୫ ଶହ ୪୦ କୋଟି ଟଙ୍କା ନିବେଶ କରିବେ ୨୯ ପୁଞ୍ଜିନିବେଶକାରୀ, ସୃଷ୍ଟି ହେବ ୪ ହଜାର ନିଯୁକ୍ତି ସୁଯୋଗ

ଦାରିଙ୍ଗବାଡ଼ି,୨୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟରେ ଚାଲିଥିବା ଦୁଇ ଦିନିଆ ଇନ୍‌ଭେଷ୍ଟ କନ୍ଧମାଳ-୨୦୨୫ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ଦୁଇ ଦିନ ସମ୍ମିଳନୀରେ ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ପୁଞ୍ଜି ନିବେଶକାରୀ ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ୨୯ ଜଣ ପୁଞ୍ଜି ନିବେଶକାରୀ ୫ ଶହ ୪୦ କୋଟି ନିବେଶ କରିବେ ବୋଲି ଜିଲା ପ୍ରଶାସନ ନିକଟରେ ପ୍ରସ୍ତାବ ରଖିଛନ୍ତି। ଯାହାକି ଅଞ୍ଚଳର ବିକାଶ ସହ ଏଥିରେ ପ୍ରାୟ ୪ ହଜାର ନିଯୁକ୍ତି ସୃଷ୍ଟି କରିପାରିବ ବୋଲି ଜିଲାପାଳ ଅମ୍ରିତ ଋତୁରାଜ ଆଶା ପ୍ରକଟ କରିଛନ୍ତି। ଜିଲାପାଳ କହିଛନ୍ତି, ନିବେଶକାରୀମାନଙ୍କ ସହ ଆଲୋଚନା ସରିଛି, ପ୍ରଶାସନ ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବ ବିଶେଷ କରି ନିବେଶକାରୀମାନେ ୨ ଦିନ ଧରି ଦାରିଙ୍ଗବାଡ଼ି ସମେତ ଅନ୍ୟ ବ୍ଲକଗୁଡିକ ବୁଲି ପ୍ରଶାସନ ଦ୍ୱାରା ଯୋଗାଇଦେବାକୁ ରହିଥିବା ଜମିଗୁଡିକ ବୁଲି ଦେଖିଥିଲେ।

ନିବେଶକାରୀ ଯେଉଁ ଜମି ଆବଶ୍ୟକ ତାହା ପ୍ରଶାସନ ପକ୍ଷରୁ ଯୋଗାଇଦେବାକୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଜିଲାପାଳ କହିବା ସହ ସେମାନଙ୍କ ବ୍ୟବସାୟକୁ ସୁଚାରୁରୂପେ ପରିଚାଳନା ପାଇଁ ପ୍ରଶାସନ ବ୍ୟବସ୍ଥା କରିବ ବୋଲି କହିଥିଲେ। ସେ ଆହୁରି କହିଥିଲେ ଯେ, କନ୍ଧମାଳରେ ଯେଉଁ ରୋଜଗାରର ସୁଯୋଗ ରହିଛି ତାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲାପ୍ରଶାସନ ଏହି କର୍ମଶାଳାର ଆୟୋଜନ କରିଥିଲା। ଏହା ଦ୍ୱାରା ଉଦ୍ୟୋଗୀ ତଥା ପୁଞ୍ଜି ନିବେଶକାରୀ କନ୍ଧମାଳକୁ ଆସିବେ ଓ ଏହାର ବିକାଶ ଧାରାରେ ସାମିଲ ହେବେ ବୋଲି ସେ କହିଥିଲେ। ଏଗ୍ରୋ ଟୁରିଜିମ୍‌, ଖାଦ୍ୟ ପ୍ରସ୍ତୁତିକରଣ, ପର୍ଯ୍ୟଟନ, ହସ୍ପିଟାଲିଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଅଧିକ ଆଗ୍ରହ ପ୍ରକାଶ ପାଇଛି। ଯାହାକି ପ୍ରଶାସନ ବିଦ୍ୟୁତ, ଜମି, ଜଳ ଆଦି ଯୋଗାଇଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଯେତିକି ନିବେଶକାରୀ କର୍ମଶାଳାରେ ଯୋଗଦାନ କରିଥିଲେ ଆଉ ଯେଉଁମାନେ କରିନାହାନ୍ତି ସେମାନେ ମଧ୍ୟ କନ୍ଧମାଳକୁ ଆସି ପୁଞ୍ଜି ନିବେଶ କରିବେ ଓ ଏଥିପାଇଁ ସେମାନେ ଜିଲାପ୍ରଶାସନ ସହ ଯୋଗାଯୋଗରେ ରହିଥିବା କହିଥିଲେ।

କନ୍ଧମାଳକୁ ଅଧିକ ପୁଞ୍ଜି ନିବେଶକାରୀଙ୍କୁ ଆଣିବା ପାଇଁ ଜିଲାପ୍ରଶାସନ ଓ ତାଙ୍କ ଟିମ୍‌ ପ୍ରୟାସ ଜାରିରଖିବ ବୋଲି ସେ କହିଛନ୍ତି। ଅଞ୍ଚଳର ଲୋକମାନେ ଯଦି ସେମାନଙ୍କ ନିଜସ୍ବ ଜମି ରହିଛି ସେମାନେ ମଧ୍ୟ ପିପିପି (ପ୍ରାଇଭେଟ ପବ୍ଲିକ ପାର୍ଟନରଶିପ୍‌)ମୋଡ଼ରେ ମଧ୍ୟ ପୁଞ୍ଜି ନିବେଶକାରୀମାନେ ନିବେଶ କରିପାରିବେ ବୋଲି ଏକ ପ୍ରଶ୍ନର ଉତ୍ତରରେ ଜିଲାପାଳ କହିଛନ୍ତି। ସେହିପରି ଅନ୍ୟ ଏକ ପ୍ରଶ୍ନ ପ୍ରଶାସନ ପୂର୍ବରୁ ଏକଲବ୍ୟ, ବସ୍‌ଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ବିକାଶରେ ଜମି ଯୋଗାଇବାରେ ଟାଳଟୁଳ ନୀତି ଅବଲମ୍ବନ କରିବ ନାହିଁ କି ନା ପୁଞ୍ଜି ନିବେଶକାରୀଙ୍କୁ ସୁବିଧାରେ ଜମି ଯୋଗାଇଦେବ ବୋଲି  କହିଛନ୍ତି। ଏକଲବ୍ୟ ପାଇଁ ଜମି ଅନୁମୋଦନ ହୋଇସାରିଛି ବୋଲି କହିଥିଲେ ଆଉ ପୁଞ୍ଜି ନିବେଶକାରୀଙ୍କୁ ଜମି ନିଶ୍ଚିତ ଯୋଗାଇଦିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri