ଆଠଗଡ,୨୭।୨(ସତ୍ୟପ୍ରକାଶ ରଥ): ଆଠଗଡ ବନଖଣ୍ଡରେ ଦନ୍ତାହାତୀର ମୃତ୍ୟୁ। ଆଠଗଡ ବନାଞ୍ଚନ ଅନ୍ତର୍ଗତ କୁଲାଇଲୋ ବିରି ବୋଲୁଅ ପଡିଆରେ ୩୩କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତାହାତୀର ମୃତ୍ୟୁ ହୋଇଛି। ହାତୀର ଅନୁମାନିକ ବୟସ ୩୫ ବର୍ଷ ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ଘଟଣା ସ୍ଥଳରେ ଆଠଗଡ ଡିଏଫଓ ଯଞ୍ଜଦତ୍ତ ପତି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


