ଓଡ଼ିଶା ଆଧାର କାର୍ଡରେ ତେଲୁଗୁ ଭାଷା

କୋରାପୁଟ ଜିଲାର କୋଟିଆ ଅଞ୍ଚଳରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଲଗାତର ଉଦ୍ୟମ କରିଆସୁଛି। ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତବାସୀଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ସେମାନଙ୍କୁ କରାୟତ୍ତ ପାଇଁ ଆନ୍ଧ୍ର ଅଧିକାରୀମାନେ ଚେଷ୍ଟା ଚଳାଇଛନ୍ତି। ସେଥିପାଇଁ ସେମାନେ ବିଭିନ୍ନ ସରକାରୀ ଯୋଜନାରେ କୋଟିଆବାସୀଙ୍କୁ ଲାଭାନ୍ବିତ କରିବାକୁ ଯାଇ ଓଡ଼ିଆ ବଦଳରେ ତେଲୁଗୁ ଭାଷା ବ୍ୟବହାର ପାଇଁ ଚାପ ପକାଉଛନ୍ତି। ଏପରି କି ଆଧାର କାର୍ଡର ତଥ୍ୟ ତେଲୁଗୁରେ ଉଲ୍ଲେଖ କରିବାକୁ ସେମାନେ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି। ଏଭଳିସ୍ଥଳେ ଓଡ଼ିଶା ଅଧିକାରୀଙ୍କ ଅବହେଳା ଓ ତ୍ରୁଟି ଆନ୍ଧ୍ର ଅଧିକାରୀଙ୍କ ଉଦ୍ଦେଶ୍ୟକୁ ଅନେକାଂଶରେ ସଫଳ କରୁଛି। କାରଣ କୋଟିଆର ଅନେକ ଲୋକଙ୍କ ଆଧାର କାର୍ଡରେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଓଡ଼ିଆ ପରିବର୍ତ୍ତେ ତେଲୁଗୁ ଭାଷାରେ ଉଲ୍ଲେଖ ହୋଇଥିବାବେଳେ ନାମ, ବୟସ, ଠିକଣା ଆଦି କେତେକ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳସ୍ବରୂପ କୋଟିଆ ଅଧିବାସୀ ଓଡ଼ିଶା ସରକାରଙ୍କ ଜନକଲ୍ୟାଣକାରୀ ସୁବିଧାରୁ ବଞ୍ଚତ୍ତ ହୋଇ ଆନ୍ଧ୍ର ଆଡ଼କୁ ଢଳିବା ଭଳି ସ୍ଥିତି ଉପୁଜିଛି।

ପଟ୍ଟାଙ୍ଗି,୩ା୪(ଶରତ କୁମାର ଧଳ)ସୀମାନ୍ତ ଗ୍ରାମଗୁଡ଼ିକରେ ଓଡ଼ିଆ ଭାଷା ସୁରକ୍ଷିତ ରହିବା ନେଇ ସରକାରୀ ସ୍ତରରେ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ ଥିବାବେଳେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ମଙ୍ଗଳବାର କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ସୀମାନ୍ତ କୋଟିଆ ଅଞ୍ଚଳରେ ଜିଲା ଓ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଓଡ଼ିଶା ଦିବସ ପାଳନବେଳେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଜଣେ ବୃଦ୍ଧା ଆର୍ଜୁବାଲସା ଗ୍ରାମର ଖରା ଝିପାଇଙ୍କ ପାଖରେ ଥିବା ଓଡ଼ିଶାର ଆଧାର କାର୍ଡରେ ଅନେକ ତଥ୍ୟ ତେଲୁଗୁ ଭାଷାରେ ରହିଛି। ଆଧାର କାର୍ଡ ଯଦି ଓଡ଼ିଶାର ତା’ହେଲେ ଏଥିରେ ତେଲୁଗୁ ଭାଷା ରହିବା ନେଇ ପ୍ରଶ୍ନ ଉଠିଛି। ଖରାଙ୍କ ଆଧାର କାର୍ଡରେ ଉଲ୍ଲେଖ ଥିବା ଜନ୍ମ ତାରିଖ ସମ୍ପୂର୍ଣ୍ଣ ଭୁଲ୍‌ ରହିଛି। ତାଙ୍କ ବୟସ ପ୍ରାୟ ୭୦ ବର୍ଷ ହୋଇଥିବା ବେଳେ କାର୍ଡରେ ୪୫ ବର୍ଷ ଉଲ୍ଲେଖ ରହିଛି। ଏହିପରି ଭୁଲ୍‌ ତଥ୍ୟ ପାଇଁ ବର୍ତ୍ତମାନ ସୁଦ୍ଧା ଅନେକ ସୀମାନ୍ତବାସୀ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ରହୁଥିବାବେଳେ ପଡ଼ୋଶୀ ଆନ୍ଧ୍ର ଏହାର ସୁଯୋଗ ନେବାରେ ସଫଳ ହେଉଛି। ଏହିପରି ବ୍ୟତିକ୍ରମ ଯୋଗୁ ସୀମାନ୍ତ ଗ୍ରାମଗୁଡ଼ିକରେ ଓଡ଼ିଆ ଭାଷାର ସୁରକ୍ଷା ନେଇ ବାଧା ରହିଥିବା ଉକ୍ତ ବୃଦ୍ଧାଙ୍କ ଆଧାର କାର୍ଡରୁ ସ୍ପଷ୍ଟ ହେଉଛି। କାର୍ଯ୍ୟକ୍ରମକୁ କାହିଁକି ଆଧାର କାର୍ଡ ନେଇଆସିଛ ବୋଲି ଖରାଙ୍କୁ ପ୍ରଶ୍ନ କରିବାରୁ, ସେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ରହିଥିବା କହିଛନ୍ତି। ତେଣୁ ତାଙ୍କୁ ଆଧାର କାର୍ଡ ନେଇ ଆସିବାକୁ କୁହାଯାଇଥିବାରୁ ସେ ଆସିଥିବା କହିଛନ୍ତି।

ଏ ସମ୍ପର୍କରେ ପଟ୍ଟାଙ୍ଗି ବ୍ଲକ୍‌ ଅଧୀନରେ ଥିବା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ବିଭାଗର ବିଏସ୍‌ଏସ୍‌ଓ ସୁଧୀର ସାହୁଙ୍କୁ ପଚାରିବାରୁ ବୃଦ୍ଧାଙ୍କ ଆଧାର କାର୍ଡ ଅନ୍‌ଲାଇନ୍‌ରେ ଦେଖାଉନାହିଁ। କିନ୍ତୁ ଉକ୍ତ ପଞ୍ଚାୟତର ଅନେକ ସୀମାନ୍ତ ଗ୍ରାମବାସୀ ଦୁଇ ରାଜ୍ୟରୁ ଲାଭ ଉଠାଇବା ପାଇଁ ଆଧାର କାର୍ଡରେ ଏଡିଟିଂ କରି ନିଜ ପାଇଁ ବିପଦ ଆଣିବା ସହ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି। ଏ ନେଇ ସ୍ଥାନୀୟ ବିଡିଓ ରାମକୃଷ୍ଣା ନାୟକଙ୍କୁ ପଚାରିବାରୁ ଏହିପରି ବ୍ୟତିକ୍ରମ ତାଙ୍କ ଦୃଷ୍ଟିକୁ ଆସିଥିବା କହିଛନ୍ତି। ଏନେଇ ସେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଧାର କାର୍ଡରେ ଥିବା ତ୍ରୁଟିକୁ ସ୍ବତନ୍ତ୍ର ଭାବେ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ନେଇ ସମାଧାନ କରିବାକୁ ଆଲୋଚନା ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri