ୍ତ ଜାତୀୟ ଦଳର ଖେଳାଳିଙ୍କ ପାଇଁ ଏକ କଡ଼ା ନିୟମ ଲାଗୁ କରିଛି। ଆସନ୍ତା ଡିସେମ୍ବର ୨୪ରୁ...

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri