Posted inଜାତୀୟ

ଚର୍ଚ୍ଚାରେ ଯମଜ ଭଉଣୀ: MBBS ପରୀକ୍ଷାରେ ସମାନ ନମ୍ବର ରଖି ସୃଷ୍ଟି କଲେ ଅନନ୍ୟ ରେକର୍ଡ

ସୁରତ,୯।୩: ଆଜିକାଲି ଗୁଜରାଟର ଯମଜ ଭଉଣୀ ଚର୍ଚ୍ଚାରେ ଅଛନ୍ତି। ଦୁହେଁ MBBS ପରୀକ୍ଷାରେ ସମାନ ନମ୍ବର ରଖି ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି। ଗୁଜରାଟର ସୁରତର ବାସିନ୍ଦାର ବାସିନ୍ଦା ରିବା ଏବଂ ରହିନ ହାଫିଜ ଏହି ବିରଳ ସଫଳତାକୁ ସେଲିବ୍ରେଟ୍‌ କରୁଛନ୍ତି। ଉଭୟ ସମାନ ନମ୍ବରରେ ଭଦୋଦରାର GMERS ମେଡିକାଲ କଲେଜରୁ ଏକକାଳୀନ MBBS ଶେଷ କରିଛନ୍ତି। ସେ ପରୀକ୍ଷାରେ ମୋଟ ୯୩୫ ନମ୍ବର ଅର୍ଥାତ୍‌ ୬୬.୮ ପ୍ରତିଶତ ନମ୍ବର ରଖିଛନ୍ତି।

ଏହି ଦୁଇ ୨୪ ବର୍ଷୀୟ ଭଉଣୀ ଆର୍ଥିକ ଅସୁବିଧାକୁ ଦୂର କରି ଡାକ୍ତର ହେବାର ସଫଳତା ହାସଲ କରିଛନ୍ତି। ତାଙ୍କ ମାଆ ଗୁଲଶାଦ ବାନୁ ଜଣେ ସିଙ୍ଗଲ ମଦର ଏବଂ ପେଶାରେ ଜଣେ ଶିକ୍ଷୟିତ୍ରୀ। ରହିନ ହାଫିଜି କହିଛନ୍ତି, ମୋ ମାମୁଁ ଜଣେ ଡାକ୍ତର, ଯିଏ ଆମକୁ ଚିକିତ୍ସା କ୍ଷେତ୍ରକୁ ଯିବା ପାଇଁ ପ୍ରେରଣା ଦେଇଥିଲେ। ଆମେ ସବୁବେଳେ ଏକାଠି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲୁ, ତେଣୁ ଆଜି ଏହି ସଫଳତା ପାଇଛୁ।

ରିପୋର୍ଟ ଅନୁସାରେ, ରିବା ଦଶମ ଶ୍ରେଣୀ ପରୀକ୍ଷାରେ ୯୯ ପ୍ରତିଶତ ନମ୍ବର ରଖିଥିବାବେଳେ, ରହିନ ୯୮.୫ ପ୍ରତିଶତ ନମ୍ବର ପାଇଥିଲେ। ଦ୍ୱାଦଶ ଶ୍ରେଣୀରେ ସେ ଯଥାକ୍ରମେ ୯୮.୨ ଏବଂ ୯୭.୩ ପ୍ରତିଶତ ମାର୍କ ପାଇଥିଲେ। ବିନା କୋଚିଂରେ ଦୁହେଁ NEET UGରେ ଚମତ୍କାର ପ୍ରଦର୍ଶନ କରିଥିଲେ। ରିବା ୯୭ ପ୍ରତିଶତ ନମ୍ବର ରଖିଥିବାବେଳେ, ରହିନ ୯୭.୭ ପ୍ରତିଶତ ନମ୍ବର ରଖିଥିଲେ।

ଏହି ଯମଜ ଭଉଣୀମାନେ ସେମାନଙ୍କର ସଫଳତାର ଶ୍ରେୟ ସେମାନଙ୍କ ମା’ ଏବଂ ଜେଜେମାଆଙ୍କୁ ଦେଇଛନ୍ତି ଏହି ଦୁହେଁ ସେମାନଙ୍କୁ ସବୁବେଳେ ସମର୍ଥନ ଏବଂ ଉତ୍ସାହିତ କରିଥିଲେ। ରହିନ କହିଛନ୍ତି, ଆମେ ଅନେକ ଉତ୍ଥାନ-ପତନ ଦେଖିଛୁ, କିନ୍ତୁ ମା’ ଏବଂ ଜେଜେମାଆ ଆମର ଶକ୍ତି ଏବଂ ପ୍ରେରଣାର ନିରନ୍ତର ଉତ୍ସ ହୋଇ ଆସିଛନ୍ତି। ଆମେ ଖୁସି ଯେ ଆମେ ତାଙ୍କର ସ୍ବପ୍ନ ପୂରଣ କରିପାରିଲୁ। ସରକାରୀ ସ୍କଲାରସିପ ଏବଂ ଅନ୍ୟାନ୍ୟ ଯୋଗ୍ୟତା ଭିତ୍ତିକ ଆର୍ଥିକ ସହାୟତା ମାଧ୍ୟମରେ ଆମେ ଏଠି ପହଞ୍ଚିଛୁ। ଆଗକୁ ଡାକ୍ତର ହୋଇ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଦୃଢ଼ ସଂକଳ୍ପବଦ୍ଧ।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri