Russia-Ukraine war: ସମ୍ପୂର୍ଣ୍ଣ ବନ୍ଦୀ ବିନିମୟ ପ୍ରସ୍ତାବ ଦେଲେ ଜେଲେନ୍‌ସ୍କି

କିଭ୍‌,୨୫।୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ସୋମବାର ୩ ବର୍ଷ ପୂରିଛି। ୨୦୨୨ ଫେବୃଆରୀ ୨୪ରେ ରୁଷିଆ ସେନା ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଏହି ଯୁଦ୍ଧରେ ଉଭୟ ଦେଶ ବ୍ୟାପକ କ୍ଷତି ସହିଲେଣି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶର ବିଦେଶ ନୀତିରେ ପରିବର୍ତ୍ତନ ଆଣି ୟୁକ୍ରେନ୍‌କୁ ସହାୟତା ବନ୍ଦ କରିବା ସହ ରୁଷିଆ ପକ୍ଷ ନେବା ପରେ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ଉଦ୍ୟମ କ୍ରମେ ମସ୍କୋ ଏବଂ କିଭ୍‌ ମଧ୍ୟରେ ସମସ୍ତ ଯୁଦ୍ଧବନ୍ଦୀମାନଙ୍କୁ ବିନିମୟ କରିବା ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କି ସୋମବାର ପ୍ରସ୍ତାବ ଦେଇଛନ୍ତି। ରୁଷିଆ ୟୁକ୍ରେନୀୟମାନଙ୍କୁ ମୁକ୍ତ କରିବା ଜରୁରୀ। ଏହା ବଦଳରେ ୟୁକ୍ରେନ୍‌ ସମସ୍ତ ରୁଷୀୟ ବନ୍ଦୀଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ବୋଲି ଜେଲେନ୍‌ସ୍କି ଯୁଦ୍ଧର ୩ ବର୍ଷ ପୂର୍ତ୍ତି ଅବସରରେ କିଭ୍‌ରେ ଏକ ସମିଟ୍‌କୁ ଉଦ୍‌ବୋଧନ ଦେଇ କହିଛନ୍ତି। ଗତବର୍ଷ ଅକ୍ଟୋବରରେ ୟୁଏଇ ମଧ୍ୟସ୍ଥତାରେ ୯୫ ଜଣ ବନ୍ଦୀ ବିନିମୟ ହୋଇଥିଲେ। ଏହା ପୂର୍ବରୁ ସେପ୍ଟେମ୍ବରରେ ୧୦୩ ଜଣ ବନ୍ଦୀଙ୍କୁ ଅଦଳବଦଳ କରାଯାଇଥିଲା। ୩ ବର୍ଷ ଧରି ୟୁକ୍ରେନ୍‌ର ପ୍ରତିରୋଧ ଏବଂ ସାହସକୁ ଜେଲେନ୍‌ସ୍କି ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ୟୁକ୍ରେନ୍‌କୁ ନାଟୋ ସଦସ୍ୟତା ମିଳିଲେ ଜେଲେନ୍‌ସ୍କି ରାଷ୍ଟ୍ରପତି ପଦ ଛାଡ଼ିବାକୁ ପ୍ରସ୍ତୁତ ବୋଲି ଦିନକ ପୂର୍ବରୁ କହିଥିଲେ।

Russia-Ukraine war: ଗତ ମଙ୍ଗଳବାର ରିୟାଧରେ ଆମେରିକା ଏବଂ ରୁଷିଆ ପ୍ରତିନିଧିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ୟୁକ୍ରେନ୍‌ ଯୁଦ୍ଧ ବନ୍ଦ ପାଇଁ ଏକାଠି କାର୍ଯ୍ୟ କରିବାକୁ ଉଭୟ ଦେଶ ରାଜି ହେବା ସହ କୂଟନୈତିକ ଏବଂ ଅର୍ଥନୈତିକ ସମ୍ପର୍କ ବଢ଼ାଇବାକୁ ସହମତ ହୋଇଥିଲେ। ବୈଠକରେ ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଏବଂ ତାଙ୍କ ରୁଷିଆ ପ୍ରତିପକ୍ଷ ସର୍ଗେଇ ଲାଭରୋଭଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Russia-Ukraine war:ଯୁଦ୍ଧ ବନ୍ଦ ପାଇଁ ବିଭିନ୍ନ ଦେଶ ଏକାଠି କାର୍ଯ୍ୟ କରିବାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସୋମବାର ଆହ୍ବାନ ଦେଇଛନ୍ତି। ୟୁକ୍ରେନ୍‌ ଯୁଦ୍ଧର ୩ ବର୍ଷ ପୂର୍ତ୍ତିରେ ଏକ ସ୍ଥାୟୀ ଶାନ୍ତି ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଯୁଦ୍ଧ ବନ୍ଦ ଦିଗରେ କୌଣସି ଉଦ୍ୟମ ହାତଛଡ଼ା କରାଯିବ ନାହିଁ ବୋଲି ଗୁଟେରେସ୍‌ ଗେନେଭାସ୍ଥିତ ଜାତିସଂଘ ମାନବାଧିକାର ପରିଷଦର ଏକ ଉଚ୍ଚସ୍ତରୀୟ ବୈଠକରେ କହିଛନ୍ତି। ୨୦୨୨ ଫେବୃଆରୀରେ ରୁଷିଆର କାର୍ଯ୍ୟ ଜାତିସଂଘ ଚାର୍ଟରର ଉଲ୍ଲଂଘନ ବୋଲି ମାନବାଧିକାର ପରିଷଦ କହିଛି।
Russia-Ukraine war:ଯୁଦ୍ଧର ୩ ବର୍ଷ ପୂର୍ତ୍ତି ଅବସରରେ ସୋମବାର ୟୁରୋପ ଏବଂ କାନାଡାର ବହୁ ନେତା ୟୁକ୍ରେନ୍‌ ରାଜଧାନୀ କିଭ୍‌ରେ ପହଞ୍ଚତ୍ଛନ୍ତି। ସେମାନେ ୟୁକ୍ରେନ୍‌କୁ ସମର୍ଥନ ଜଣାଇଛନ୍ତି। ୟୁରୋପୀୟ କମିଶନ୍‌ର ଅଧ୍ୟକ୍ଷ ଉର୍ସୁଲା ଭନ୍‌ ଡେର୍‌ ଲେୟେନ ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କିଭ୍‌ରେ ପହଞ୍ଚତ୍ଥିବାବେଳେ ସେମାନଙ୍କୁ ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ରେଳଷ୍ଟେଶନରେ ସ୍ବାଗତ କରିଥିଲେ। ୟୁକ୍ରେନ୍‌ ୟୁରୋପରେ ହୋଇଥିବାରୁ ସମଗ୍ର ୟୁରୋପ ଏହି ଦେଶ ସହ ରହିଛି ବୋଲି ଲେୟେନ ସୋସିଆଲ ମିଡିଆରେ ଲେଖିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୟୁରୋପିଆନ୍‌ କାଉନ୍‌ସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଉତ୍ତର ୟୁରୋପୀୟ ଦେଶ ଏବଂ ସ୍ପେନ୍‌ ପ୍ରଧାନମନ୍ତ୍ରୀ କିଭ୍‌ରେ ଯୁଦ୍ଧର ତୃତୀୟ ବର୍ଷ ପୂର୍ତ୍ତିରେ ଯୋଗଦେବାକୁ ଯାଇଛନ୍ତି। ଡୋନାଲ୍ଡ ଟ୍ରମ୍ପ୍‌ କ୍ଷମତାକୁ ଆସିବା ପରେ ଆମେରିକା ନୀତିରେ ପରିବର୍ତ୍ତନ ହୋଇଥିବାରୁ ଏନେଇ ୟୁରୋପୀୟ ନେତାମାନେ ଜେଲେନ୍‌ସ୍କିଙ୍କ ସହ ଆଲୋଚନା କରିବେ। ଟ୍ରମ୍ପ୍‌ଙ୍କ କାର୍ଯ୍ୟାନୁଷ୍ଠାନର ମୁକାବିଲା ପାଇଁ ୟୁରୋପ ଏହାର ରଣନୀତି ଆରମ୍ଭ କରିଛି। ମାର୍ଚ୍ଚ ୬ରେ ୨୭ ଜଣ ୟୁରୋପୀୟ ୟୁନିୟନ ନେତାଙ୍କୁ ନେଇ ଜରୁରୀ ବୈଠକ ବସିବାକୁ ଯାଉଥିଲାବେଳେ ସେଥିରେ ୟୁକ୍ରେନ୍‌ ମୁଖ୍ୟ ପ୍ରସଙ୍ଗ ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri