ପାଟଣା,୧୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭା ଗୃହରେ ଗୁରୁବାର ଓଡ଼ିଆ ପକ୍ଷ ଉପଲକ୍ଷେ ଲୋକକଳା ପାଇଁ ଦିନ ଟିଏ କାର୍ଯ୍ୟ କ୍ରମରେ ବ୍ଲକର ଜଣାଶୁଣା ୧୩ଜଣ କଳାକାରଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ,ଅଙ୍ଗ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ସଭା ଶିକ୍ଷକ ପାର୍ଥସାରଥୀ ବେଜଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ମୁଖ୍ୟବକ୍ତା ଭାବେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ, ଜିପିଡିଓ ରଶ୍ମୀରେଖା ମହାନ୍ତି, ସାମାଜିକ ସୁରକ୍ଷା ଅଧିକାରୀ ଅଭୟ କୁମାର ଦେହୁରୀ, ଯୋଗାଣ ଅଧିକାରୀ ସୁନିତା ମାର୍ଣ୍ଡି ପ୍ରମୁଖ ଯୋଗ ଦେଇଥିଲେ।


