ମଣିଷ ନ ଥାଇ ଟିକସ

ଓ୍ବାଶିଂଟନ,୪ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ଭାରତ ସମେତ ଅନେକ ଦେଶ ଉପରେ ରେସିପ୍ରୋକଲ ଟାରିଫ୍‌ ବା ଟିକସ ଲଗାଇଛନ୍ତି। ତେବେ ଟ୍ରମ୍ପ୍‌ ଆଣ୍ଟାର୍କଟିକା ନିକଟ ମେନ୍‌ଲାଣ୍ଡ ଅଷ୍ଟ୍ରେଲିଆର ହର୍ଡ ଆଣ୍ଡ୍‌ ମାକ୍‌ଡୋନାଲ୍ଡ ଦ୍ୱୀପରେ ମଧ୍ୟ ୧୦% ଟାରିଫ୍‌ ଲଗାଇଛନ୍ତି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ କେହି ମଣିଷ ରୁହନ୍ତି ନାହିଁ। ଅଷ୍ଟ୍ରେଲୀୟ ଟେରିଟୋରିରେ ସାମିଲ ଥିବାରୁ ଟ୍ରମ୍ପ୍‌ଙ୍କ ଟାରିଫ୍‌ ତାଲିକାରେ ଏହି ଦ୍ୱୀପକୁ ଯୋଡ଼ା ଯାଇଛି ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି।
ଅଷ୍ଟ୍ରେଲୀୟ ସରକାରଙ୍କ ଦ୍ୱାରା ପରିଚାଳିତ ହର୍ଡ ଆଣ୍ଡ୍‌ ମାକ୍‌ଡୋନାଲ୍ଡ ଦ୍ୱୀପକୁ ପୃଥିବୀର ସବୁଠାରୁ ନିର୍ଜନ ସ୍ଥାନ କୁହାଯାଇଥାଏ। ଅଷ୍ଟ୍ରେଲିଆର ବାହ୍ୟ ଅଞ୍ଚଳରେ ଥିବା ଏହି ଦ୍ୱୀପରେ ମଣିଷ ରୁହନ୍ତି ନାହିଁ ବରଂ ଏହା ପେଙ୍ଗୁଇନ୍‌, ସିଲ୍‌ ପରି ବିଭିନ୍ନ ପ୍ରକାରର ପ୍ରଜାତିଙ୍କ ଆଶ୍ରୟସ୍ଥଳୀ। ହର୍ଡ ଆଣ୍ଡ୍‌ ମାକ୍‌ଡୋନାଲ୍ଡ ଦ୍ୱୀପର ଅଧିକାଂଶ ଅଞ୍ଚଳ ଗ୍ଲେସିୟର ଦ୍ୱାରା ଆଚ୍ଛାଦିତ। ଅଷ୍ଟ୍ରେଲିଆର ପଶ୍ଚିମ ଉପକୂଳରେ ଥିବା ପର୍ଥ ସହରରୁ ବୋଟ୍‌ ଯୋଗେ ଏହି ଦ୍ୱୀପରେ ପହଞ୍ଚିବାକୁ ପ୍ରାୟ ୨ ସପ୍ତାହ ଲାଗିବ। ତେବେ ଗତ ପ୍ରାୟ ଦଶନ୍ଧି ଧରି ଏହି ଦ୍ୱୀପରେ କୌଣସି ମଣିଷଙ୍କ ପାଦ ପଡ଼ିନାହିଁ।
ତେବେ ହର୍ଡ ଆଣ୍ଡ୍‌ ମାକ୍‌ଡୋନାଲ୍ଡ ଦ୍ୱୀପରେ ଟାରିଫ୍‌ ଲଗାଯିବାକୁ ନେଇ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍‌ବାନିଜ୍‌ ସମାଲୋଚନା କରି କହିଛନ୍ତି, ଏବେ ଏହି ପୃଥିବୀରେ କେହି ମଧ୍ୟ ସୁରକ୍ଷିତ ନୁହନ୍ତି। ତେବେ ଉକ୍ତ ଟାରିଫ୍‌ର ଜବାବରେ ପ୍ରତିକ୍ରିୟାଶୀଳ ହୋଇ ଅଷ୍ଟ୍ରେଲିଆ ଆମେରିକା ଉପରେ କୌଣସି ପାରସ୍ପରିକ ଶୁଳ୍କ ଲଗାଇବ ନାହିଁ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ଟ୍ରମ୍ପ୍‌ ବୁଧବାର ହ୍ବାଇଟ ହାଉସରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି ଆମେରିକା ପକ୍ଷରୁ ୧୮୦ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରାଯାଇଥିବା ନେଇ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୋମାଟୋ ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌ CEO ପଦ ଛାଡିଲେ ଦୀପିନ୍ଦର ଗୋୟଲ

ନୂଆଦିଲ୍ଲୀ,୨୧।୧: ଜୋମାଟୋର ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌’ର ନେତୃତ୍ୱରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କମ୍ପାନୀର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri