ବଞ୍ଚିବାକୁ ଦିଅ

ହାଇଦ୍ରାବାଦର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିକଟରେ ଏକ ଆଇଟି ପାର୍କ ନିର୍ମାଣ ପାଇଁ ୪ ଶହ ଏକର ଜଙ୍ଗଲକୁ ବୁଲ୍‌ଡୋଜର ଲଗେଇ ରାତାରାତି ସଫା କରିବାର ଅମାନବୀୟ ନିଷ୍ପତ୍ତି ଆଜି ସମସ୍ତ ପରିବେଶବିତ୍‌ ଏବଂ ପଶୁପକ୍ଷୀପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି। ମୁଖ୍ୟତଃ ମୟୂର ଏବଂ ହରିଣଙ୍କର ଚରାଭୂମି ଥିବା ଏହି ଜଙ୍ଗଲ ସୁରକ୍ଷା ପାଇଁ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କର ପ୍ରାଣମୂର୍ଚ୍ଛା ଉଦ୍ୟମ, ସାମାଜିକ ଗଣମାଧ୍ୟମରେ ଜନ ଆନ୍ଦୋଳନ ଏବଂ ଶେଷରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ନିରୀହଙ୍କ ପ୍ରତି ଅତ୍ୟାଚାର ବିରୋଧରେ ମାନବତାର ବିଜୟ ବୋଲି ଧରିନେବାକୁ ହେବ।
ମଣିଷ ଆଗରେ ଏବେ ଦୁଇଟି ବଡ଼ ସମସ୍ୟା ମୁଣ୍ଡ ଟେକିଛି । ଗୋଟିଏ ହେଉଛି ତାପମାତ୍ରାର ଭୟଙ୍କର ବୃଦ୍ଧି ଏବଂ ଅନ୍ୟଟି ହେଉଛି ଭୂତଳ ଜଳର ହ୍ରାସ। ଏହା ବିଶ୍ୱର ମାନବସମାଜ ଏବଂ ଜୀବଜଗତକୁ ପ୍ରଭାବିତ କରୁଛି। ଏ ଦୁଇଟି ସମସ୍ୟାର କାରଣ ଆଉ ନିରାକରଣର ବାଟ ନ ଖୋଜିଲେ ଆମେ ଭବିଷ୍ୟତ ପିଢ଼ିଙ୍କ ପାଇଁ ମୃତ୍ୟୁର କବର ପ୍ରସ୍ତୁତ କରି ରଖୁଛେ ବୋଲି ଭାବିବାକୁ ହେବ।
ଓଡ଼ିଶା କଥା ଆଲୋଚନା ପରିସରକୁ ନିଆଯାଉ। କିଛି ବର୍ଷ ହେବ ଓଡ଼ିଶାର ପ୍ରତ୍ୟେକ ଜିଲାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ପାନୀୟ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସରକାର ୫ ହଜାରରୁ ଊର୍ଦ୍ଧ୍ୱ ନଳକୂପ ଖନନ କରିଛନ୍ତି। ଏହା ସତ୍ତ୍ୱେ କେତେକ ଜିଲାରେ କେବଳ ଗ୍ରୀଷ୍ମ ଋତୁରେ ନୁହେଁ ବର୍ଷ ସାରା ବି ପାନୀୟ ଜଳ ସଙ୍କଟ ଲାଗିରହିଛି। ଏହାର ମୁଖ୍ୟ କାରଣ ସ୍ବଳ୍ପ ଜଳ ବୃଷ୍ଟି ଏବଂ ଭୂତଳ ଜଳର ଭୟଙ୍କର ହ୍ରାସ।
ଓଡ଼ିଶା ସରକାରଙ୍କର ପ୍ରଦୂଷଣ ବିଭାଗ ତରଫରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାଯାଏ କି ୨୦୨୦ରୁ ୨୦୨୪ ଭିତରେ ଗଜପତିରେ ୩. ୮୯ ମିଟର, କେନ୍ଦୁଝର ୧. ୨୬ ମିଟର, ବୌଦ୍ଧ ୧. ୫୧ ମିଟର, କଟକ ୧. ୩୮ ମିଟର, ଖୋର୍ଦ୍ଧା ୧. ୪୦ ମିଟର ଏବଂ ରାୟଗଡ଼ା ଜିଲାରେ ୨. ୦୫ ମିଟର ଭୂତଳ ଜଳ ହ୍ରାସ ପାଇଛି। ସରକାର ଏ ଦିଗରେ ବିଭିନ୍ନ ଯୋଜନା ହାତକୁ ନେଇ ସଫଳ ହୋଇ ପାରି ନାହାନ୍ତି। ଏହାର ଅନେକ କାରଣ ରହିଛି। ସରକାରୀ ଭାବରେ ବୃକ୍ଷରୋପଣ ଏବଂ ଜଙ୍ଗଲ ବୃଦ୍ଧିର ମିଛ ରିପୋର୍ଟ, ଶିଳ୍ପାୟନ ଏବଂ ରାସ୍ତା ସମ୍ପ୍ରସାରଣ ପାଇଁ ବ୍ୟାପକ ବୃକ୍ଷ ଛେଦନ, ଶିଳ୍ପ ସଂସ୍ଥାଗୁଡ଼ିକରେ ଜଳର ବ୍ୟାପକ ବେଆଇନ ବ୍ୟବହାର, ଭୂପୃଷ୍ଠରେ ମାତ୍ରାଧିକ କଂକ୍ରିଟ ଜଙ୍ଗଲ ଏବଂ ଶେଷରେ ସଂଗୃହୀତ ଜଳର ବହୁଳ ବ୍ୟବହାର ଇତ୍ୟାଦି। ଅଧିକାଂଶ ନଦୀ ଏବେ ବାଲିଚର, ଶୁଷ୍କ ଆଉ ବେଗହୀନ। ଏପରିକି ମହାନଦୀ ଏବେ ଜଳହୀନ। ବୋରିଂ କରି ଯେଉଁ ସବୁ ପ୍ରକଳ୍ପ ଚାଲୁଛି ସେଗୁଡ଼ିକ ପାନୀୟ ଜଳ ପରିବର୍ତ୍ତେ କେତେକ ଅସାଧୁ ଲୋକ ତାକୁ ସଂଗ୍ରହ କରି ନିର୍ମାଣ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ତ କେଉଁଠି ଟ୍ୟାପ ଖୋଲା ହୋଇ ଅନବରତ ପାଣି ଝରୁଛି। ସବୁଥିରେ ସରକାରଙ୍କୁ ଦୋଷ ଦେଇ ହେବନି। ଲୋକେ ସଚେତନ ହେବା ଦରକାର।
ତିରିଶ ବର୍ଷ ପଛକୁ ଫେରିଗଲେ ଦେଖିବା ପରିବେଶର ଉତ୍ତାପ ବୃଦ୍ଧି ଭୟଙ୍କର ନ ଥିଲା। ଖରାଦିନେ ଲୋକେ ବିଞ୍ଚଣାର ବ୍ୟବହାର କରୁଥିଲେ। ଏବେ ଘରେ ଘରେ ଫ୍ରିଜ, କୁଲର, ଏସି। କିନ୍ତୁ ତା’ର ପ୍ରତିକୂଳ ପ୍ରଭାବ ଶରୀର ଆଉ ପରିବେଶ ଉପରେ କ’ଣ ପଡୁଛି ତାକୁ ଆମେ ଅଣଦେଖା କରୁଛେ।ସଚେତନ ହେବା ପାଇଁ ବିଜ୍ଞାପନ ଦିଆହେଉଛି, ସଭା ସମିତିରେ ସଚେତନତାର ବାର୍ତ୍ତା ବଣ୍ଟା ଚାଲିଛି। ଲାଭ କ’ଣ? ତମେ ଯେତେବେଳେ ଅନ୍ୟକୁ ଧ୍ବଂସ କରିବାର କାରଣ ହେବ ନିଜେ ଧ୍ବଂସ ହୋଇଯିବ। ଅତଏବ ହେ ପ୍ରକୃତିର ଶ୍ରେଷ୍ଠ ଜୀବ ନିଜେ ସଚେତନ ହୁଅ, ନିଜେ ବଞ୍ଚ, ଅନ୍ୟକୁ ବଞ୍ଚତ୍ବାକୁ ଦେଇ ମାନବ ଧର୍ମ ସାର୍ଥକ କର।
ମକୁନ୍ଦ ପୁର, ବାଙ୍କୀ
ମୋ : ୯୪୩୭୪୬୮୦୧୬

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri