ଭୂକମ୍ପ ପରେ ଧ୍ୱଂସର ଚିତ୍ର: ରେସ୍କ୍ୟୁ, ରିଲିଫ୍‌ ବଡ଼ ଚ୍ୟାଲେଞ୍ଜ

ନାପିଦାଉ/ବ୍ୟାଙ୍କକ୍‌/ ନୂଆଦିଲ୍ଲୀ,୨୯ା୩:ମ୍ୟାନ୍‌ମାରରେ ଶୁକ୍ରବାର ୭.୭ ତୀବ୍ରତା ବିଶିଷ୍ଟ ଭୂକମ୍ପ ହୋଇଛି, ଯାହାର ପ୍ରଭାବ ଦେଶ ଭିତରେ ସୀମିତ ନ ରହି ଦକ୍ଷିଣପୂର୍ବ ଏସିଆକୁ ଥରାଇ ଦେଇଛି। କେବଳ ମ୍ୟାନ୍‌ମାରରେ ୧୪୪ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ଅନ୍ୟ ୭୩୨ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୧,୦୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଆହତମାନଙ୍କୁ ଭେଟିବା ପରେ ସାମରିକ ସରକାର ମୁଖ୍ୟ ମିନ୍‌ ଅଉଙ୍ଗ୍‌ ହଲାଇଙ୍ଗ୍‌ ମୃତ୍ୟସଂଖ୍ୟା ବଢ଼ିବା ନେଇ ଏକ ଟେଲିଭିଜନ୍‌ ବାର୍ତ୍ତାରେ ଆଶଙ୍କା ପ୍ରକାଶ କରିଛନ୍ତି।
ନଭେମ୍ବରରେ ମ୍ୟାନ୍‌ମାରର ଅଙ୍ଗ୍‌ ସାନ୍‌ ସ୍ୟୁଚୀଙ୍କ ନିର୍ବାଚିତ ସରକାରକୁ ଗାଦିଚ୍ୟୁତ କରି ସେନା କ୍ଷମତା ଦଖଲ କରିଥିଲା। ସେବେଠୁ ଦେଶରେ ଗୃହଯୁଦ୍ଧ ସ୍ଥିତି ଲାଗିରହିଛି। ମ୍ୟାନ୍‌ମାରର ଆର୍ଥିକ ସ୍ଥିତି ଠିକ୍‌ ନ ଥିବାବେଳେ ଭୂକମ୍ପ ଏହାକୁ ଆହୁରି ସଙ୍ଗିନ କରିଦେଇଛି। ଭୂମିକମ୍ପରେ ଦେଶର ଅନେକ ବଡ଼ ବଡ଼ କୋଠା, ବ୍ରିଜ୍‌, ରାସ୍ତା ଭାଙ୍ଗିଯାଇଛି। ଫଳରେ ପୂର୍ବରୁ ଲାଗିରହିଥିବା ମାନବୀୟ ସଙ୍କଟ ଆହୁରି ବଢ଼ିଯାଇଛି। ମ୍ୟାନ୍‌ମାର ସରକାର କହିଛନ୍ତି, ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳରେ ରକ୍ତର ଅଭାବ ଦେଖାଦେଇଛି। ତେଣୁ ସୁସ୍ଥ ଲୋକେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଭୂକମ୍ପ ଯୋଗୁ ଅନେକ କୋଠା ଧସିଯାଇଛି। ରାସ୍ତାଗୁଡ଼ିକ ଫାଟି ଅଁା କରିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। କେତେକ ସ୍ଥାନରେ ମେଟ୍ରୋ ଓ ରେଳ ସେବାକୁ ବାତିଲ କରାଯାଇଛି। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟର୍ନ ସିନାଓ୍ବାତ୍ରା ଜରୁରୀ ବୈଠକ ଡାକିବା ପରେ ବ୍ୟାଙ୍କକ୍‌ରେ ଏମର୍ଜେନ୍ସି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଡ଼ିଆଳରେ ବୃଦ୍ଧି ପାଉଛି ଚୋରି: କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ଖଡ଼ିଆଳ,୧୨।୧୨(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି...

AIIMS ଭୁବନେଶ୍ୱରର ସଫଳତା: ୨୦ ବର୍ଷ ପରେ ସିଧା ହେଲେ ଯୁବକ

ଭୁବନେଶ୍ୱର,୧୨।୧୨: ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ପ୍ରାୟ ଦୁଇ ଦଶନ୍ଧି ଧରି ପୀଡ଼ିତ ଥିବା କେନ୍ଦ୍ରାପଡ଼ାର ଜଣେ ୩୭ ବର୍ଷୀୟ ଯୁବକଙ୍କ ଜୀବନରେ AIIMS ଭୁବନେଶ୍ୱର ଅର୍ଥୋପେଡିକ୍...

ପ୍ରେମ ପଡିଲା ମହଙ୍ଗା, ବିବାହ ପାଇଁ ଘରକୁ ଡାକି ଜୀବନରୁ ମାରିଦେଲେ ପ୍ରେମିକାର ପରିବାର ଲୋକେ

ନୂଆଦିଲ୍ଲୀ,୧୧।୧୨: ତେଲେଙ୍ଗାନାର ସିଙ୍ଗାରେଡି ଜିଲ୍ଲାରୁ ଏକ ହୃହୟବିଦାରକ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏକ ଇଞ୍ଜିନିୟର ଛାତ୍ରକୁ ଘରକୁ ଡାକି ପ୍ରେମିକାର ବାପା ମା...

ମା’ବାପା ଦୋକାନକୁ ଯାଇଥିବାବେଳେ ଘରେ ପଶି ନାବାଳିକାଙ୍କୁ ବଳାତ୍କାର କଲେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି

ଭୁବନେଶ୍ୱର,୧୧।୧୨(ତ୍ରିନାଥ ମହାନ୍ତି): ରାଜଧାନୀରେ ଲଜ୍ଜ୍ୟା। ଜଣେ ୧୧ବର୍ଷୀୟା ନାବାଳିକାଙ୍କୁ ଜଣେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାର...

ଥାନା ଘେରିଲେ ଗ୍ରାମବାସୀ, ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଅମରପାଲି,୧୨।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଡମାଳ ଗ୍ରାମବାସୀ ଥାନା ଘେରିଛନ୍ତି। ଗ୍ରାମର କେତେଜଣ ବ୍ୟକ୍ତିଙ୍କ ନାମରେ ପଡୋଶୀ ଗ୍ରାମର ଜଣେ ବ୍ୟକ୍ତି...

ଥାନାରେ କୀଟନାଶକ ଔଷଧ ଖାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ବାମୀଙ୍କ ଅନ୍ୟତ୍ର ବିବାହ ପ୍ରସ୍ତୁତି ଖବର ପାଇ..

ଦେବଗଡ, ୧୨।୧୨ (ଶଶାଙ୍କ ଶେଖର ଝାଙ୍କର): ଅଭିଯୋଗ କରିବାକୁ ଆସିଥିବା ମହିଳା ଦେବଗଡ ଥାନା ଭିତରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ...

ଶୀତରେ ଥରୁଛି ଦାରିଙ୍ଗବାଡି: ଦ୍ୱିତୀୟ ଦିନରେ ମଧ୍ୟ ତୁଷାରପାତ, ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଯନ୍ତ୍ରଣା ଦେଉଛି ଶୀତ । ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ...

ସକାଳୁ ସକାଳୁ ଭୂକମ୍ପ ଝଟକା, ଆକାଶରେ ଦେଖାଗଲା ରହସ୍ୟମୟ ଆଲୋକ

ନୂଆଦିଲ୍ଲୀ,୧୨।୧୨: ସକାଳୁ ସକାଳୁ ପୁଣି ଥରିଲ ଜାପାନ । ଜାପାନ ଏବଂ ଫିଜି ଏକକାଳୀନ ଭୂମିକମ୍ପରେ ଥରି ଉଠିଛି । ତିନି ଦିନ ପୂର୍ବେ ଜାପାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri