ସେବାରେ ନିଜର ସ୍ବତନ୍ତ୍ରତା ପ୍ରତିଫଳିତହେବା ଦରକାର

ଦେଶିଆ ଇକୋ ରିସୋର୍ଟର ଫାଉଣ୍ଡର ତଥା ସଫଳ ଉଦ୍ୟୋଗୀ ହେଉଛନ୍ତି ଯୁଗବ୍ରତ କର। ପୁରୀରେ ତାଙ୍କର ଜନ୍ମ, ସେଇଠି ସେ ଛୋଟରୁ ବଡ଼ ହୋଇଛନ୍ତି। ପୁରୀ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ କାହାଣୀ ଜାଣିବାକୁ ତାଙ୍କୁ ଭଲ ଲାଗେ। ସେମାନେ ଯେପରି ବୁଲିବାକୁ ଆସୁଛନ୍ତି ସେ ମଧ୍ୟ ପୂରା ବିଶ୍ୱ ଭ୍ରମଣ କରିବାକୁ ଚାହୁଁଥିଲେ। ଅନ୍ୟ ମଧ୍ୟବିତ୍ତ ପରିବାର ଭଳି ତାଙ୍କ ଘରେ ମଧ୍ୟ ତାଙ୍କୁ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରୋତ୍ସାହିତ କରୁଥିଲେ। କିନ୍ତୁ ସେ ଦେଶିଆ ଇକୋ ରିସୋର୍ଟ ମାଧ୍ୟମରେ ନିଜର ସ୍ବପ୍ନ ସାକାର କରିପାରିଛନ୍ତି। ପରିବେଶ ଅନୁକୂଳ ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦେଉଥିବା ଯୁଗବ୍ରତଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…

ପ୍ର- ପର୍ଯ୍ୟଟନ କ୍ଷେତ୍ରରେ ଭବିଷ୍ୟତ ଗଢ଼ିବା କଥା କିପରି ଚିନ୍ତାକଲେ?
ଉ- ମୁଁ ମେକାନିକାଲ ଇଞ୍ଜିନିୟରିଂରେ ପାଠପଢ଼ା ସାରିବା ପରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀ(ଏମ୍‌ଏନ୍‌ସି)ରେ ଯୋଗଦେଇଥିଲି। ଏଗ୍ରିକଲ୍‌ଚରାଲ ପମ୍ପ୍‌ ସେଲ୍‌ ପାଇଁ ମୋତେ ଗ୍ରାମୀଣ ଓଡ଼ିଶାକୁ ଯାତ୍ରା କରିବାକୁ ପଡ଼ୁଥିଲା। ମାତ୍ର ପରିଭ୍ରମଣ ଓ ନୂଆ ନୂଆ ପରମ୍ପରା ବିଷୟରେ ଜାଣିବାର ମୋର ଯେଉଁ ଆଗ୍ରହ ଥିଲା, ତାହା ମୋତେ ଚାକିରି ଛାଡ଼ିବାକୁ ବାଧ୍ୟ କରିଥିଲା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମୁଁ ଉଦ୍ୟୋଗୀ ଭାବେ ପାଦ ଦେଇଥିଲି। ଏହା ଭିତରେ ପ୍ରାୟ ୩୦ ବର୍ଷ ବିତିଗଲାଣି। ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ସହ ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ସଂସ୍କୃତି ଓ ଐତିହ୍ୟ ବିକାଶ ଦିଗରେ କାର୍ଯ୍ୟ କରୁଛି।

ପ୍ର- ଏହି କ୍ଷେତ୍ରରେ ସୋସିଆଲ ମିଡିଆର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ?
ଉ- ଓଡ଼ିଶା ଇକୋ ଟୁରିଜମ୍‌ର ପ୍ରଚାରପ୍ରସାର କ୍ଷେତ୍ରରେ ସୋସିଆଲ ମିଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶାର ବିସ୍ତୃତ ସମୁଦ୍ର ତଟ, ଘଞ୍ଚ ଅରଣ୍ୟ, ବିବିଧ ବନ୍ୟପ୍ରାଣୀ ପର୍ଯ୍ୟଟକମାନଙ୍କୁ ବିଶେଷକରି ଯୁବପିଢ଼ିଙ୍କୁ ଖୁବ୍‌ ଆକୃଷ୍ଟ କରୁଛି। ଇନ୍‌ଷ୍ଟା, ଫେସ୍‌ବୁକ୍‌, ୟୁଟ୍ୟୁବ୍‌ ଆଦି ମାଧ୍ୟମରେ ଜାତୀୟ ଉଦ୍ୟାନ ଭିତରକନିକାଠାରୁ ଆରମ୍ଭ କରି ଶିମିଳିପାଳ, କୋରାପୁଟ ଉପତ୍ୟକା ଆଦି ସ୍ଥାନ ଲୋକପ୍ରିୟତା ସାଉଁଟୁଛି। ଭିଜୁଆଲ ଷ୍ଟୋରି ଟେଲିଂ ତଥା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରମାନେ ରାଜ୍ୟର ସ୍ବତନ୍ତ୍ର ଐତିହ୍ୟ ପରମ୍ପରାର ପ୍ରଚାରପ୍ରସାରରେ ସହାୟକ ହେଉଛନ୍ତି। ବାର୍ଡ ଓ୍ବାଚିଂ, ଟ୍ରେକିଂ ଓ ଭିଲେଜ୍‌ ଟୁର୍‌ର ଚାହିଦା ବଢ଼ୁଛି।

ପ୍ର- ଆପଣଙ୍କ ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ଗ୍ରାହକଙ୍କ ଚାହିଦା ଭିନ୍ନ ଭିନ୍ନ ରହିଥାଏ। ଆପଣ ଏହାର କେମିତି ସମାଧାନ କରନ୍ତି?
ଉ- ଯେଉଁ ଅତିଥିମାନେ ଆମ ସହ ପରିଭ୍ରମଣ କରିଥା’ନ୍ତି ସେମାନେ ପ୍ରଥମରୁ ଆମେ ପ୍ରଦାନ କରୁଥିବା ସେବା ଓ ସୁବିଧା ସମ୍ପର୍କରେ ଅବଗତ ଥା’ନ୍ତି। ତେଣୁ ଅତିଥିମାନେ ସେହି ଅନୁରୂପ ସେବା ଆଶା ରଖନ୍ତି। ଆମେ ମଧ୍ୟ ଆମ ସେବାରେ ଅବହେଳା କରୁନା। ତେଣୁ କୌଣସି ଅସୁବିଧା ହୁଏ ନାହିଁ।

ପ୍ର- ଆପଣଙ୍କ ଏ ପର୍ଯ୍ୟନ୍ତର ଯାତ୍ରା କିପରି ରହିଛି? ଆଗକୁ କ’ଣ ଯୋଜନା ରହିଛି?
ଉ- ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାର ପ୍ରୟାସକୁ ଆମ ଟିମ୍‌, ପାର୍ଟନର ଏବଂ ସ୍ଥାନୀୟ ବାସିନ୍ଦା ସଫଳ କରିଛନ୍ତିି। ପର୍ଯ୍ୟଟନ ଶିଳ୍ପରେ ପରିବେଶ ଅନୁକୂଳ କାର୍ଯ୍ୟକଳାପକୁ ଗୁରୁତ୍ୱ ଦେଉଛୁ। ନୀଳାଦ୍ରି ବିଚ୍‌, ସାତପଡ଼ା ଟୁରିଷ୍ଟ ଜେଟିସ୍‌କୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ପାଇଁ ଆମର ଓଡ଼ିଶା ଇକୋଟୁରିଜମ୍‌ ଫାଉଣ୍ଡେଶନ୍‌ କାର୍ଯ୍ୟ କରୁଥିବାବେଳେ ଆଗକୁ ଅନ୍ୟାନ୍ୟ ସ୍ଥାନରେ ଏହି ପଦକ୍ଷେପ ଗ୍ରହଣ କରାଯିବ। ଦେଶିଆ ଡ଼ୁଡ଼ୁମା, ଦେଶିଆ ଦେଓମାଳି, ଦେଶିଆ ଚିଲିକା ନେଷ୍ଟ ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଇକୋ ଲଜ୍‌ ପାଇଁ ଯୋଜନା କରାଯାଉଛି। ସୋସିଆଲ ମିଡିଆରେ ପ୍ରଚାରପ୍ରସାର ସହ କର୍ମଚାରୀଙ୍କୁ ଅଧିକ ତାଲିମ ଦିଆଯିବ।

ପ୍ର- ପର୍ଯ୍ୟଟନ କ୍ଷେତ୍ରରେ ସଫଳ ଉଦ୍ୟୋଗୀ ହେବାର କ’ଣ ସୂତ୍ର ରହିଛି?
ଉ- ପର୍ଯ୍ୟଟନ ଓ ସ୍ଥାନୀୟ ସମ୍ପ୍ରଦାୟର ବିକାଶ ଉଦ୍ଦେଶ୍ୟରେ ନିଷ୍ଠାର ସହ ଏହି କ୍ଷେତ୍ରରେ ପ୍ରବେଶକଲେ ସଫଳତା ମିଳିବ। ଅତିଥିଙ୍କୁ ପ୍ରଦାନ କରାଯାଉଥିବା ସେବାରେ ଆପଣଙ୍କ ସ୍ବତନ୍ତ୍ରତା ପ୍ରତିଫଳିତ ହେବା ଦରକାର। ସେହିପରି ପରିବେଶ ଅନୁକୂଳ କାର୍ଯ୍ୟକଳାପ ଓ ସାମାଜିକ ଦାୟିତ୍ୱବୋଧ ଦୀର୍ଘକାଳୀନ ସଫଳତାର ସୂତ୍ର। ଏହିସବୁ ସୂତ୍ରକୁ ପାଥେୟ କରି ପର୍ଯ୍ୟଟନ ଶିଳ୍ପରେ ଭବିଷ୍ୟତ ଗଢ଼ିହେବ।

-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ମୋଦିଙ୍କୁ ଏମ୍‌ପି ପଚାରିଲେ ଏମିତି କଥା: ହସି ହସି ପ୍ରଧାନମନ୍ତ୍ରୀ ଖୋଲିଦେଲେ…

ନୂଆଦିଲ୍ଲୀ,୧୯।୧୨: ସଂସଦର ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିବା ପରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନରେ ଥିବା ତାଙ୍କ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ଓମାନରେ ମୋଦିଙ୍କୁ ଭବ୍ୟ ସ୍ବାଗତରେ ଥରି ଉଠିଲା ମୁସଲମାନ ଦେଶ, ପାକିସ୍ତାନୀ ବିଶେଷଜ୍ଞ କହିଲେ…

ମସ୍କାଟ୍‌/ନୂଆଦିଲ୍ଲୀ,୧୯ା୧୨: ଜୋର୍ଡାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମାନରେ ମିଳିଥିବା ଭବ୍ୟ ସ୍ବାଗତରେ ପାକିସ୍ତାନ ରାଗରେ ଖପ୍ପା ହୋଇଉଠିଛି। ମୁସଲମାନ ଦେଶଗୁଡ଼ିକରେ ତାଙ୍କୁ ମିଳିଥିବା ସ୍ବାଗତ...

ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ! ସରକାରଙ୍କୁ ଏପରି ଦାବି କଲେ ଶିକ୍ଷକ

ଭୁବନେଶ୍ୱର,୧୯ା୧୨: ୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri