ଅନୁଗୋଳ,୮।୪: ଅନୁଗୋଳ ଜିଲା ସଦର ଥାନା କୁଇଓ ନିକଟରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଛି। ହେଲେ କାର୍ ଡ୍ରାଇଭର ସୁରକ୍ଷିତ ରହିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, କାର୍ଟି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ କୁଇଓ ନିକଟ ଏକ ପୋଲ ବାଡ଼ରେ ପିଟି ହୋଇଯାଇଥିଲା।
ଦୁର୍ଘଟଣା ପରେ କାର୍ରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ କାର୍ଟି ପୋଡି ନଷ୍ଟ ହୋଇଯାଇଛି।


