Posted inଜାତୀୟ

‘ମହାକୁମ୍ଭ ବହୁତ ଫାଲ୍‌ତୁ, ଏହାର କୌଣସି ଅର୍ଥ ନାହିଁ’ 

ପାଟନା,୧୬।୨: ମହାକୁମ୍ଭକୁ ନେଇ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। କୁମ୍ଭ  ବହୁତ ଫାଲ୍‌ତୁ, ଏହାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି। ଏଥିସହ ନୂଆଦିଲ୍ଲୀ ରେଳ ଷ୍ଟେଶନ ଦୁର୍ଘଟଣାକୁ ସେ ଏକ ଦୁଃଖଦ ଘଟଣା  କହିବା ସହ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରେଳବାଇର ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଏହା ରେଳବାଇର ବିଫଳତା। ଏଣୁ ରେଳମନ୍ତ୍ରୀ ଦାୟିତ୍ୱ ନେବା ଉଚିତ ବୋଲି ସେ ମତ ରଖିଛନ୍ତି।

ନୂଆଦିଲ୍ଲୀ ରେଳ ଷ୍ଟେଶନରେ ଦଳାଚକଟା ଘଟି ୧୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଦିଲୀର ଲେଡି ହାର୍ଡିଞ୍ଜ ଏବଂ ଏଲ୍‌ଏନ୍‌ ଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଶନିବାର ରାତିରେ ୧୪ ଏବଂ ୧୬ ନମ୍ବର ପ୍ଲାଟଫର୍ମରେ ଏହି ଦୁର୍ଘଟଣା ଘଟିଥିଲା। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ପିଲା ଅଛନ୍ତି। ରେଳମନ୍ତ୍ରୀ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଦଳାଚକଟାରେ ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ବିହାର ଏବଂ ଦିଲ୍ଲୀର ବାସିନ୍ଦା। ବିହାରର ୯ ଜଣ, ଦିଲ୍ଲୀର ୮ ଜଣ ଏବଂ ହରିୟାଣାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ନୂଆଦିଲ୍ଲୀ ରେଳ ଷ୍ଟେଶନରେ ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଦୁର୍ଘଟଣାର କାରଣ ନେଇ ତଦନ୍ତ କରାଯାଉଛି।
ଏହି ଦଳାଚକଟା ସମ୍ପର୍କରେ ରେଳବାଇର ପ୍ରଥମ ସରକାରୀ ବିବୃତ୍ତି ପ୍ରକାଶ ପାଇଛି। ଉତ୍ତର ରେଳବାଇର ସିପିଆର୍‌ଓ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି ଯେ ଗତକାଲି ଯେତେବେଳେ ଏହି ଦୁଃଖଦ ଘଟଣା ଘଟିଥିଲା, ସେତେବେଳେ ପାଟନା ଅଭିମୁଖେ ଯାଉଥିବା ମଗଧ ଏକ୍ସପ୍ରେସ ନୂଆଦିଲ୍ଲୀ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧୪ ରେ ଏବଂ ଜମ୍ମୁ ଅଭିମୁଖେ ଯାଉଥିବା ଉତ୍ତର ସମ୍ପର୍କ କ୍ରାନ୍ତି ପ୍ଲାଟଫର୍ମ ନମ୍ବର ୧୫ ରେ ଠିଆ ହୋଇଥିଲା।
ଏହି ସମୟରେ, ଜଣେ ଯାତ୍ରୀ ଫୁଟ ଓଭର ବ୍ରିଜ ରୁ ପ୍ଲାଟଫର୍ମ ନମ୍ବର ୧୪-୧୫ କୁ ଯାଉଥିବା ସିଡ଼ିରେ ଖସିପଡ଼ିଲେ ଏବଂ ତାଙ୍କ ପଛରେ ଠିଆ ହୋଇଥିବା ଅନେକ ଯାତ୍ରୀ ଏଥିରେ ଧକ୍କା ଖାଇଲେ । ଏହିଭଳି ଭାବେ ଏହି ଦୁଃଖଦ ଘଟଣା ଘଟିଗଲା। ଏକ ଉଚ୍ଚସ୍ତରୀୟ କମିଟି ଏହାର ତଦନ୍ତ କରୁଛି। ଅଘଟଣ ସତ୍ତ୍ୱେ କୌଣସି ଟ୍ରେନ ବାତିଲ ହୋଇନାହିଁ କିମ୍ବା କୌଣସି ଟ୍ରେନ୍‌ ପ୍ଲାଟଫର୍ମ ପରିବର୍ତ୍ତନ ହୋଇନାହିଁ। ଏବେ ପ୍ଲାଟଫର୍ମରେ ପରିସ୍ଥିତି ସ୍ବାଭାବିକ ଅଛି। ସମସ୍ତ ଟ୍ରେନ ସେମାନଙ୍କର ସାଧାରଣ ସମୟରେ ଚାଲୁଛି।.

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri