ଗୁରୁତର ବନପାଳ ଭୁବନେଶ୍ୱର ସ୍ଥାନାନ୍ତର

ଭଞ୍ଜନଗର, ୮ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଲାଗିଥିବା ଜଙ୍ଗଲ ନିଆଁ ଲିଭାଇବା ସମୟରେ ଶୁକ୍ରବାର ଆହତ ହୋଇଥିବା ବନପାଳ କଳାବଦନ ଦାସଙ୍କୁ ଶନିବାର ବ୍ରହ୍ମପୁରରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଶୁକ୍ରବାର ରାତିରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ବ୍ରାହ୍ମଣ ସାହି ଜଙ୍ଗଲରେ ନିଆଁ ଲିଭାଉ ଥିବା ବେଳେ ଏକ ଭାଲୁ ଜୀବନ ରକ୍ଷା ପାଇଁ ଜଙ୍ଗଲରୁ ବାହାରି ଆସି କଳା ବଦନଙ୍କୁ ଆକ୍ରମଣ କରିଥିଲା। ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ଅପରପକ୍ଷେ ଏହି ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ବିଗତ ୩ ଦିନ ମଧ୍ୟରେ ୧୦ ରୁ ଉଦ୍ଧର୍‌ବ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ହଠାତ ଶୁକ୍ରବାର ଆଉ ୨୨ ଟି ନୂଆଁ ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି। ସେଥିମଧ୍ୟରୁ ମୁଜାଗଡ ରେଞ୍ଜ ରମ୍ଭାବାଲି, ବିଞ୍ଜିଗିରି, ମୁଜାଗଡ଼, ଦୁର୍ଗାପ୍ରସାଦ, ବିରିପଦର ଜଙ୍ଗଲ ସମେତ ୮ ଟି ସ୍ଥାନରେ ନିଆଁ ଲାଗିଛି। ତାରସିଂ ରେଞ୍ଜର ବ୍ରାହ୍ମଣସାହି, ଗାୟଗଣ୍ଡା ସମେତ ୪ ଟି ଜଙ୍ଗଲ ଜଳୁଛି। ଗାଲେରୀ ରେଞ୍ଜର ୪ ଟି ଜଙ୍ଗଲ, ଜଗନ୍ନାଥପ୍ରସାଦ ରେଞ୍ଜର ୨ ଟି ଏବଂ କେନ୍ଦ୍ରୀୟ ବନାଞ୍ଚଳ ର ଲାଠିପଡ଼ା ସମେତ ୪ ଟି ଜଙ୍ଗଲରେ ନିଆଁ ଲାଗିଥିବା ସାଟେଲାଇଟ ତଥ୍ୟରୁ ଜଣାପଡିଛି। ନିଆଁକୁ ଦମନ କରିବା ପାଇଁ ଡିଏଫ୍‌ଓ, ଏସିଏଫ୍‌, ରେଞ୍ଜର ମାନେ ବିଭାଗୀୟ କର୍ମଚାରୀ ଏବଂ ଭିଏସ୍‌ଏସ୍‌ କର୍ମକର୍ତ୍ତାଙ୍କୁ ଧରି ନିଆଁକୁ ଦମନ ପାଇଁ ଚେଷ୍ଟା ଚଳାଇଛନ୍ତି। ୨୨ ସ୍ଥାନ ମଧ୍ୟରୁ ୨୦ ସ୍ଥାନରେ ବିଭାଗୀୟ କର୍ମଚାରୀ ଆଜି ପହଞ୍ଚି ନିଆଁ କୁ ଦମନ ପାଇଁ ଚେଷ୍ଟା ଚଳାଇଛନ୍ତି । ଆଉ ଦୁଇଟି ସ୍ଥାନରେ ଖବର ଲେଖା ହେବା ସୁଧା କର୍ମଚାରୀ ମାନେ ପହଞ୍ଚି ପାରିନଥିବା ଜଣାପଡ଼ିଛି। ସା ସୁଦ୍ଧା ମୁଜାଗଡ ରେଞ୍ଜ ପକ୍ଷରୁ ୩ ଟି ସ୍ଥାନରେ ନିଆଁ କୁ ଲିଭାଯାଇଛି। ବଳକା ନିଆଁ କୁ ଦମନ ପାଇଁ ଚେଷ୍ଟା ଚାଲିଛି। ଗୋଟିଏ ଦିନରେ ହଠାତ ଏତେ ଅଧିକ ସ୍ଥାନରେ ନିଆଁ ଲାଗିବା କୁ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି।

ଅନ୍ୟପଟେ ଆଜି ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ ବୁଧବାର ସୁଦ୍ଧା ତାହା ୩୮ ଡିଗ୍ରୀରେ ପହଞ୍ଚିବା ସମ୍ଭାବନା ରହିଛି। ଗୋଟିଏ ପଟେ ଜଙ୍ଗଲ ପୋଡ଼ି ଅନ୍ୟପଟେ ତାପମାତ୍ରା ବୃଦ୍ଧି ଯୋଗୁ ଆଗାମୀ ଦିନରେ ଲୋକେ ଧୂଆଁ ଏବଂ ଗରମ ପାଇଁ ଅସୁବିଧାର ସମ୍ମୁଖିନ ହେବେ। ତେଣୁ ଜଙ୍ଗଲ ନିଆଁ ଯେଭଳି ନ ଲାଗିବ ସେଥିପାଇଁ ବିଭାଗ ପକ୍ଷରୁ ଆହୁରି ଅନେକ କିଛି ନୂଆଁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ବର୍ତ୍ତମାନ କର୍ମଚାରୀ ଏବଂ ବନ ସୁରକ୍ଷା ସମିତି କର୍ମକର୍ତ୍ତା ମିଳିତ ଭାବେ ନିଆଁ କୁ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚଳାଇଛନ୍ତି। ଜଙ୍ଗଲ ନିଆଁକୁ ରୋକିବା ପାଇଁ ବିଭାଗ ପକ୍ଷରୁ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ତଥାପି କିଛି ଅସାମାଜିକ ଲୋକ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଖରାବେଳେ ପବନ ବହୁଥିବା ଯୋଗୁଁ ନିଆଁକୁ ନିୟନ୍ତ୍ରଣ କରିବା ସମୟରେ ବନ ବିଭାଗ କର୍ମଚାରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଯୋଗ୍ୟ, ଜଙ୍ଗଲରେ ନିଆଁ ଲାଗିଲେ ଜଙ୍ଗଲର ପ୍ରଥମ ଦୁଇସ୍ତର ଜଙ୍ଗଲ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥାଏ। ନୂଆଁ କରି ଉଠୁଥିବା ଗଛକୁ ପ୍ରଥମ ସ୍ତର ଜଙ୍ଗଲ କୁହା ଯାଇଥାଏ। ଟିକେ ବଡ ଗଛ କୁ ଦୁତୀୟ ସ୍ତର ଜଙ୍ଗଲ କୁହାଯାଇଥାଏ। ବଡ ବଡ ଗଛକୁ ତୃତୀୟ ସ୍ତର କୁହା ଯାଇଥାଏ। ଉକ୍ତ ଗଛ ଗୁଡ଼ିକ ଜଙ୍ଗଲ ପୋଡିରେ ସମ୍ପୂର୍ଣ୍ଟ କ୍ଷତିଗ୍ରସ୍ତ ହୋଇନଥାନ୍ତି। ଜଙ୍ଗଲ ପୋଡି ଯୋଗୁଁ ବିଶେଷ କରି ପ୍ରଥମ ଓ ଦୂତୀୟ ସ୍ତର ଜଙ୍ଗଲ କ୍ଷତିଗ୍ରସ୍ତ ହୋଇଥାଏ। ବାରମ୍ବାର ଉକ୍ତ ଜଙ୍ଗଲ ଯଦି ପୋଡ଼ିଥାଏ ତେବେ ସେଠୀ ନୂଆଁ ଜଙ୍ଗଲ ସୃଷ୍ଟି ହେବା ସମ୍ଭାବନା ବହୁତ କମ। ଏହିଭଳି କେତେକ ଜଙ୍ଗଲରେ କେବଳ ତୃତୀୟ ସ୍ତର ଗଛ ହିଁ ଅଛି। ଜଙ୍ଗଲ ପୋଡି ଯୋଗୁଁ ବାୟୁ ପ୍ରଦ୍ୟୁଷଣ ସାଙ୍ଗକୁ ଅନ୍ୟାନ୍ୟ କ୍ଷତି ମଧ୍ୟ ହୋଇଥାଏ। ଏଥିସହ ବନ୍ୟପ୍ରାଣୀ ମଧ୍ୟ ବିପଦରେ ପଡିଥାନ୍ତି। ଅପରପକ୍ଷେ ଆଜି ଗୋଟିଏ ଦିନରେ ରାଜ୍ୟରେ ୧୧ ଶହରୁ ଊଦ୍ଧର୍‌ବ ସ୍ଥାନରେ ନିଆଁ ଲାଗିଥିବା ଏକ ସୂତ୍ରରୁ ଜଣାପଡିଛି। ଏନେଇ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ ଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ଜଙ୍ଗଲ ନିଆଁ କୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇଛି। ଆମ ରେଞ୍ଜ ରେ ଲାଗିଥିବା ନିଆଁ କୁ ପ୍ରାୟ ନିୟନ୍ତ୍ରଣ କରାଯାଇଛି । ଜଙ୍ଗଲରେ କେଉଁ ମାନେ ନିଆଁ ଲଗାଉଛନ୍ତି ସେନେଇ ତଦନ୍ତ ଚାଲିଛି। ଦୋଷୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଞ୍ଜର ସାହୁ ଏଠାରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri