ଓ୍ବକ୍‌ଫ ବିଲ୍‌: ନୀତୀଶ, ନାଇଡୁଙ୍କୁ କିପରି ମନାଇଲା ଭାଜପା

ନୂଆଦିଲ୍ଲୀ,୪ା୪:ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ପାରମ୍ପରିକ ଭାବେ ମୁସଲମାନ ଭୋଟ ବ୍ୟାଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ। କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରରେ ସାମିଲ ଥିବା ଏହି ୨ ସହଯୋଗୀ ଦଳ ଏକକ ଦଓ୍ବୋନୀ ସଂହିତା (ୟୁସିସି) ସମେତ ମୁସଲମାନଙ୍କ ସ୍ବାର୍ଥରକ୍ଷା କଥା ଉଠିଲେ ଭାଜପାଠାରୁ ଭିନ୍ନମତ ପୋଷଣ କରିଥାଆନ୍ତି। ତେବେ ଓ୍ବକ୍‌ଫ ସଂଶୋଧନ ବିଲ୍‌ ପ୍ରସଙ୍ଗରେ ଭାଜପା ଉଭୟ ଟିଡିପି ଏବଂ ଜେଡିୟୁର ସମର୍ଥନ ହାସଲ କରିବାରେ କିପରି ସକ୍ଷମ ହେଲା ସେନେଇ ବର୍ତ୍ତମାନ ଚର୍ଚ୍ଚା ଜାରି ରହିଛି।
ଟିଡିପି ଏବଂ ଜେଡିୟୁ ବିବାଦୀୟ ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ସମର୍ଥନ କରିବା ରାଜନୈତିକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ୨୦୨୪ ଅଗଷ୍ଟରେ ଲୋକ ସଭାରେ ଓ୍ବକ୍‌ଫ ବିଲ୍‌ ଆଗତ କରାଯିବା ପୂର୍ବରୁ କେନ୍ଦ୍ରର ବରିଷ୍ଠ ମନ୍ତ୍ରୀମାନେ ଏହାର ଗୁରୁତ୍ୱ ସମ୍ପର୍କରେ ୨ ଦଳକୁ ଅବଗତ କରାଇଥିଲେ। ସେମାନେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ଏବଂ ଜୟନ୍ତ ଚୌଧରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ ସହ ମଧ୍ୟ ପରାମର୍ଶ କରିଥିଲେ। ବିରୋଧୀ ଦଳଗୁଡ଼ିକ ଓ୍ବକ୍‌ଫ ବିଲ୍‌କୁ ଧ୍ରୁବୀକରଣର ଅସ୍ତ୍ର ଭାବେ ଅଭିହିତ କରୁଥିବାବେଳେ ଭାଜପା ବିଲ୍‌ର ଆବଶ୍ୟକତା ସମ୍ପର୍କରେ ସହଯୋଗୀ ଦଳଗୁଡ଼ିକୁ ବୁଝାଇଥିଲା। ଏଥିସହ ମୁସଲମାନ ସମ୍ପ୍ରଦାୟର ସ୍ବାର୍ଥ ସୁରକ୍ଷା ଏବଂ ମହିଳାଙ୍କ ଅଧିକାର ସୁନିଶ୍ଚିତ କରାଯିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲା। ଓ୍ବକ୍‌ଫ ସମ୍ପତ୍ତି ଓ ରାଜ୍ୟ ସରକାରଙ୍କ ଅଧିକାରରେ ହସ୍ତକ୍ଷେପକୁ ନେଇ ଅଂଶୀଦାର ଦଳଗୁଡ଼ିକ ଚିନ୍ତାବ୍ୟକ୍ତ କରିବାରୁ ଏହାକୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯାଇଥିଲା। ଜେପିସି ଏଥିରେ ୧୪ଟି ସଂଶୋଧନକୁ ଗ୍ରହଣ କରିଥିଲା। ସଂଶୋଧନ ଭିତରେ ଜେଡିୟୁ ଏବଂ ଡିଟିପିର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଥିଲା। ଜେଡିୟୁ ଜୋର୍‌ ଦେଇ କହିଥିଲା, ମସ୍‌ଜିଦ, ଦରଘା ଓ ଅନ୍ୟ ମୁସଲିମ୍‌ ଧର୍ମପୀଠଗୁଡ଼ିକ ଉପରେ ନୂଆ ଆଇନକୁ ପିଛିଲା ଭାବେ ଲାଗୁକରା ନ ଯାଉ। ସେହିପରି ଟିଡିପି ଓ୍ବକ୍‌ଫ ସମ୍ପତ୍ତି ଉପରେ ରାଜ୍ୟର ସ୍ବାୟତ୍ତତା ବଜାୟ ରଖିବା ପାଇଁ ଜିଦ୍‌ ଧରିଥିଲା। ସଂଶୋଧିତ ବିଲ୍‌ରେ ଏହା ସନ୍ନିବେଶିତ କରାଯାଇଥିବାରୁ ଟିଡିପି, ଜେଡିୟୁ, ଏଲ୍‌ଜେପି, ଆର୍‌ଏଲ୍‌ଡି ଏବଂ ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା ଉକ୍ତ ବିଲ୍‌କୁ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri