ହଜି ଯାଉଥିବା ପାରମ୍ପରିକ ଖାଦ୍ୟ, ବାଦ୍ୟଯନ୍ତ୍ରର ପୁନରୁଦ୍ଧାର ପାଇଁ ପ୍ରୟାସ

ଦାରିଙ୍ଗବାଡ଼ି,୨୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ଜନଜାତି ସମ୍ମିଳନୀ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଦୀପ ମଲିକ ମଞ୍ଚ ପରିଚାଳନା କରିଥିବାବେଳେ ବସନ୍ତ ମହାନ୍ତି, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କୁଇ କବି ବକଲା ପ୍ରଧାନ, ତାଲିମଦାତା ସୁଶାନ୍ତ ଦଳେଇ, ଗମା ପ୍ରଧାନ, ସରସ୍ବତୀ ପ୍ରଧାନ, ପୂର୍ବତନ ସରପଞ୍ଚ ସୁଜାତା ପଡ୍ରା ପ୍ରମୁଖ ମଞ୍ଚାସୀନ ଥିଲେ। ଏହାର ଉଦ୍‌ଘାଟନୀ ବେଳେ ଦୀପ ପ୍ରଜ୍ଜ୍ୱଳନ ବଦଳରେ ପାରମ୍ପରିକ ବାଦ୍ୟ ବଜାଇ ଉଦ୍‌ଘାଟନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ମଞ୍ଚାସୀନ ଅତିଥିମାନେ କୁଇ ଭାଷା ଓ ଜନଜାତିଙ୍କ ହଜିଯାଉଥିବା ପାରମ୍ପରିକ ପୂଜା, ପାର୍ବଣ, ପାରମ୍ପରିକ ଖାଦ୍ୟ ଓ ବାଦ୍ୟ ଯନ୍ତ୍ର, ସେମାନଙ୍କ ଚଳଣି ଧିରେ ଧିରେ ହଜିଯାଉଛି। ଏହାର କାରଣ ଓ ନିରାକାରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷକରି ଯୁବପିଢ଼ି ଆଉ ଜନଜାତିଙ୍କ କୁଇ ଭାଷାରେ ବାର୍ତ୍ତାଳାପ କରୁ ନ ଥିବା ବେଳେ ଅନେକ ପରିବର୍ତ୍ତନ ଦ୍ୱାରା ଧିରେ ଧିରେ ଜନଜାତି ଏକ ପ୍ରକାର ହଜିଯାଉଥିବା କୁହାଯାଉଥିଲା। ସେହିପରି ଜନଜାତିଙ୍କ ପୋଷାକ ପରିଧାନରେ ପରିବର୍ତ୍ତନ ହେବାରେ ଲାଗିଛି। ପାରମ୍ପରିକ ଖାଦ୍ୟ ଖାଇବା ଛାଡ଼ି ଏବେ ବଜାରରେ ମିଳିଥିବା ଫାଷ୍ଟଫୁଡ୍‌ ଆଦି ଖାଇବା ଦେଖିବାକୁ ମିଳୁଛି। କ୍ଷୁଦ୍ରଦାନା ଶସ୍ୟ ତଥା ମାଣ୍ଡିଆ କୁଏରୀ, ଜହ୍ନା ଆଦି ଖାଇବାକୁ ଯୁବପିଢ଼ି ପସନ୍ଦ କରୁ ନ ଥିବା ଆଦି ଆଲୋଚନା ସହ ପାରମ୍ପରିକ ଚାଷ ଓ ଅମଳ ହେଉଥିବା ଖାଦ୍ୟକୁ ଖାଇବାକୁ ସଚେତନ କରାଯାଇଥିଲା। ସେହିପରି ପେସା ଆଇନ ସମ୍ପର୍କରେ ଆଲୋଚନା ହେବା ସହ ଏହା ସରକାର ଲାଗୁ କରନ୍ତୁ ବୋଲି କୁହାଯାଇଥିଲା। କାର୍ଯ୍ୟକ୍ରମରେ ପାରମ୍ପରିକ ଖାଦ୍ୟ ପରିବେଷଣ କରାଯାଇଥିଲା ଓ ମଞ୍ଚରେ ଜନଜାତି ମହିଳାମାନେ ପାରମ୍ପରିକ ଖଞ୍ଜଣୀ ନୃତ୍ୟ ଆଦି ପରିବେଷଣ କରିଥିଲେ। ଢୋଲ ମହୁରୀ, ଡେକା, ଚାଙ୍ଗୁ, ଢୋଲ ରେ ମଞ୍ଚ ଦୁଲୁକିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri